ଭୁବନେଶ୍ବର: ନିଆଁ ଆଗରେ ସବୁକିଛି ତୁଚ୍ଛ । ନିଆଁ ସବୁକିଛି ଜାଳି ପୋଡ଼ି ପାଉଁଶ କରିଦିଏ । ଘର, ଦ୍ବାର, ଜୀବନ... ଭଦ୍ରକରୁ ଆସିଛି ନିଆଁକୁ ନେଇ ସେମିତି ଏକ ଛାତିଥରା ଖବର । ଯେଉଁଠି ନିଆଁ ଆଁରେ ଜଳିଯାଇଛି ଶତାଧିକ ଜୀବନ । ହଁ ଆଜ୍ଞା ! ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଛତ୍ରପଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡରେ ଜଳିଯାଇଛି ୨୦ରୁ ଅଧିକ ଘର । ତାସହ ୨୦ ଗୋରୁ ସହିତ ୧୦୦ରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି ।
/filters:format(webp)/sambad/media/media_files/2026/01/05/fire-2026-01-05-11-44-35.jpeg)
ଆହୁରି ପଢନ୍ତୁ- Earthquake in Assam: ଆସାମରେ ବଡ଼ ଧରଣର ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୫.୧, ଶୋଇଥିବା ବେଳେ ଥରିଲା ଘର…
ଖାଲି କଣ ସେତିକି ଘରେ ଥିବା କୁଇଣ୍ଟାଲ କୁଇଣ୍ଟାଲ ଧାନ ବି ଜଳି ପାଉଁଶ ହୋଇଯାଇଛି । ତେବେ ଗତ କାଲି ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ, ଏହି ଅଗ୍ନିକାଣ୍ଡରେ ସାତ ପରିବାରଙ୍କ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଥିବା ବେଳେ ଗୃହପାଳିତ ପଶୁ ଏହି ନିଆଁରୁ ବର୍ତ୍ତି ପାରିନାହାନ୍ତି । ନିଆଁରେ ୨୦ ଗୋରୁ ଏବଂ ୧୦୦ରୁ ଅଧିକ ଛେଳି ଜିଅନ୍ତା ଜଳିଯାଇଛନ୍ତି । ଏଥିସହ ୪୦୦ରୁ ଅଧିକ ଧାନବସ୍ତା ଓ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି ।
ଆହୁରି ପଢନ୍ତୁ- Donald Trump, PM Modi: ମୋଦୀଙ୍କୁ ଜଣାଥିଲା ମୁଁ ଖୁସି ନାହିଁ ବୋଲି… ଭାରତ ଉପରେ ପୁଣି ବଢିପାରେ ଟାରିଫ- ଧମକାଇଲେ ଟ୍ରମ୍ପ
ଏହି ଅଗ୍ନିକାଣ୍ଡରେ ସନାତନ ନାୟକ, ଜଡ଼ା ନାୟକ, ମାନସ ନାୟକ,ସୁଧାକର ନାୟକ,ଦାଶରଥି ନାୟକ,ଚକ୍ରଧର ନାୟକ ଓ ଗୁଣନିଧି ନାୟକ ୭ ପରିବାର ସର୍ବହରା ହୋଯାଇଛନ୍ତି । ଅଗ୍ନିକାଣ୍ଡ ପରେ ସାରା ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଗାଁ ନିକଟରେ ଜଳ ସମସ୍ୟା ଥିବାରୁ ଗ୍ରାମବାସୀ ମାନେ ନିଆଁ ଲିଭାଇବାକୁ ନାକେଦମ ହୋଇଥିଲେ। ଚାଁହୁ ଚାଁହୁ ଘରକୁ ଘର ନିଆଁ ଲାଗିଯାଇଥିଲା । ଗ୍ରାମବାସୀମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ୍ୟ ଦମକଳ ଟିମ ପହଂଚିବା ବେଳକୁ ଘର ପୂରା ପୋଡି ଯାଇଥିଲା ।
ଅଗ୍ନିକାଣ୍ଡ ପରେ ପୀଡ଼ିତ ପରିବାରମାନେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି। ସରକାରୀ ପ୍ରଶାସନ ପକ୍ଷରୁ ତୁରନ୍ତ ରିଲିଫ୍ ଯୋଗାଇବା ସହ ପୀଡ଼ିତ ପରିବାରମାନଙ୍କୁ ଖାଦ୍ୟ ଓ ଅସ୍ଥାୟୀ ଆଶ୍ରୟ ବ୍ୟବସ୍ଥା କରିବାକୁ ଦାବି ଉଠିଛି। ଘଟଣାସ୍ଥଳକୁ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟ୍ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣା ପରେ ଛତ୍ରପଦା ଗ୍ରାମରେ ଶୋକ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ପୀଡ଼ିତ ପରିବାରଙ୍କୁ ସରକାରଙ୍କ ତରଫରୁ ଶୀଘ୍ର ସହାୟତା ଓ କ୍ଷତିପୂରଣ ଦାବି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/05/fire-2026-01-05-11-40-58.jpg)