ଭଦ୍ରକ (ହରିହର ନାୟକ): ଭଦ୍ରକ ନୂଆ ବସଷ୍ଟାଣ୍ଡ ଅଚଳ ହୋଇପଡିଛି। ନିର୍ମାଣ ହେବା ଦିନ ଠାରୁ ବିଭିନ୍ନ ସମୟରେ ଏହି ବସଷ୍ଟାଣ୍ଡ ୪ ଥର ଉଦ୍ଘାଟନ ହୋଇସାରିଛି। ଏହାର ନବକଳେବର ହେଉଛି। ଚକାଚକ ହୋଇ ନିର୍ମାଣ ହୋଉଥିବା ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ ପାଇଁ ଏହା ଭିତରେ ୬୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇସାରିଛି। ମାତ୍ର ଏହି ବସ୍ଷ୍ଟାଣ୍ଡ ସଚଳ ହୋଇପାରି ନାହିଁ। ଏଠାକୁ ବସ୍ ଆସୁ ନାହିଁ କି ଯାତ୍ରୀ ମଧ୍ୟ ଆସୁ ନାହାନ୍ତି। ବସ୍ଷ୍ଟାଣ୍ଡ ଚଳାଇବା ପାଇଁ ପୌରପାଳିକା ମଧ୍ୟ ସହଯୋଗ କରାଯାଉନାହିଁ। ଏହି ବସ୍ଷ୍ଟାଣ୍ଡ ପାଇଁ କୋଟି କୋଟି ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ କରାଯାଇଥିବା ବେଳେ ଏହା ଲୋକଙ୍କ କାମରେ ନଆସିବା ପରିତାପର ବିଷୟ ହୋଉଛି।
ଏଠାରେ ସନ୍ଧ୍ୟା ହେଲେ ଅସାମାଜିକ ଯୁବକଙ୍କ ଆଡ଼ା ଜମୁଛି। ଚୋରା ମଦ, ବ୍ରାଉନ ସୁଗାର୍ ଆଉ ଚରସ ବେପାରୀଙ୍କ ଆଡା ଜମୁଛି। ରାତିରେ ଏହି ବସ୍ଷ୍ଟାଣ୍ଡ ଦେଇ ଯିବାକୁ ଲୋକ ଭୟ ବି କରୁଛନ୍ତି। ଲାଇଟ ବ୍ୟବସ୍ଥା ଠିକ ନାହିଁ। ଅନେକ ସମୟରେ ଏଇ ଅଞ୍ଚଳ ଅନ୍ଧାର ହୋଇଯାଉଛି। ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ କାର୍ଯ୍ୟକାରୀ ନକରି ବନ୍ତ ଛକ ବସ୍ ଷ୍ଟପ୍କୁ ଏକ ଅସ୍ଥାୟୀ ବସ୍ଷ୍ଟାଣ୍ଡ ଭାବରେ ବ୍ୟବହାର କରାଯାଉଛି। ବନ୍ତ ଛକରେ ସବୁ ବସ୍ର ଠୁଳ ହେବା ନୂଆ ବସ୍ଷ୍ଟାଣ୍ଡକୁ ବସ ନଯିବା ପଛରେ ଏକ ବଡ଼ଧରଣର ରାଜନୀତି ଚାଲିଛି।
ଆହୁରି ପଢ଼ନ୍ତୁ: Budget 2026-27: ପୂରା ହେବ ଭଦ୍ରକବାସୀଙ୍କ ସ୍ବପ୍ନ; ପ୍ରତିଷ୍ଠା ହେବ ବିଶ୍ବବିଦ୍ୟାଳୟ
ସରକାର ପରେ ସରକାର ବଦଳି ଯାଉଛନ୍ତି। କିନ୍ତୁ ବଦଳି ପାରୁ ନାହିଁ ଭଦ୍ରକ ବସ୍ଷ୍ଟାଣ୍ଡର ଭାଗ୍ୟ। ଭଦ୍ରକ ନୂଆ ବସ୍ଷ୍ଟାଣ୍ଡକୁ ଅଚଳ କରି ପାକାଇବାରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କର। ହାତ ରହିଛି। ଯିଏ ଶାସନ କ୍ଷମତାକୁ ଆସିଲା ସେନଙ୍କଉ ହାତ କରାଯାଇ ପ୍ରଶାସନକୁ ମୋଡ଼ି ମକଚି ଦେଇ ସେମାନଙ୍କ ସୁବିଧା ଓ ଜିସ୍କୁ କାଏମ ରଖୁଛନ୍ତି। ବସ୍ଷ୍ଟାଣ୍ଡକୁ କାର୍ଯ୍ୟକାରୀ କରାଇ ନଦେବା ପାଇଁ ବର୍ଷବର୍ଷ ଧରି ଯେଉଁ ମୁଷ୍ଟିମେୟ ଲୋକମାନେ ଚକ୍ରାନ୍ତ କରିଛନ୍ତି। ସେମାନଙ୍କ ଚକ୍ରାନ୍ତ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। କେଉଁ ଗୋଷ୍ଠୀ ଭଦ୍ରକ ନୂଆ ବସ୍ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବାକୁ ଦେଉ ନାହାନ୍ତି। ସେମାନଙ୍କ ବିଷୟରେ ସବୁଠି ଚର୍ଚ୍ଚା ବି ହେଉଛି। ଭଦ୍ରକର ସାଧାରଣ ଲୋକ ମଧ୍ୟ ଏ ସମ୍ପର୍କରେ ଅବଗତ ଅଛନ୍ତି। କିନ୍ତୁ ସେମାନେ ଏତେ ପ୍ରଭାବ ବିସ୍ତାର କରିଛନ୍ତି ଯେ ସେମାନେ ଯାହା କହିବେ ତାହା ଏବେ ବେଦର ଗାର ହୋଇ ଯାଉଛି। ଯେଉଁଥି ପାଇଁ ଭଦ୍ରକର ଯାତ୍ରୀ ଙ୍କ ଗମନା ଗମନ ବ୍ୟସ୍ଥାରେ କିଛି ବିକାଶ ସମ୍ଭବ ହୋଇପାରୁ ନାହିଁ। ଯେଉଁଥି ପାଇଁ ଏତେ ଟଙ୍କାରେ ନିର୍ମିତ ନୂଆ ବସ୍ ଷ୍ଟାଣ୍ଡ ଏବେ ଅଚଳ ହୋଇପଡିଛି।
Follow Us