Education And Health: ଭଦ୍ରକରେ ପ୍ରତିଷ୍ଠା ହେବ ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ୍‌!

Advertisment

ଭଦ୍ରକ ଜିଲ୍ଲାବାସୀଙ୍କର ବହୁ ଦିନର ଦାବି ଓ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଏଠାରେ ବିଶ୍ଵବିଦ୍ୟାଳୟ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବ। ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାର ଲୋକଙ୍କୁ ଭଦ୍ରକରେ ପ୍ରତିଷ୍ଠିତ ହେବାକୁ ବିଶ୍ବବିଦ୍ୟାଳୟ ଏବଂ ମେଡିକାଲ କଲେଜରେ ପାଠପଢ଼ିବାର ସୁବିଧା ମିଳିପାରିବ।

ଭଦ୍ରକ ଜିଲ୍ଲାବାସୀଙ୍କର ବହୁ ଦିନର ଦାବି ଓ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଏଠାରେ ବିଶ୍ଵବିଦ୍ୟାଳୟ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବ। ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାର ଲୋକଙ୍କୁ ଭଦ୍ରକରେ ପ୍ରତିଷ୍ଠିତ ହେବାକୁ ବିଶ୍ବବିଦ୍ୟାଳୟ ଏବଂ ମେଡିକାଲ କଲେଜରେ ପାଠପଢ଼ିବାର ସୁବିଧା ମିଳିପାରିବ।

ery

Bhadrak University and Medical collage issue. Photograph: (sambad.in)

ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାବାସୀଙ୍କର ବହୁ ଦିନର ଦାବି ଓ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଭଦ୍ରକରେ ବିଶ୍ଵବିଦ୍ୟାଳୟ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବାର ଆଶା ସଞ୍ଚାର ହୋଇଛି। ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାର ଲୋକଙ୍କୁ ଭଦ୍ରକରେ ପ୍ରତିଷ୍ଠିତ ହେବାକୁ ବିଶ୍ବବିଦ୍ୟାଳୟ ଏବଂ ମେଡିକାଲ କଲେଜରେ ପାଠପଢ଼ିବାର ସୁବିଧା ମିଳିପାରିବ। ଅତ୍ୟାଧୁନିକ ଚିକିତ୍ସା ଭଦ୍ରକରେ ମିଳିପାରିବ। ୨୪ ବର୍ଷର ବିଜେଡି ସରକାର ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ ଯାହା କରିପାରି ନଥିଲେ ବିଜେପି ଏଠାରେ ବିଶ୍ଵବିଦ୍ୟାଳୟ ଓ ମେଡ଼ିକାଲ କଲେଜ୍ ପ୍ରତିଷ୍ଠା କରିବ। ନିର୍ବାଚନୀ ଘୋଷଣା ପ୍ରତରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପୂରା କରିବ ବୋଲି ଏବେ ଆଶା ଦେଖାଯାଉଛି। 

ଗତ ତିନି ମାସ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଗସ୍ତ କରିଥିଲେ। ଏହି ଗସ୍ତକାଳରେ ସେ ଭଦ୍ରକରେ ମେଡ଼ିକାଲ କଲେଜ୍ ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଖୋଜା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜମି ଖୋଜା ଚାଲିଥିବା ବେଳେ ବରପଦା ଇଞ୍ଜିନିୟରିଂ କଲେଜ ସୋସାଇଟର ସଭାପତି ପ୍ରୟାସକାନ୍ତି ସାମଲ ଏହି କଲେଜ ଦଖଲରେ ଥିବା ଶିଳ୍ପ ବିଭାଗର ୨୦ ଏକର ଜମି ଓ କଲେଜ ରେ ଥିବା ୫ ଏକର ଜମିକୁ ଭଦ୍ରକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦେବାକୁ ଘୋଷଣା କରିଥିଲେ। ପ୍ରୟାସ କାନ୍ତିଙ୍କର ଏହି ଘୋଷଣା ପରେ ପ୍ରଶାସନିକସ୍ତରରେ ଏହି ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।

ଜମି ଚିହ୍ନଟ ପ୍ରକ୍ରିୟା ଜାରି

ଏହାରି ଭିତରେ ଶ୍ରୀ ସାମଲ ଗତ ୬ ତାରିଖ ଦିନ ଶାସକ ଦଳ ‘ବିଜେପି’ରେ ସାମିଲ ହୋଇଛନ୍ତି। ଜମି ପ୍ରଦାନ ଓ ଚିହ୍ନଟ ପ୍ରକ୍ରିୟାକୁ ଆହୁରି ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ଆଶା କରାଯାଉଛି। ଆଜି ଭଦ୍ରକର ଉପଜିଲାପାଳ  ଶ୍ରୀ  ଚକ୍ରବର୍ତ୍ତୀ, ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ  ସଂଗ୍ରାମ କେଶରୀ ଖୁଣ୍ଟିଆ, ରାଜସ୍ବ ନୀରିକ୍ଷକ ଶରତ ବାବୁଙ୍କ ସମେତ ବରପଦା ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଗଙ୍ଗାଧର ଧଳ, କଲେଜ ସୋସାଇଟର ସଦସ୍ୟ ସୁଦର୍ଶନ ବାରିକ ପ୍ରମୁଖ ଉପସ୍ଥିତ ରହି ବାରିପଦା କଲେଜ ଜମିର ତଦନ୍ତ କରିବା ସହ ଏହାର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହି ଜମିର ସ୍କେଚ୍‌ ମ୍ୟାପ୍‌ ପ୍ରସ୍ତୁତ ହୋଇଥିବା ବେଳେ ଏବେ କେବଳ ଜମିର ଡିମାରକେସନ କରାଯିବା ପରେ ସରକାରଙ୍କୁ ଏହି ଜମି ଅଧିଗ୍ରହଣ ପାଇଁ ସୁପାରିସ କରାଯିବ।

ଆହୁରି ପଢ଼ନ୍ତୁ: Ramadevi Women's University: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ: ସ୍ଥାପନ ହେବ ଏଆଇ ଉତ୍କର୍ଷ କେନ୍ଦ୍ର

ଅଞ୍ଚଳବାସୀ ସହଯୋଗ କରିବେ: ପ୍ରୟାସକାନ୍ତି

ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏହି ଜମି ପ୍ରଦାନ କରାଯିବ ବୋଲି ପୂର୍ବରୁ କହିଥିବା ପ୍ରୟାସକାନ୍ତି ସାମଲଙ୍କୁ ପଚାରିବାରୁ ସେ କହିଲେ, ଆମେ ଏହି ଜମି ସରକାରଙ୍କୁ ହସ୍ଥାନତର କରିଦେବୁ। ସରକାର ଯେତେ ଶୀଘ୍ର ଜମି ଅଧିଗ୍ରହଣ କରି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିପାରିବେ। ଏଥିରେ ଅଞ୍ଚଳବାସୀଙ୍କର ମଧ୍ୟ ସହଯୋଗ ରହିବ। ସବୁ କାମ ସୁରୁଖୁରୁରେ ଚାଲିଲେ ଜମି ଅଧିଗ୍ରହଣ ପ୍ରକ୍ରିୟା ସହଜ ହେବ। ଏଥି ସହିତ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ସଫଳ ହେବା ସହିତ ଭଦ୍ରକ ଜିଲ୍ଲାବାସୀଙ୍କ ଦାବି ଓ ସ୍ବପ୍ନ ପୁରଣ ହୋଇପାରିବ।

ଆହୁରି ପଢ଼ନ୍ତୁ: BJD's health has deteriorated: ବିଗିଡ଼ିଲାଣି ବିଜେଡି ସ୍ବାସ୍ଥ୍ୟ: କାହା ବୋଲ ମାନୁନାହାନ୍ତି, ନୂଆପଡ଼ା ପରେ ଭଦ୍ରକ ଝଟକା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe