Advertisment

Health: ଭଦ୍ରକ ମେଡ଼ିକାଲରେ ‘ଏକ୍ସ-ରେ’ ମେସିନ ଅଚଳ

Advertisment

ଭଦ୍ରକ ଜିଲ୍ଲା ମେଡ଼ିକାଲ ବାହାରୁ ଚକଚକ। କିନ୍ତୁ ଭିତରେ ଫମ୍ପା। ଡାକ୍ତର ନାହାନ୍ତି ରୋଗୀ ସେବା ପାଇଁ। ନର୍ସ ନାହାନ୍ତି କି ଫାର୍ମାସିଷ୍ଟ ନାହାନ୍ତି। ଏହାର ଅତ୍ୟାଧୁନିକ ଯନ୍ତ୍ରପାତି ନାହିଁ। ସବୁଠାରୁ ଦୁଃଖ ଓ ପରିତାପର ବିଷୟ ହେଉଛି ଏଠାରେ ‘ଏକ୍ସ’ରେ ମେସିନ ନାହିଁ।

ଭଦ୍ରକ ଜିଲ୍ଲା ମେଡ଼ିକାଲ ବାହାରୁ ଚକଚକ। କିନ୍ତୁ ଭିତରେ ଫମ୍ପା। ଡାକ୍ତର ନାହାନ୍ତି ରୋଗୀ ସେବା ପାଇଁ। ନର୍ସ ନାହାନ୍ତି କି ଫାର୍ମାସିଷ୍ଟ ନାହାନ୍ତି। ଏହାର ଅତ୍ୟାଧୁନିକ ଯନ୍ତ୍ରପାତି ନାହିଁ। ସବୁଠାରୁ ଦୁଃଖ ଓ ପରିତାପର ବିଷୟ ହେଉଛି ଏଠାରେ ‘ଏକ୍ସ’ରେ ମେସିନ ନାହିଁ।

Bhadrak Hospital

ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲା ମେଡ଼ିକାଲ ବାହାରୁ ଚକଚକ। କିନ୍ତୁ ଭିତରେ ଫମ୍ପା। ଡାକ୍ତର ନାହାନ୍ତି ରୋଗୀ ସେବା ପାଇଁ। ନର୍ସ ନାହାନ୍ତି କି ଫାର୍ମାସିଷ୍ଟ ନାହାନ୍ତି। ଏହାର ଅତ୍ୟାଧୁନିକ ଯନ୍ତ୍ରପାତି ନାହିଁ। ସବୁଠାରୁ ଦୁଃଖ ଓ ପରିତାପର ବିଷୟ ହେଉଛି ଏଠାରେ ‘ଏକ୍ସ’ରେ ମେସିନ ନାହିଁ। ଯେଉଁ ମେସିନ ଥିଲା ସେହି ‘ଏସ୍କ’ରେ ମେସିନ ଦୁଇ ମାସ ହେଲା ଅଚଳ ହୋଇପଡିଛି।

ରୋଗୀମାନେ ବାହାରୁ ଟଙ୍କା ଖର୍ଚ୍ଚ କରି ‘ଏକ୍ସ’ରେ କରୁଛନ୍ତି। ଗରିବ ରୋଗୀମାନେ ସରକାରୀ ଡାକ୍ତରଖାନାରେ ମାଗଣାରେ ରୋଗୀ ସେବା ପାଇବା ପାଇଁ ଆସୁଥିବା ବେକେ ତାଙ୍କୁ ବାହାରକୁ ଏକ୍ସ ରେ କରିବାକୁ କୁହାଯାଉଛି। ଏଭଳି ଅବସ୍ଥାରେ ରୋଗୀର ସମ୍ପର୍କୀୟମାନେ ଗୋଟିଏ ଗୋଟିଏ ‘ଏକ୍ସ’ରେ ପାଇଁ  ୭ ଶହରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡୁଛି। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଭଳି ଅବ୍ୟବସ୍ଥା ସମ୍ପର୍କରେ ସିଡିଏମ୍‌ଓଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରୋଗୀଙ୍କୁ ଉତ୍ତର ମିଳିଛି। ମେସିନ ଖରାପ ଅଛି। ସେଥିପାଇଁ ବାହାରୁ ଏକ୍ସ ରେ କରିବାକୁ କୁହାଯାଉଥିବା। ଆଉ କିଛି ଦିନ ଭିତରେ ଏସ୍କ୍ଷ ରେ ଠିକ ହୋଇଯିବ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହୁଥିବା ବେକେ ରୋଗୀମାନେ ଓ ସେମାନଙ୍କ ସମ୍ପର୍କୀୟ ମାନେ ବୁଝିବାକୁ ପ୍ରସ୍ଥ୍ଟତ ନୁହେଁ।

ଆହୁରି ପଢ଼ନ୍ତୁ: Hockey: ବିଜୟରୁ ଘ‌ରୋଇ ଅଭିଯାନ ଆରମ୍ଭ କଲା କଳିଙ୍ଗ ଲାନସର୍ସ

ଦେଢ଼ ଶହ କୋଟିର ଡାକ୍ତରଖାନା

ଦେଢ଼ ସହ କୋଟି ଟଙ୍କା ବ୍ୟୟରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେଲା। କିନ୍ତୁ ଏଠାରେ ଅତ୍ୟାଧୁନିକ ‘ଏକ୍ସ’ରେ ମେସିନ ଟିଏ ନଥିବା ସମସ୍ତଙ୍କୁ ବ୍ୟଥିତ କରୁଛି। ବହୁ ରୋଗୀ ଓ ସେମନଙ୍କର ସମ୍ପର୍କୀୟମାନେ ଗୁରୁତର ଅଭିଯୋଗ କରୁଥିବା ବେକେ  ଡାକ୍ତର ସୂଧିରଞ୍ଜନ ନାୟକ କହନ୍ତି ଖୁବ ଶୀଘ୍ର ନୂଆ ମେସିନ ଲଗାଯିବ।

ଆହୁରି ପଢ଼ନ୍ତୁ: Iran Issue: ଇରାନ ବିକ୍ଷୋଭର ନୂଆ ପର୍ଯ୍ୟାୟ: ‘୫,୦୦୦ ମୃତ୍ୟୁ’, ପୁଣି ଫାଶୀ ଆହ୍ୱାନ, ଟ୍ରମ୍ପଙ୍କୁ ଧମକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe