Paddy: ଧାନ ନକିଣିଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

Advertisment

ଭଦ୍ରକ ଜିଲ୍ଲାରେ ସରକାର ତୁରନ୍ତ ଚାଷୀର ଧାନ କିଣନ୍ତୁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଂପାଦକ ମନୋଜ ବିଶ୍ଵାଳ ଦାବି କରିଛନ୍ତି। ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ କଂଗ୍ରେସ...

ଭଦ୍ରକ ଜିଲ୍ଲାରେ ସରକାର ତୁରନ୍ତ ଚାଷୀର ଧାନ କିଣନ୍ତୁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଂପାଦକ ମନୋଜ ବିଶ୍ଵାଳ ଦାବି କରିଛନ୍ତି। ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ କଂଗ୍ରେସ...

congress bhaban

Congress Bhaban of Odisha. Photograph: (sambad.in)

ଭଦ୍ରକ(ହରିହର ନାୟକ): ଭଦ୍ରକ ଜିଲ୍ଲାରେ ସରକାର ତୁରନ୍ତ ଚାଷୀର ଧାନ କିଣନ୍ତୁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଂପାଦକ ମନୋଜ ବିଶ୍ଵାଳ ଦାବି କରିଛନ୍ତି। ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ କଂଗ୍ରେସ ରାଜରାସ୍ତାକୁ ଉହ୍ଲାଇବ ବୋଲି ଶ୍ରୀ ବିଶ୍ଵାଳ ଚେତାବନୀ ଦେଇଛନ୍ତି। 

ଭଦକ୍ର ଜିଲ୍ଲାରେ ଧାନ ବିକ୍ରି ପାଇଁ  ମଣ୍ଡି ଖୋଲା ହୋଇଛି। ମାତ୍ର ଚାଷୀଙ୍କ ଠାରୁ ଧାନ ଆଦୌ କ୍ରୟ ନକରିବା ଘଟଣା ଦୁର୍ଭାଗ୍ୟଜନକ ବୋଲି ପିସିସିର ପୂର୍ବତନ ସାଧାରଣ ସଂପାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି କହିଛନ୍ତି। ସେ ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି ଯେ ତାଙ୍କ ନିଜ ବ୍ଲକ ଚାନ୍ଦବାଲି ଏବଂ ସମଗ୍ର ଭଦ୍ରକ ଜିଲ୍ଲାରେ ମଣ୍ଡି ଜାନୁଆରୀ ୫ ତାରିଖରୁ ଖୋଲା ହେଲାଣି। ଡିସେମ୍ବର ୧ ତାରିଖ ସୁଦ୍ଧା ଚାଷୀ ସମସ୍ତ ଧାନ ଅମଳ କାର୍ଯ୍ୟ ସାରିଛି। ମାତ୍ର ଏବେ ମଣ୍ଡିରେ ଚାଷୀ ଧାନ ଥୋଇ ଅପେକ୍ଷା କରି ବସିଛି। ସରକାର ଓ ମିଲମାଲିକଙ୍କ ମଧ୍ୟରେ କଟନି ଛଟନିର ହିସାବ ନ ଛିଡିବାର ଧାନ କିଣା କାମ ଆରମ୍ଭ ହୋଇପାରୁନି। ଯେଉଁ ଟୋନକ୍‌ର ଅବଧି ଜାନୁଆରି ୫ ତାରିଖ ଫେବ୍ରୁଆରି ୪ ତାରିଖ ପର୍ଯ୍ୟନ୍ତ ଥିଲା, ଏବେ ସେମାନେ ପ୍ରମାଦ ଗଣୁଛନ୍ତି। ଧାନ ବିକ୍ରୀର ଧାର୍ଯ୍ୟ ସମୟ ସରିଯାଇଛି, ମାତ୍ର ସରକାର ଧାନ କିଣୁନାହାନ୍ତି।

ଆହୁରି ପଢ଼ନ୍ତୁ: Greenland Conflict: ଟ୍ରମ୍ପଙ୍କ ଗ୍ରିନଲାଣ୍ଡ ଅଭିଳାଷ ଉପରେ ପାଣି ପକାଇଲେ ଆମେରିକାର ସହଯୋଗୀ ରାଷ୍ଟ୍ର

ଧାନ କିଲୋ ୧୬୦୦ ଟଙ୍କା 

ଏପଟେ ଚାଷୀ ହତାଶ ହୋଇ ଧାନ କ୍ୱିଂଟାଲ ପିଛା ୧୬୦୦ ଟଙ୍କାରେ ବିକି କ୍ଷତି ସହୁଛି। ଏବେ ଭଦ୍ରକ ଜିଲ୍ଲାରେ ଚାଷୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ସରକାର ଧାନ କିଣିବେକି ନାହିଁ? ଭଦ୍ରକ ଜିଲ୍ଲାର ରାଜ୍ୟ ବିଜେପି ସଭାପତି ରହିଛନ୍ତି। ଭଦ୍ରକ ଜିଲ୍ଲାରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରହିଛନ୍ତି। ମାତ୍ର ସେମାନେ ଏପରି ଅଭାବନୀୟ ପରିସ୍ଥିତିରେ ସମାଧାନ ପାଇଁ ଚେଷ୍ଟିତ ନୁହନ୍ତି। ସେପଟେ ଜିଲ୍ଲାପାଳ ମନ୍ତ୍ରୀ ଓ ନେତାଙ୍କ ସହ ସାମାଜିକ ଗଣମାଧ୍ୟମରେ ଫଟୋ ଛାଡ଼ୁଛନ୍ତି। ଚାଷୀର ଧାନ ଯଦି ସରକାର ୨ ଦିନ ମଧ୍ୟରେ ନ କିଣନ୍ତି ତେବେ ଚାଷୀ ରାଜରାସ୍ତାକୁ ଓହ୍ଲାଇବ ଏବଂ କଂଗ୍ରେସ ଏହାକୁ ସମର୍ଥନ ଦେବ। ଯେଉଁ ପରିଣତି ସୃଷ୍ଟି ହେବ ସରକାର ଦାୟୀ ରହିବେ ବୋଲି ଶ୍ରୀ ବିଶ୍ୱାଳ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Trump's rejection: ଗ୍ରିନଲାଣ୍ଡ ପ୍ରସଙ୍ଗରେ ମାକ୍ରନଙ୍କ ପ୍ରସ୍ତାବିତ ଜି ୭ ବୈଠକକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe