ଭଦ୍ରକ (ହରିହର ନାୟକ):ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ଜିଲ୍ଲାର ୧୮ ଲକ୍ଷରୁ ଅଧିକ ଲୋକ ନିର୍ଭର କରୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ୧୫୦୦ରୁ ଅଧିକ ରୋଗୀ ଆସନ୍ତି। ଗତ ୪ ମାସ ହେବ ଡାକ୍ତରଖାନାର ନବକଳେବର ହୋଇଥିଲେ ମଧ୍ୟ ଡାକ୍ତର ନିଯୁକ୍ତିକୁ ସରକାର ଭୁଲିଯାଇଛନ୍ତି। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୧୭୧ଟି ମଞ୍ଜୁରିପ୍ରାପ୍ତ ଡାକ୍ତର ପଦ ରହିଥିବା ବେଳେ ଅଛନ୍ତି ମାତ୍ର ୪୨ ଜଣ ଡାକ୍ତର। ଜିଲ୍ଲାରେ ଅନେକ ସ୍ପେଶାଲୁଷ୍ଠ ଡାକ୍ତର ପଦବି ଖାଲି ପଡ଼ିଛି।
ଜିଲ୍ଲାରେ ଡାକ୍ତର ଅଭାବ ପାଇଁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଭଦ୍ରକ ନୂଆ ହସ୍ପିଟାଲ ଉପରେ ଚକଚକ ହୋଇଥିବା ବେଳେ ଭିତରେ ଫମ୍ପା ହୋଇ ରହିଛି।
ନିକଟରେ ରାଜ୍ୟ ସରକାର ୧୮୫ ଜଣ ନୂତନ ଡାକ୍ତର ନିଯୁକ୍ତି କଲେ। ଏଥିରୁ ମାତ୍ର ୪ ଜଣ ଡାକ୍ତର ଭଦ୍ରକ ଜିଲ୍ଲାରେ ନିଯୁକ୍ତି ପାଇଲେ। ଜିଲ୍ଲାରେ ୧୨୯ ଟି ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ମାତ୍ର ୪ ଜଣ ଡାକ୍ତର ନିଯୁକ୍ତି ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟର କଥା। ଏହି ୪ ଜଣ ଡାକ୍ତର ନିଯୁକ୍ତି ହେବା ପରେ ଜିଲ୍ଲାରେ ଆହୁରି ୧୨୫ ଟି ଡାକ୍ତର ପଦବି ଖାଲି ରହିଛି। ଏହି ପଦବୀ କେବେ ପୁରାଣ ହେବ ତାକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି।
ପ୍ରକାଶ ଥାଉ କି, ୧୪୭ କୋଟି ଟଙ୍କା ବ୍ୟୟରେ ଭଦ୍ରକର ଗେଲପୁରଠାରେ ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନା, ୧୦୦ ଶଯ୍ୟା ବିଶିଷ୍ଟ ମହିଳା ଓ ଶିଶୁ ଡାକ୍ତରଖାନା ଖୋଲାଯାଇଛି। ଏହି ଡାକ୍ତରଖାନା ଦେଖିବାକୁ ଅତି ସୁନ୍ଦର ହୋଇଥିବା ବେକେ ଏହା କର୍ପୋରେଟ ଶୈଳୀରେ ନିର୍ମାଣ ହୋଇଛି। କିନ୍ତୁ ଏଠାରେ ରୋଗୀଙ୍କୁ ଚିକିତ୍ସା ପାଇଁ ଆବଶ୍ୟକ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ନାହାନ୍ତି। ରକ୍ତ ପରୀକ୍ଷା ଓ ଅନ୍ୟାନ୍ୟ ପାଇକ୍ଷା ପାଇଁ ଆବଶ୍ୟକ ଟେକନିସିଆନ ପଦବି ଖାଲି ପଡ଼ିଛି। ଭଦ୍ରକର ନୂତନ ମେଡ଼ିକାଲରେ ବ୍ଲଡ ବ୍ୟାଙ୍କ ନଥିବାରୁ ରୋଗୀମାନେ ନୂଆ ମେଡିକାଲରୁ ପୁରୁଣା ମେଡ଼ିକାଲକୁ ଦୌଡ଼ୁଛନ୍ତି। ନୂତନ ଡାକ୍ତର ଖନରେ ଉନ୍ନତ ସ୍ବାସ୍ଥ୍ୟସେବା ମିଳିବ ବୋଲି ଜିଲ୍ଲାବାସୀ ଆଶା କରିଥିଲେ। ସେମିତି କିଛି ହେଲାନି। ଓଲଟା ଏଠାରେ ଆବଶ୍ୟକ ଡାକ୍ତର ତଥା କର୍ମଚାରୀଙ୍କ ଅଭାବ ଦେଖାଦେଇଛି। ଆନୁଷଙ୍ଗିକ ଚିକିତ୍ସା ବ୍ୟବସ୍ଥା ମଧ୍ୟ ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ଯାହା ସବୁ ପ୍ରତିଶ୍ରୁତି ଦିଆ ଯାଇଥିଲା। ପ୍ରତିଶ୍ରୁତି ପୁରଣ କରିବାରେ ସରକାର ବିଫଳ ହୋଇଛନ୍ତି।
ଡାକ୍ତର, ଟେକ୍ନିସିଆନ ପଦବି ଖାଲି
ରୋଗୀଙ୍କ ପାଇଁ ବିଶେଷଜ୍ଞ ଡାକ୍ତର ପଦକୁ ମଞ୍ଜୁରି ମିଳିଥିଲେ ବି ଏଯାଏଁ କାହାରିକୁ ନିଯୁକ୍ତ କରାଯାଇନି। ଡାକ୍ତର ପଦ ସହ ଫାର୍ମାସିଷ୍ଟ, ନର୍ସ, ଲାବୋରେଟୋରି ଟେକ୍ନିସିଆନ୍ ଓ ଅନ୍ୟ କିଛି ପଦବି ଖାଲି ରହିଥିବା ବେକେ ଏହି ସବୁ ପଦବି କେବେ ପୁରାଣ କରାଯିବ ତାକୁ ନେଇ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି। ଭଦ୍ରକ ନୂତନ ଡାକ୍ତରଖାନା ପରିସରରେ ରକ୍ତଭଣ୍ଡାର, ଇକୋ ମେସିନ୍, ଏମ୍ଆର୍ଆଇ ମେସିନ୍ ଓ ଥାଇରଏଡ୍ ଟେଷ୍ଟ ମେସିନ୍, ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଉ ବୋଲି ଭଦ୍ରକର ବରିଷ୍ଠ ନାଗରିକ ସଂଘ ଦାବି କରିଛି। ଏଠି ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସେବା ମିଳୁ ନ ଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଜଣେ ହୃଦ୍ରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି ସହ ସ୍ବତନ୍ତ୍ର କ୍ୟାନ୍ସର୍ ୱାର୍ଡ, କେମୋଥେରାପି ୱାର୍ଡ ଓ ଡାଏଲିସିସ୍ ୱାର୍ଡ ଖୋଲିବା ପାଇଁ ଦାବି ହୋଇଛି।
ଆହୁରି ପଢ଼ନ୍ତୁ: USA Conditions For Venezuela Oil Production: ତେଲ ଟ୍ୟାଙ୍କର ଫୁଲ୍ ହେଲେ ଟ୍ରେଜେରି ଖାଲି, ଭେନେଜୁଏଲା ଉପରେ ଆମେରିକାର ସର୍ତ୍ତ
ଆନ୍ଦୋଳନ ଚେତାବନୀ
ତୁରନ୍ତ ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଚେତାବନୀ ଦେଇଥିବା ବେକେ ସିପିଆଏମ୍ ନେତା ଚନ୍ଦ୍ର ଶେଖର ନାୟକ, ସିଟି ନେତା ଦିବ୍ୟସିଂହ ନାୟକ, ଆଇନଜୀବୀ ବିକାଶ ନାଥ, ସିପିଆଇଏମେଲ ନେତା ସମର ବଳ ପ୍ରମୁଖ ଚେତାବନୀ ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ ନୂତନ ମେଡ଼ିକାଲକୁ ଯେଉଁ ସର୍ଭିସ୍ ରୋଡ଼ ଯାଇଛି। ଆରଡ଼ି ଛକ ରାସ୍ତାରୁ ମେଡ଼ିକାଲ ଛକ ରାସ୍ତା ରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଜାତୀୟ ରାଜପଥ କଡ଼ରେ ମେଡ଼ିକାଲ ହୋଇଥିବାରୁ ଏଠାରେ ଜାତୀୟ ରାଜପଥ ଉପରେ ଏକ ଫ୍ଲାଏ ଓଭରବ୍ରିଜ ନିର୍ମାଣ ପାଇଁ ଦାବି ହୋଇଛି।
ଆହୁରି ପଢ଼ନ୍ତୁ: IND vs SA U19: ୨୨୭ ରନ୍ର ଭାଗିଦାରୀ ହେଲେ ବୈଭବ-ଅରୁଣ, ୨୩୩ ରନ୍ରେ ଦକ୍ଷିଣ ଆଫ୍ରିକା ପରାସ୍ତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/07/bhadrak-hospital-2026-01-07-20-43-21.jpg)