ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାରେ ହାଇମାଷ୍ଟ ଲାଇଟ ଲଗାରେ ଦୁର୍ନୀତି ହୋଇଥିବା ନେଇ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ଏହି ଦୁର୍ନୀତିର ତଦନ୍ତ କରାଯିବା ନେଇ ଗତ ଜାନୁଆରି ୧୨ ତାରିଖରେ ଭଦ୍ରକ ଜିଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ହାଇମାଷ୍ଟ ଲାଇଟ ଦୁର୍ନୀତିରେ ଜିଲ୍ଲାର ବହୁ ବଡ଼ ପଣ୍ଡା ସାମିଲ ରହଛନ୍ତି। ଜିଲ୍ଲା ପ୍ରଶାସନ ଏହି ଦୁର୍ନୀତିକୁ ତଦନ୍ତ କରିବେ ବୋଲି କହିଥିଲେ। ମାତ୍ର ଏହାର ତଦନ୍ତ ଏବେ ବାଟବଣା ହୋଉଛି। ଏପର୍ଯ୍ୟନ୍ତ ଜିଲ୍ଲାର ଏହି ବଡ଼ ଦୁର୍ନୀତିର ତଦନ୍ତ ହୋଇପାରୁ ନାହିଁ। ତାହାକୁ ନେଇ ପ୍ରଶ୍ନ ଉଠିଛି।
ଏମ୍ସିଏଲ୍ର ସିଏସ୍ଆର୍ ପାଣ୍ଠିରୁ ଭଦ୍ରକ ଜିଲ୍ଲାକୁ ୬୦ ଲକ୍ଷ ଟଙ୍କା ଦିଆଯାଉଥିଲା। ଏହି ଟଙ୍କାରେ ଟେଣ୍ଡର କରାଯିବା ସହ ଭଦ୍ରକ ଜିଲ୍ଲାରେ ୯ଟି ସ୍କୁଲରେ ଲାଇଟ ଲଗାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଜିଲ୍ଲା ପ୍ରଶାସନ ଏହି ଲାଇଟ ଲଗାଇବା ପାଇଁ ଟେଣ୍ଡର ନକରି ବ୍ଲକ କର୍ତ୍ତୃପକ୍ଷଙ୍କୁ ଲାଇଟ ଲାଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଲାଇଟ ଲଗାଇବା ପାଇଁ ଭୁବନେଶ୍ୱରର ଏକ ଏନ୍ଜିଓ ସଂସ୍ଥା ଠିକା ଦିଆଯାଇଛି। ଟେଣ୍ଡର କରାଯାଇ ନଥିବାରୁ ଭୁବନେଶ୍ବରର ଏନ୍ଜିଓ ସଂସ୍ଥା ନିମ୍ନମାନର ବିଦ୍ୟୁତ ସରଞ୍ଜାମ ଓ ନିମ୍ନମାନର ଲାଇଟ ଲଗାଇ ଟଙ୍କା ହଡ଼ପ କରିଛନ୍ତି। କାମ କରାଯିବା ପରେ ଭଦ୍ରକ ପିଡବ୍ଲୁଡି ସଂସ୍ଥାକୁ କୁହାଯାଉଥିଲା ରିପୋର୍ଟ ପ୍ରଦାନ କରିବା ପାଇଁ। ସେଣ୍ଟ୍ରାଲ ପିଡବ୍ଲ୍ୟୁଡି ସଂସ୍ଥା ଏହାର ତଦନ୍ତ କରୁ। ପ୍ରଶାସନ ନିଜର ସ୍ବଚ୍ଛତାର ପ୍ରମାଣ ଦିଅନ୍ତୁ।
ଜିଲ୍ଲା ପ୍ରଶାସନ ଟେଣ୍ଡର ନକରି କାହିଁକି ବ୍ଲକ୍କୁ ଟଙ୍କା ଦେଇ ଭୁବନେଶ୍ଵରର ଏନ୍ ଜି ଓ ସଂସ୍ଥାକୁ ଲାଇଟ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଭିତରର ରହସ୍ୟ କଣ ରହିଛି ବୋଲି ପ୍ରଶ୍ନ ଉଠିଛି। ଏହି ଲାଇଟ ପୋଷ୍ଠରେ ନିମ୍ନମାନର ବ୍ୟାଟେରି ଲଗାଯାଇଛି। ସେହିଭଳି ଭାବେ ୧୫୦୦୦ ଲୁମେନ ବଦଳରେ ୯୦୦୦ ଲୁମେନ ଆଉଟପୁଟ ବିଶିଷ୍ଟ ବ୍ୟାଟେରି ବ୍ୟବହାର କରାଯାଇଛି। ଏଭଳିି ନିମ୍ନମାନର କାମ ପାଇଁ ଏକ ନିର୍ଦ୍ଦିଷ୍ଟ କମ୍ପାନି/ବ୍ରାଣ୍ଡ୍ର ସୋଲାର ଲାଇଟ ଠିକାଦାର ଲଗାଇଛି। ଏମସିଏଲ ଦ୍ବାରା ଅନୁମୋଦନପ୍ରାପ୍ତ ଆର ଆଣ୍ଡ ବି ଦ୍ବାରା ପ୍ରସ୍ତୁତ ମଡେଲ ଏଷ୍ଟିମେଟରେ ଉଲ୍ଲେଖ ସ୍ପେସିମେନ, ବ୍ରାଣ୍ଡ୍କୁ ଅଣଦେଖା କରି ତଥା ଏନଏବିଏଲ ଲାବୋରେଟୋରି ରିପୋର୍ଟ ନଥିବା, ୱିଣ୍ଡ୍ ସ୍ପଡ୍ ରିପୋର୍ଟ ଓ ଆଇଇସି ସାର୍ଟିଫିକେସନ ନ ଥିବା ଉତ୍ପାଦ ଏହି କାର୍ଯ୍ୟରେ ବ୍ୟବହାର କରାଯାଇଛି। ନିମ୍ନମାନର ଶାସ୍ତା ସୋଲାର ଲାଇଟ ଲଗାଇବା ପାଇଁ ଠିକାଦାର ଏପରି ବ୍ରାଣ୍ଡ୍ର ଜିନିଷ ବ୍ୟବହାର କରିଛି ଯାହା ଏଷ୍ଟିମେଟ୍ରେ ଉଲ୍ଲେଖ ନାହିଁ। ଅନୁମୋଦନ ନଥିବା ଶସ୍ତା ବ୍ରାଣ୍ଡ୍ର ଲାଇଟ ଠିକାଦାର ଲଗାଇଛି।
ଆହୁରି ପଢ଼ନ୍ତୁ: Twenty20 World Cup:ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭଙ୍ଗ ହୋଇପାରେ ୫ଟି ବଡ଼ ରେକର୍ଡ
ସେହିଭଳି ହାଇ ମାଷ୍ଟରେ ବ୍ୟବହୃତ ଷ୍ଟିଲ ୩୫୫ ଏନ/ବର୍ଗମିଟର ଏଚଟି ଷ୍ଟିଲ ନୁହେଁ। ଏହା ଏମସିଏଲ ଅନୁମୋଦିତ ଲାନଟେର୍ଣ୍ଣ ଧରି ରଖିବା କ୍ଷମତା ଅନୁସାରେ ନାହିଁ। ଲାନଟେର୍ଣ୍ଣ କ୍ୟାରେଜରେ ୪ଟି ୭୬ଏମଏମ ଜିଆଇ ପାଇପର ଏଲ ବ୍ରକେଟ ଲାଗିବା କଥା, ଯାହାର ଲମ୍ବା ୧ ମିଟର ଓ ଉଚ୍ଚତା ୧ ମିଟର। କିନ୍ତୁ ୧ ମିଟରରୁ କମ ଲମ୍ବ ଓ ଅଧ ମିଟରରୁ କମ ଉଚ୍ଚର ଲାଗିଛି। ଆରଆଣ୍ଡ ବି ଦ୍ବାରା ପ୍ରସ୍ତୁତ ଏଷ୍ଟିମେଟ ତଥା ଏମସିଏଲ ଦ୍ବାରା ଅନୁମୋଦିତ ମାନର କାମ ନ କରି ନିମ୍ନ ମାନର ସୋଲାର ଲାଇଟ ଓ ଆନୁସଙ୍ଗିକ ସାମଗ୍ରୀ ଠିକାଦାର ବ୍ୟବହାର କରିଛନ୍ତି। ଏହାର ତଦନ୍ତ ହେଲେ ଅସଲ ତଥ୍ୟ ପଦାକୁ ଆସିବ।
ଆହୁରି ପଢ଼ନ୍ତୁ: BLA: ବଲୁଚିସ୍ତାନର ବିଶାଳ ଭୂଭାଗ ପାକିସ୍ତାନ ସେନାର ଅକ୍ଷମତାର କାରଣ : ଖ୍ବାଜା ଆସିଫ୍
ହାଇମାଷ୍ଟ ସୋଲାର ଲାଇଟ ଓ ଏଥିରେ ବ୍ୟବହୃତ ଆନୁସଙ୍ଗିକ ସାମଗ୍ରୀର ସିପିଡବ୍ଲୁଡି ଯନ୍ତ୍ରୀଙ୍କ ଦ୍ବାରା ମାନ ଯାଞ୍ଚ ହେଲେ ସତ ପଦାକୁ ଆସିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଯେଉଁ ସବୁ ବ୍ଲକ୍ ରେ ଏପରି ନିମ୍ନ ମାନର ଲାଇଟ ଲାଗିଛି ତାହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରାଯାଇଛି। ଏହି ଦୁର୍ନୀତି ଭଦ୍ରକ ଜିଲ୍ଲାରେ ହୋଇଥିବା ବେକେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାର ଆବଶ୍ୟକତା କରିଛି। ଯାହା ଜଣା ପଡ଼ୁଛି ଯେ, ସଂପୃକ୍ତ ଠିକ୍ ସଂସ୍ଥା କୁ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଲାଇଟ ମନ ଯାଞ୍ଚ କରାଯିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଦେଖାଯାଉ ଏହି ଯାଞ୍ଚ ପ୍ରକ୍ରିୟା କେବେ ଆରମ୍ଭ ହେଉଛି। ଜିଲ୍ଲାରେ ଲାଇଟ ଦୁର୍ନୀତି ଏକ ବଡ୍ ଦୁର୍ନୀତି ହୋଇଥିବା ବେକେ ଏହି ଦୁର୍ନୀତିକୁ ନଚପାଇ ଏହାର ଉପଯୁକ୍ତ ତଦନ୍ତ କରାଯିବା ନେଇ ଭଦ୍ରକ ର ବହୁ ବୁଦ୍ଧିଜୀବୀ ଦାବି ଉଠାଇଛନ୍ତି ।
Follow Us