Drinking Water: ଉପକୂଳରେ କମୁଛି ଜଳସ୍ତର, ଲୋକଙ୍କୁ ଘାରିଛି ମଧୁର ଜଳ ଚିନ୍ତା

Advertisment

ଭଦ୍ରକ ଏକ ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏହାର ଅଧିକାଂଶ ଅଞ୍ଚଳରୁ ଲୁଣାଜଳ ବାହାରୁଛି। ଜିଲ୍ଲାର ୭ ବ୍ଲକ୍‌ରୁ ୪ ବ୍ଲକ୍‌ରେ ଲୁଣାଜଳ ପିଉଛନ୍ତି ଲୋକେ! କେବଳ ସେତିକି ନୁହେଁ, ସମୁଦ୍ର ଉପକୂଳ ଅଞ୍ଚଳ ହୋଇଥିବାରୁ ଜିଲ୍ଲାର ଭୂତଳ ଜଳସ୍ତର ମଧ୍ୟ

ଭଦ୍ରକ ଏକ ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏହାର ଅଧିକାଂଶ ଅଞ୍ଚଳରୁ ଲୁଣାଜଳ ବାହାରୁଛି। ଜିଲ୍ଲାର ୭ ବ୍ଲକ୍‌ରୁ ୪ ବ୍ଲକ୍‌ରେ ଲୁଣାଜଳ ପିଉଛନ୍ତି ଲୋକେ! କେବଳ ସେତିକି ନୁହେଁ, ସମୁଦ୍ର ଉପକୂଳ ଅଞ୍ଚଳ ହୋଇଥିବାରୁ ଜିଲ୍ଲାର ଭୂତଳ ଜଳସ୍ତର ମଧ୍ୟ

pipe.jpg

ଭଦ୍ରକ (ହରିହର ନାୟକ): ଭଦ୍ରକ ଏକ ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏହାର ଅଧିକାଂଶ ଅଞ୍ଚଳରୁ ଲୁଣାଜଳ ବାହାରୁଛି। ଜିଲ୍ଲାର ୭ ବ୍ଲକ୍‌ରୁ ୪ ବ୍ଲକ୍‌ରେ ଲୁଣାଜଳ ପିଉଛନ୍ତି ଲୋକେ! କେବଳ ସେତିକି ନୁହେଁ, ସମୁଦ୍ର ଉପକୂଳ ଅଞ୍ଚଳ ହୋଇଥିବାରୁ ଜିଲ୍ଲାର ଭୂତଳ ଜଳସ୍ତର ମଧ୍ୟ କମ୍ ରହୁଛି। ବିଶେଷକରି ଖରାଦିନେ ଜିଲ୍ଲାର ଭୂତଳ ଜଳସ୍ତର ବହୁତ କମିଯାଉଛି। ସାଲାଇନ୍ ଜଳ ଓ ଭୂତଳ ଜଳସ୍ତର କମୁଥିବାରୁ ଭଦ୍ରକ ଜିଲ୍ଲାରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଜରିଆରେ ପାଇପ୍ ଲାଇନ୍ ମାଧ୍ୟମରେ ଯେଉଁ ଜଳଯୋଗାଣ କରାଯାଉଛି ତାହା ଉପରେ ଭରସା କରୁଛନ୍ତି। ମାତ୍ର  ଜିଲ୍ଲାରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଫେଲ୍ ମାରିଛି। ଶହଶହ କୋଟି ଟଙ୍କାର ପ୍ରକଳ୍ପ ଓ ପାଇପ୍ ଲାଇନ୍ କାମ ବର୍ଷବର୍ଷ ଧରି ଚାଲିଛି।ଜିଲ୍ଲାର ବାସୁଦେବପୁର, ତିହିଡି, ଚାନ୍ଦବାଲି ଓ ଧାମନଗର ବ୍ଲକରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ଗ୍ରାମରେ ଭୂତଳ ଜଳସ୍ତର ଲବଣାକ୍ତ ହୋଇଥିବା ବେଳେ ଏହାକୁ ପାନୀୟଜଳ ଭାବେ ଲୋକେ ବ୍ୟବହାର କରିପାରୁନାହାନ୍ତି। ଗାଁ ଲୋକଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା କିଛି ନଥିବାରୁ ସେମାନେ ଏଇ ଲୁଣାଜଳ ପିଉଛନ୍ତି।

ଏହା କିନ୍ତୁ ସେମାନଙ୍କ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହେଉଛି। ଭୂତଳର ଲୁଣାଜଳ ଲୋକଙ୍କ ଶୋଷ ମେଣ୍ଟାଇ ପାରୁନଥିବାରୁ ୨୦୧୦ ମସିହାରୁ ଏଇସବୁ ବ୍ଲକର ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ପାଇପ୍ ଲାଇନ୍ ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। ଏଇ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଅଧିକାଂଶ ପଞ୍ଚାୟତରେ ଚାଲୁଛି। ୨୦୧୦ରୁ ୨୦୨୫ ମସିହା ୧୫ ବର୍ଷ ଭିତରେ ଏଇ ସବୁ ବ୍ଲକରେ ୨୦୦ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। କେତେକ ସ୍ଥାନରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଆରମ୍ଭରୁ ଅଚଳ ହୋଇପଡ଼ିଥିବା ବେଳେ ଅନେକ ପ୍ରକଳ୍ପରେ ପାଇପ୍ ଫାଟି ପଡିଛି ତ କେତେକ ପ୍ରକଳ୍ପରେ ଷ୍ଟାଣ୍ଡପୋଷ୍ଟ ଭାଙ୍ଗିଯାଇଛି। ଏଇସବୁ ପ୍ରକଳ୍ପ ଯେଉଁ ଉଦ୍ଦେଶ୍ୟ ନେଇ ଆରମ୍ଭ କରାଯାଇଥିଲା ତାହା ବାସ୍ତବରେ ଫେଲ୍ ମାରିଛି। ଜିଲ୍ଲାରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଏକ ଅଚଳ ଯୋଜନା ଭାବେ ପରିଗଣିତ ହୋଇଛି।

ନଳକୂପ ଓ କୂଅରୁ ଲୁଣାଜଳ ବାହାରୁଥିବା ବେଳେ ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡିବା ଘଟଣା ଲୋକଙ୍କୁ ବ୍ୟଥିତ କରିଛି। ଗତ ୧୦ରୁ ୧୨ ବର୍ଷ ତଳେ ଜିଲ୍ଲାର ଏଇସବୁ ଅଞ୍ଚଳରେ ଥିବା କୂଅରୁ ୧୦ରୁ ୧୨ ଫୁଟ୍ ଗଭୀରତାରୁ ମଧୁରଜଳ ବାହାରୁଥିଲା ସେହିପରି ନଳକୂପ ଖନନ ବେଳେ ୫୦ରୁ ୬୦ ଫୁଟ୍ ଗଭୀରରୁ ମଧୁରଜଳ ବାହାରୁଥିଲା। ଏବେ ୧୦୦ରୁ ୧୪୦ ଫୁଟ୍ ଖୋଳିଲେ ମଧୁର ଜଳସ୍ତର ପଢୁଛି। ଜଳସ୍ତର ନିମ୍ନଗାମୀ ହେଉଥିବା ବେଳେ ଏହା ଆଗାମୀ ଦିନରେ ଆହୁରି ତଳକୁ ଖସିବ ବୋଲି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସର୍ଭେରୁ ପ୍ରକାଶ।

ଆହୁରି ପଢ଼ନ୍ତୁ: Cricket: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଟାଲିର ପ୍ରଥମ ବିଜୟ

ଜିଲ୍ଲାର ଧାମନଗର, ତିହିଡି, ଚାନ୍ଦବାଲି ଓ ବାସୁଦେବପୁର ବ୍ଳକ୍ ଅଞ୍ଚଳରେ ଭୂତଳ ଜଳସ୍ତର ଲବଣାକ୍ତ। ବାର୍ଷିକ ବୃଷ୍ଟିପାତ କମ୍ ରହିଥିବା ବେଳେ ଜିଲ୍ଲାରେ ଭୂତଳ ଜଳ ବ୍ୟବହାର ମାତ୍ରାଧିକ ରହିଛି। ରାଜ୍ୟରେ ୨୫ ପ୍ରତିଶତ ଭୂତଳ ଜଳ ବିନିଯୋଗ ହେଉଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରୁ ତଥ୍ୟ ରୁ ପ୍ରକାଶ ଯେ ଭଦ୍ରକ ବ୍ଲକରେ ସର୍ବାଧିକ ୬୮ ପ୍ରତିଶତ ଭୂତଳ ଜଳ ବିନିଯୋଗ କରାଯାଉଛି। ସାଳନ୍ଦୀ ନଦୀର ଜଳ ଫେକର ପାୱାର ପ୍ଲାଣ୍ଟକୁ ଯାଉଛି। ଏଇ ପ୍ଲାଣ୍ଟ ଭଦ୍ରକ ବ୍ଲକର ଜଳସଂକଟର ପ୍ରମୁଖ କାରଣ ହୋଇଛି। ସେହିପରି ଭଣ୍ଡାରିପୋଖରୀ ବ୍ଲକରେ ୬୬ ପ୍ରତିଶତ ଭୂତଳ ଜଳ ବ୍ୟବହାର କରାଯାଉଛି! ବାସୁଦେବପୁର ବ୍ଲକରେ ୪୫ ପ୍ରତିଶତ, ବନ୍ତ ବ୍ଲକରେ ୪୭ ପ୍ରତିଶତ, ଧାମନର୍ଗର ବ୍ଲକରେ ୫୮ ପ୍ରତିଶତ, ତିହିଡି ବ୍ଳକରେ ୪୨ ପ୍ରତିଶତ ଭୂତଳ ଜଳ ବ୍ୟବହାର କରାଯାଉଛି। ଅଧିକାଂଶ ସ୍ଥାନରେ ଘରୋଇ ନଳକୂପ ଖନନ କରାଯାଇ ଭୂତଳ ଜଳ ବ୍ୟବହାର କରାଯାଉଛି।

ଆହୁରି ପଢ଼ନ୍ତୁ: IG Defence: ଓଡ଼ିଶାରେ ଦୁଇ ବର୍ଷରେ ପ୍ରତିଷ୍ଠା ହେବ ଆଇଜି ଡିଫେନ୍ସର ଡ୍ରୋନ୍‌ କାରଖାନା

ସେହିପରି କୃଷି ପାଇଁ ଏଲ୍‌ଆଇ ପଏଣ୍ଟ ବସାଯାଇ ଭୂତଳ ଜଳ ବ୍ୟବହାର କରାଯାଉଛି। ଜିଲ୍ଲାରେ ମଧୁର ଜଳ ବ୍ୟବହାରକାରୀଙ୍କ ସଂଖ୍ୟା ବଢୁଥିବା ବେଳେ ଜଳ ସଂରକ୍ଷଣ ପାଇଁ କୌଣସି ଯୋଜନା କରାଯାଇ ନାହିଁ। ସେହିପରି ଭୂତଳରେ ଲୁଣାଜଳ ବାହାରୁ ଥିବା ବ୍ଲକରେ ମଧୁର ଜଳ ଯୋଗାଣ ପାଇଁ ଯେଉଁ ବୋର ୱେଲ ଖୋଳା ଯାଉଛି ତାହାର ଗଭୀରତା ହଜାରେରୁ ବାର ଶହ ଫୁଟ୍ ତଳକୁ ଖୋଳାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe