Hindi Teacher Rapes Student, Accused detained Photograph: (sambad.in)
ବାସୁଦେବପୁର: ଅସଦାଚରଣ ଅଭିଯୋଗରେ ହିନ୍ଦୀ ଶିକ୍ଷକଙ୍କୁ ବିଦ୍ୟାଳୟରୁ ଉଠାଇ ନେଲା ପୁଲିସ। ଅସଦାଚରଣ କ୍ରିଷ୍ଣା ନନ୍ଦଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ । ଏମିତି କି ଛାତ୍ରୀଙ୍କୁ ଜୀବନରୁ ମାରି ଦେବାକୁ ହିନ୍ଦୀ ଶିକ୍ଷକ ଜଣକ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ।
ପୁଲିସର ତଦନ୍ତ ଜାରି
ଗତକାଲି ରାତିରେ ଛାତ୍ରୀ ଜଣକ ଭୟଭୀତ ଅବସ୍ଥାରେ ବିଦ୍ୟାଳୟରୁ ପଳାଇ ଆସି ନିକଟସ୍ଥ ଗାଆଁରେ ଆଶ୍ରୟ ନେଇଥିଲେ। ପରେ ଛାତ୍ରୀ ଜଣକ ଗାଁ ଲୋକଙ୍କୁ ଜଣାଇବା ପରେ ନିକଟସ୍ଥ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଆଁରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲା। ଏଥି ସହ ବିଦ୍ୟାଳୟରୁ ସଂପୃକ୍ତ ହିନ୍ଦୀଶିକ୍ଷକଙ୍କୁ ଥାନାକୁ ଉଠାଇ ନେଇଥିଲା। ପୁଲିସର ତଦନ୍ତ ଜାରି ରହିଛି। ଛାତ୍ରୀ ଜଣକ ଭଦ୍ରକ ଆଗରପଡ଼ା ଅଞ୍ଚଳର ବୋଲି ଜଣାପଡିଛି। ଛାତ୍ରୀଙ୍କ ଅଜା ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
Raid Sub Collector: ବାଲି ଖାଦାନ ଉପରେ ଉପଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ, ୬ଟି ବାଲି ବୋଝେଇ ଟ୍ରାକ୍ଟର ଜବତ
Follow Us