Bhadrak News: ସରକାରଙ୍କ ନିୟମ ଭାଙ୍ଗୁଛି ସରକାରୀ ବିଭାଗ

Advertisment

ସରକାରଙ୍କ ନିୟମ ଭାଙ୍ଗୁଛି ସରକାରୀ ବିଭାଗ । ଏମିତି କି ଚିଠି ପରେ ଚିଠି ଲେଖିଛି ବିଭାଗ, କିନ୍ତୁ ସବୁ ଜାଣି ବଡ଼ ବାବୁ ଚୁପ୍ । ଏ  ହେଉଛି ଭଦ୍ରକ ଜିଲ୍ଲାର ଦୁଇଟି  ବିଭାଗର  କଥା

ସରକାରଙ୍କ ନିୟମ ଭାଙ୍ଗୁଛି ସରକାରୀ ବିଭାଗ । ଏମିତି କି ଚିଠି ପରେ ଚିଠି ଲେଖିଛି ବିଭାଗ, କିନ୍ତୁ ସବୁ ଜାଣି ବଡ଼ ବାବୁ ଚୁପ୍ । ଏ  ହେଉଛି ଭଦ୍ରକ ଜିଲ୍ଲାର ଦୁଇଟି  ବିଭାଗର  କଥା

Bhadrak

ଭଦ୍ରକ: ସରକାରଙ୍କ ନିୟମ ଭାଙ୍ଗୁଛି ସରକାରୀ ବିଭାଗ । ଏମିତି କି ଚିଠି ପରେ ଚିଠି ଲେଖିଛି ବିଭାଗ, କିନ୍ତୁ ସବୁ ଜାଣି ବଡ଼ ବାବୁ ଚୁପ୍ । ଏ  ହେଉଛି ଭଦ୍ରକ ଜିଲ୍ଲାର ଦୁଇଟି  ବିଭାଗର  କଥା । ଗୋଟିଏ ହେଉଛି କେନ୍ଦ୍ର ସରକାରଙ୍କ ଫୁଡ୍ କର୍ପୋରେସନ ଅଫ ଇଣ୍ଡିଆ ଓ ଅନ୍ୟଟି ରାଜ୍ୟ ସରକାରଙ୍କ ଆଞ୍ଚଳିକ ପରିବହନ ବିଭାଗ । ଫୁଡ୍ କର୍ପୋରେସନ ଅଫ ଇଣ୍ଡିଆର ଷ୍ଟୋରେଜ ଓ କଣ୍ଟ୍ରାକ୍ଟ ଡିଭିଜନ ଏକ ଚିଠି ସମସ୍ତ ରାଜ୍ୟର କ୍ଷେତ୍ରୀୟ କାର୍ଯ୍ୟାଳୟକୁ ପଠା ଯାଇଛି, ଏହି ଚିଠିରେ ସ୍ପଷ୍ଟ ଲେଖା ଯାଇଛି ଖାଦ୍ୟ ଶସ୍ୟ ଟ୍ରାନ୍ସପୋର୍ଟ ବେଳେ କମର୍ସିଆଲ ଗାଡ଼ିକୁ ଓଭର ଲୋଡ଼ିଂ ନ କରିବା ପାଇଁ । 

ଆହୁରି ପଢନ୍ତୁ- India vs South Africa T20I: ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍‌ରେ ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍‌

ଭିଜିଲାନ୍ସ ଡିଭିଜନ ଖାଦ୍ୟଶସ୍ୟ ପରିବହନ ବେଳେ ଗାଡ଼ିରେ ଓଭର ଲୋଡ ନେଇ ବାରମ୍ବାର ଅଭିଯୋଗ ପାଇବା ପରେ ଭାରତୀୟ ଖାଦ୍ୟ ନିଗମ ଏହି ଚିଠି କରିଥିଲା । କିନ୍ତୁ ଭଦ୍ରକ ଜିଲ୍ଲା ରାଣିତାଲ ଠାରେ ଥିବା ଭାରତୀୟ ଖାଦ୍ୟ ନିଗମ ରୁ ଚାଉଳ ପରିବହନ ବେଳେ ଏହି ନିୟମର ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଥିଲା । ଏକାଧିକ ଭେଲିଡିଟି ନଥିବା ଗାଡ଼ିରେ ଆବଶ୍ୟକତା ଠାରୁ ବହୁ ଓଜନର ଚାଉଳ ବସ୍ତା ରେଲୱେ ସାଇଡିଂକୁ ପରିବହନ ହେଉଛି । 

ଆହୁରି ପଢନ୍ତୁ- Rashtriy Suheldev Sena(RSS): ସେନା ପରି ୟୁନିଫର୍ମ: କାନ୍ଧରେ ହଳଦିଆ ବ୍ୟାଜ୍ ହାତରେ ବାଡ଼ି: ରାଜଭରଙ୍କ ଆରଏସଏସ ସେନା

ତେବେ ଏହି ପରିବହନରେ ନିୟୋଜିତ ଅଛନ୍ତି ଏମିତି ଅନେକ ଟ୍ରକ୍ ମଧ୍ୟ ପରିବହନରେ ଲାଗିଛନ୍ତି। ଯେଉଁ ଗାଡ଼ିର ବୟସ ସମାପ୍ତ ହେବା ସହ ଇନ୍ସୁରାନ୍ସ , ଫିଟନେସ ମଧ୍ୟ ନାହିଁ । ଘଟଣାକୁ ନେଇ ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ କହିଛନ୍ତି ଯେ ଆମେ ନିୟମିତ ଭାବେ ଚେକିଂ କରି ଧାର୍ଯ୍ୟ ଜୋରିମାନା କରୁଛୁ । ଏହି ଅଭିଯୋଗ ଆସିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ଟିମ୍ ଗଠନ ହୋଇଛି । ଗାଡ଼ି ଗୁଡ଼ିକର ତାଲିକା ମଧ୍ୟ ପ୍ରଦାନ କରାଯାଇଛି, ଖୁବ୍ ଶୀଘ୍ର ଗାଡ଼ି ଗୁଡ଼ିକୁ ଠାବ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭଦ୍ରକ ଆର୍ ଟି ଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe