Sand Smuggling: ମାଲେମାଲ ବାଲି ମାଫିଆ, ପ୍ରଶାସନ ନୀରବ

Advertisment

ଭଦ୍ରକ ଜିଲ୍ଲାର ବୈତରଣୀ ନଦୀରେ ବାଲି ମାଫିଆ ଏବେ ସକ୍ରିୟ ଅଛନ୍ତି। ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ ବାଲି ଚୋରି ଏକ ନୀତି ଦିନିଆ କଥା  ହୋଇଛି। ପ୍ରଶାସନିକ ଅଙ୍କୁଶ ନଥିବାରୁ ମାଫିଆ ମାଲେମାଲ ହିମେଉଛନ୍ତି।

ଭଦ୍ରକ ଜିଲ୍ଲାର ବୈତରଣୀ ନଦୀରେ ବାଲି ମାଫିଆ ଏବେ ସକ୍ରିୟ ଅଛନ୍ତି। ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ ବାଲି ଚୋରି ଏକ ନୀତି ଦିନିଆ କଥା  ହୋଇଛି। ପ୍ରଶାସନିକ ଅଙ୍କୁଶ ନଥିବାରୁ ମାଫିଆ ମାଲେମାଲ ହିମେଉଛନ୍ତି।

Untitled-20

ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାର ବୈତରଣୀ ନଦୀରେ ବାଲି ମାଫିଆ ଏବେ ସକ୍ରିୟ ଅଛନ୍ତି। ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ ବାଲି ଚୋରି ଏକ ନୀତି ଦିନିଆ କଥା  ହୋଇଛି। ପ୍ରଶାସନିକ ଅଙ୍କୁଶ ନଥିବାରୁ ମାଫିଆ ମାଲେମାଲ ହିମେଉଛନ୍ତି। କୋଟିକୋଟି ଟଙ୍କାର ବାଲି ଚିରା ଚାଲାଣ ହେଉଛି। ସରକାର ରାଜସ୍ବ ହରାଉଛନ୍ତି। ନେତା, ପୁଲିସ, ରାଜସ୍ୱ ବିଭାଗର ଅଧିକାରୀ ମାଲେମାଲ ହେଉଛନ୍ତି। ଜିଲ୍ଲାରେ ଥିବା ଲଘୁ ଖଣିଜ ସଂପଦ ଅଫିସ ଜିଲ୍ଲାରେ  ନିଷ୍କ୍ରିୟ ହୋଇ ରହିଛି। 

ପ୍ରକାଶ ଥାଉକି, ଜିଲ୍ଲାର ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳରେ ଚୋରା ବାଲି ଉତ୍ତୋଳନ ଓ ପରିବହନ ଦିନକୁ ଦିନ ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଛି। ବୈତରଣୀ ନଦୀର ମଣିନାଥପୁର, ମୁଢ଼ାପଦା, ଦାଣ୍ଡକୂଳ, ରଘୁନାଥପୁର, କୁମ୍ଭାରିଆ, ବାଲିପୋଖରୀ, ନେରଡ଼ା, ଝୁଟୁଣା ଆଦି ଅଞ୍ଚଳର ବୈତରଣୀ ନଦୀ ଶଯ୍ୟାରୁ ଦୈନିକ ଶହ ଶହ ଟ୍ରିପ ଚୋରା ବାଲି ଟ୍ରାକ୍ଟର ଓ ହାଇଓ୍ୱାରେ ଚାଲାଣ ହେଉଛି। ସେହିପରି ଧାମନଗର ବ୍ଲକର ହସନାବାଦ, ଅର୍ଜୁନପୁର, ବାଲିପାଟଣା, ଅସ୍ତକ ଅଞ୍ଚଳରେ ପ୍ରତିଦିନ ସହ ସହ ଟ୍ରାକ୍ଟର ବେଆଇନ ଭାବରେ ନଦୀରୁ ବାଲି ଉଠାଉଛନ୍ତି। ଏହି ବାଲିକୁ ବାହାରକୁ ଚାଲାଣ କରାଯାଉଛି। ଏହି ବୁଇ ବ୍ଲକର ଚୋରା ବାଲି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷମତାପ୍ରାପ୍ତ ଜିଲ୍ଲା ଲଘୁଖଣିଜ ଅଧିକାରୀ ବାଲିଚୋରଙ୍କ ସହ  ସମ୍ପର୍କ ପ୍ରତିଷ୍ଠା କରି ସେମାନଙ୍କୁ ପ୍ରଶାସନିକ ପୃଷ୍ଠପୋଷକତା ରହୁଥିବା ସାଧାରଣରେ ଅଭିଯୋଗ ହୋଇଛି।

ସେହିପରି ଚୋରା ବାଲି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷମତାପ୍ରାପ୍ତ ପୁଲିସ ମଧ୍ୟ ଏ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଭାବେ ବାଲି ମାଫିଆଙ୍କ ସହ ସମ୍ପର୍କ ଯୋଡ଼ି ସେମାନଙ୍କୁ ଅନୁରୂପ ଭାବେ ପୃଷ୍ଠପୋଷକତା କରୁଥିବା ଜଣାଯାଇଛି। ବାଲିଟ୍ରାକ୍ଟରରୁ ପୁଲିସର ଚାନ୍ଦା ଆଦାୟ ଅଡିଓ ଭାଇରାଲ ହେବା ଘଟଣା ଭଦ୍ରକ ଜିଲ୍ଲାରେ ଗତ କିଛି ଦିନ ହେଲା ବେଶ୍ ଚର୍ଚ୍ଚାକୁ ଆସିଥିବା ବାଲି ମାଫିଆଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। 

Baitarani

ମାସିକିଆ ଚାନ୍ଦା ଆଦାୟ

ମଞ୍ଜୁରୀରୋତ ଫାଣ୍ଡି ଅଞ୍ଚଳରେ ଚଳାଚଳ କରୁଥିବା ବେଆଇନ ବାଲି ପରିବହନକାରୀ ଟ୍ରାକ୍ଟରଗୁଡିକଠାରୁ କେତେକ ଅସାଧୁ ପୁଲିସ କର୍ମଚାରୀ ମାସିକିଆ ଚାନ୍ଦା ଧର୍ଯ୍ୟ କରୁଥି ଅଡିଓ ଭାଇରାଲ ହୋଇଥିଲା। ବହୁ ପୁରୁଣା ପୁଲିସ କର୍ମଚାରୀ ବଦଳି ହୋଇଗଲେଣି। ହେଲେ ବାଲିଗାଡିରୁ ଚାନ୍ଦା ଆଦାୟ ମୋହକୁ ତୁଟାଇପାରୁ ନାହାନ୍ତି କେତେକ ନୂଆ ଓ ପୁରୁଣା ପୁଲିସ କର୍ମଚାରୀ। ବାଟଘାଟରେ ବେଆଇନ ବାଲି ପରିବହନକାରୀ ଟ୍ରାକ୍ଟର ଓ ହାଇୱା ଠାରୁ ଚାନ୍ଦା ନେଇ ଛାଡିଦେବା ଦ୍ଵାରା ଚୋରା ବାଲି ଉତ୍ତୋଳନ ଓ ପରିବହନ ବୃଦ୍ଧି ପଡୁଛି। ସରକାର ରାଜସ୍ବ ହରାଉଛନ୍ତି। ଅସାଧୁ ଲଘୁଖଣିଜ କର୍ମଚାରୀ ଓ ପୁଲିସ କର୍ମଚାରୀଙ୍କ ପୃଷ୍ଠପୋଷକତା ପାଇ ବାଲି ମାଫିଆମାନେ ଧରାକୁ ସରା ମଣୁନାହାନ୍ତି। ବେଆଇନ ବାଲି ଉତ୍ତୋଳନ ଓ ପରିବହନରୁ ମାଫିଆମାନେ ବିପୁଳ ଅର୍ଥ ରୋଜଗାର କରି ଏବେ ରାଜନୈତିକ କ୍ଷମତା ପାଇଁ ନିର୍ବାଚନରେ ପ୍ରତିବୃଦ୍ବିତା କରିବାକୁ ସାହସ କରୁଛନ୍ତି। ରାଜନେତାଙ୍କ ସମର୍ଥକ ସାଜି କ୍ଷମତା ଉପଭୋଗ କରୁଥିବାରୁ ସମାଜିକ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ।

ଆହୁରି ପଢ଼ନ୍ତୁ: Ayodhya Ram Temple: ଅଯୋଧ୍ୟା ରାମମନ୍ଦିରର ୧୫ କିମି ପରିଧି ମଧ୍ୟରେ ଆମିଷ ଖାଦ୍ୟ ସାମଗ୍ରୀ ବିତରଣ ନିଷେଧ

ବେଆଇନ ବାଲି ଚୋରି ଉପରେ ରୋକ

ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା, ମଞ୍ଜୁରୋଡ ଥାନା, ଧାମନଗର ଥାନା ଓ ଧୁସୁରି ଥାନା ଅଞ୍ଚଳ ଦେଇ ରାସ୍ତା ପାହିଲେ ସହ ସହ ବେଆଇନ ବାଲି ଗାଡି ଚୋରା ଚାଲାଣ ହେଉଛି। କେବେ ଏହି ବେଆଇନ ଚୋରା ବାଲି ଚାଲାଣ ବନ୍ଦ ହେବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ବେଆଇନ ବାଲି ଚୋରି ଉପରେ ରୋକ ନାଲଗା ଗାର ଆଗାମୀ ଦିନରେ ବୈତରଣୀ ନଦୀ କୂଳ  ଅସୁରକ୍ଷିତ ହେବା ସହ କୁଳ ବାସୀ ଆତଙ୍କିତ ଅବସ୍ଥାରେ ରହିବେ। ଏହାର ତଦନ୍ତ କରାଯିବା ବେଆଇନ ବାଲି ଚୋରା ଚାଲାଣ ବନ୍ଦ କରାଯାଉ ବୋଲି ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ ଦାବି କରିଛନ୍ତି। ବେଆଇନ ବାଲି ଚୋରି ସମ୍ପର୍କରେ ଯେଉଁ ଅଭିଯୋଗ ହୋଇଛି। ଏହାର ଉପଯୁକ୍ତ ତଦନ୍ତ କରାଯିବ ବୋଲି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ କହିଛନ୍ତି।  

ଆହୁରି ପଢ଼ନ୍ତୁ: Khwaja Asif : ପାକ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ନେତାନ୍ୟାହୁଙ୍କୁ ତୁର୍କୀ ବନ୍ଦୀ କରୁ ବୋଲି ପାକିସ୍ତାନୀ ପ୍ରାର୍ଥନା କରୁଛନ୍ତି’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe