Advertisment

Education: ଶିଶୁ ସେବିକା ନିଯୁକ୍ତି ହେଲା ନାହିଁ: କୁନିପିଲାଙ୍କ ଭବିଷ୍ୟତ ଅନ୍ଧାର

Advertisment

ଚଲିତ ଶିକ୍ଷା ବର୍ଷ ଶେଷ ହେବାକୁ ଆଉ ଦୁଇ ମାସ ରହିଛି। ବର୍ଷେ ହେଲାଣି ରାଜ୍ୟ ସରକାର ପ୍ରତି ସ୍କୁଲରେ ନୂଆକରି ଶିଶୁ ବାଟିକା ଖୋଲିଥିଲେ। ନିୟମ ଥିଲା ପ୍ରତି ଶିଶୁ ବାଟିକା ପାଇଁ ଜଣେ ଶିଶୁ ସେବିକା ନିଯୁକ୍ତି ଦେଇ କୋମଲମତି ଶିଶୁମାନଙ୍କୁ ଶିକ୍ଷା ଦେବା।

ଚଲିତ ଶିକ୍ଷା ବର୍ଷ ଶେଷ ହେବାକୁ ଆଉ ଦୁଇ ମାସ ରହିଛି। ବର୍ଷେ ହେଲାଣି ରାଜ୍ୟ ସରକାର ପ୍ରତି ସ୍କୁଲରେ ନୂଆକରି ଶିଶୁ ବାଟିକା ଖୋଲିଥିଲେ। ନିୟମ ଥିଲା ପ୍ରତି ଶିଶୁ ବାଟିକା ପାଇଁ ଜଣେ ଶିଶୁ ସେବିକା ନିଯୁକ୍ତି ଦେଇ କୋମଲମତି ଶିଶୁମାନଙ୍କୁ ଶିକ୍ଷା ଦେବା।

Untitled-14.jpg

ଭଦ୍ରକ (ହରିହର ନାୟକ): ଚଲିତ ଶିକ୍ଷା ବର୍ଷ ଶେଷ ହେବାକୁ ଆଉ ଦୁଇ ମାସ ରହିଛି। ବର୍ଷେ ହେଲାଣି ରାଜ୍ୟ ସରକାର ପ୍ରତି ସ୍କୁଲରେ ନୂଆକରି ଶିଶୁ ବାଟିକା ଖୋଲିଥିଲେ। ନିୟମ ଥିଲା ପ୍ରତି ଶିଶୁ ବାଟିକା ପାଇଁ ଜଣେ ଶିଶୁ ସେବିକା ନିଯୁକ୍ତି ଦେଇ କୋମଲମତି ଶିଶୁମାନଙ୍କୁ ଶିକ୍ଷା ଦେବା। ଏହା ଭିତରେ ବର୍ଷେ ବିତିଗଲାଣି ହୋଇପାରୁନି ଶିଶୁଙ୍କ ପାଇଁ ସେବିକା ନିଯୁକ୍ତି। 

ସେବିକା ଚାକିରି ପାଇଁ ଜିଲ୍ଲାରେ  ଲକ୍ଷାଧିକ ଆଶାୟୀ ଚାହିଁ ବସିଛନ୍ତି। ଏହି ନିଯୁକ୍ତିର ବାଧକ ସାଜିଛି ନୂଆ କମିଟି। ନିଯୁକ୍ତିକୁ ଅପେକ୍ଷା କରି ନିକଟରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ତିହିଡି ବ୍ଲକର ଜଣେ ଆଶାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେବାକୁ  ଉଦ୍ୟମ କରି ଭଦ୍ରକ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ପାଇଁ ଜିଲ୍ଲା ପ୍ରଶାସନର ଆନ୍ତରିକତା ନଥିବାରୁ ଭଦ୍ରକ ଜିଲ୍ଲାର ୭ ଟି ବ୍ଲକ ରେ ଖୋଲା ଯାଇଥିବା ଶିଶୁ ବାଟିକା ଗୁଡ଼ିକ ଠିକ ଭାବରେ ଚାଲିପାରୁ ନାହିଁ। ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶିଶୁ ବାଟିକାରେ ସେବିକା  ନଥିବାରୁ ଜିଲା ସାରା ସବୁ  ଶିଶୁ ବାଟିକା  ଅଚଳାବସ୍ଥା ଲାଗି ରହିଛି। ଗୋଟିଏ  ବର୍ଷ ହେଲା ସେମାନେ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: Nuagaon Anganwad: ସ୍ବାଭାବିକ ହେଲା ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ର, ପିଲାଙ୍କୁ ଘରୁ କାଖେଇ ଅଙ୍ଗନବାଡ଼ି ଆଣିଲେ ବିଧାୟକ

ପ୍ରକାଶ ଥାଉକି,  ୨୦୨୫-୨୬ ଶିକ୍ଷା ବର୍ଷରେ ଶିଶୁ ବାଟିକା ଆରମ୍ଭ ହୋଇଛି। ରାଜ୍ୟରେ ମୋଟ ୫୩ ହଜାର ସ୍କୁଲରେ ଶିଶୁ ବାଟିକା ପିଲାଙ୍କର ନାମ ଲେଖାଇଥିଲା। ପାଠ ପଢା ନାହିଁ କି ଖେଳ କୁଦ ନାହିଁ। ଖାଲି ବସିବସି  ଶିଶୁମାନ ଘରକୁ ଫେରୁଛନ୍ତି। ଏମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲି ଯାଇଛି। 

ଭଦ୍ରକ ଜିଲ୍ଲାରେ ମୋଟ  ୧୬୪୫ ଶିଶୁ ବାଟିକା ସ୍କୁଲରେ ପଢୁଥିବା ୧୬ ହଜାର ୭୫୦ ପିଲାଙ୍କୁ ସଠିକ ଭାବରେ  ଶିକ୍ଷାଦାନ ମିଳିପାରୁନି। ପ୍ରଥମ ଶ୍ରେଣୀ ପୂର୍ବରୁ ସ୍କୁଲ ଯାଉଥିବା ଏହି ଶିଶୁ ବାଟିକା ଯୋଜନା ଏବେ ବାଟବଣା ହୋଇଛି। ସେବିକା ନିଯୁକ୍ତି ନେଇ ଶିକ୍ଷା ବିଭାଗ ତତ୍ପରତା ଦେଖାଇନାହିଁ। ନୂତନ ସ୍କୁଲ କମିଟି ଦ୍ୱାରା ଏମାନେ ନିଯୁକ୍ତି ନେଇ ନିଷ୍ପତ୍ତି ହୋଇଛି। ଯେଉଁ କମିଟିରେ ପ୍ରଧାନଶିକ୍ଷକ ଅଧ୍ୟକ୍ଷ ରହିବେ। ହେଲେ ସେହି କମିଟି  ମଧ୍ୟ  ଗଠିତ ହୋଇପାରୁନି। ଯେଉଁଥି ପାଇଁ ଶିଶୁ ବାଟିକାର ଶିକ୍ଷାଦାନ ବାଟବଣା ହୋଇଛି। ଭଦ୍ରକ ଜିଲ୍ଲାର ଶିଶୁ ବାଟିକାରେ ସେବିକାନିଯୁକ୍ତି ନେଇ ଅନେକ  ଆଶାୟୀ  ଏବେ ନିରାଶ ଭିତରେ ଜୀବନ ବିତାଉଛନ୍ତି। ଶିଶୁ ବାଟିକାରେ ସେବିକା  ନିଯୁକ୍ତି କୁ ନେଇ ଆଗାମୀ ଦିନରେ ଆଶାୟୀ ପ୍ରଥୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Suicide: ସଚିବାଳୟର ୬ ମହଲା କୋଠାରୁ ଡେଇଁ ହରିୟାଣା ସରକାରଙ୍କ ସଚିବ ପାହ୍ୟା ଅଧିକାରୀଙ୍କ ଆତ୍ମହତ୍ୟା

ଜିଲ୍ଲା ଶିକ୍ଷା ବିଭାଗ ତଥ୍ୟ କହୁଛି, ଭଦ୍ରକ ଜିଲ୍ଲାରେ ଗତ ୨୦୨୫-୨୬ ଶିକ୍ଷା ବର୍ଷରେ ୧୬,୭୫୦ ଶିଶୁମାନେ ଶିଶୁ ବାଟିକାରେ ନାମ ଲେଖାଇଛନ୍ତି। ଅଙ୍ଗନାବଡ଼ିରେ ପାଠ ପଢା ସାରି ଏମାନେ ସ୍କୁଲ ଆସିଛନ୍ତି। ୫ ବର୍ଷ ପୁରିଥିବା ଶିଶୁ ଆଉ ଅଙ୍ଗନବାଡ଼ିରେ ନ ରହି ସ୍କୁଲ ଆସିବେ। ଏକ ବର୍ଷ ବାଟିକାରେ ପାଠପଢା ସହ ଖେଳକୁଦ କରିବେ। ପରେ ପ୍ରଥମରେ ନାମ ଲେଖିବେ। ସେମାନଙ୍କ ଦାୟିତ୍ଵ ଲାଗି ସେବିକା ନିଯୁକ୍ତି ହେବେ। ଜାତୀୟ ଶିକ୍ଷାନୀତି ସେବିକା ନିଯୁକ୍ତି ପାଇଁ ନିଷ୍ପରି ହୋଇଛି। ସେବିକା ନିଯୁକ୍ତି ଅଭାବରୁ ପିଲାମାନେ ସ୍କୁଲରେ ବସି ବସି ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରି ଆସୁଛନ୍ତି। ଭଦ୍ରକ ଜିଲ୍ଲାରେ ୧୬୫୦ରୁ  ଅଧିକ  ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ହୋଇପାରୁ ନଥିବା ବେକେ ଶିକ୍ଷକ ଅଭାବରୁ ଅନେକ ସ୍କୁଲରେ ପାଠ ପଢ଼ା ଠପ ହୋଇଛି। ପୂର୍ବରୁ ସ୍କୁଲରେ ଶ୍ରେଣୀ ଅନୁସାରେ ଶିକ୍ଷକ ନିଯୁକ୍ତି ହେଉଥିଲା । ମାତ୍ର ଏବେ ଛାତ୍ର  ଅନୁପାତରେ ଶିକ୍ଷକ ନିଯୁକ୍ତି ମିଳୁଛି। 

ପ୍ରଥମରୁ ଯେଉଁଠି ଯେତେ ଶ୍ରେଣୀ ଅଛି, ସେଠାରେ ଛାତ୍ରଙ୍କ ସଂଖ୍ୟା ଗଣାଯାଉଛି। ଏମିତି ହିସାବ କଲେ ୫ମ ଶ୍ରେଣୀ ଓ ଶିଶୁ ବାଟିକାକୁ ମିଶାଇ ପ୍ରଥମିକ ସ୍କୁଲରେ ୬ଟି ଶ୍ରେଣୀକୁ ଅନେକ ସ୍ଥାନରେ ଦୁଇ ଜଣ ଶିକ୍ଷକଙ୍କୁ ନେଇ ଚାଲିଛି ସ୍କୁଲ। ଯେଉଁଥି ପାଇଁ ଶିଶୁ ବାଟିକା ଶିଶୁ ପାଠ ନପଢ଼ି କେବଳ ମଧ୍ୟାହ୍ନ  ଭୋଜନ ଖାଇ ଘରକୁ ଫେରୁଛନ୍ତି। ଏମାନଙ୍କୁ ପଢାଇବାକୁ ଆବଶ୍ୟକ ଶିକ୍ଷକ ନାହାନ୍ତି। ଜିଲ୍ଲାରେ ବାସୁଦେବପୁର  ବ୍ଲକ ରେ ୨୮୭ ସ୍କୁଲ ରେ ଶିଶୁ ସଂଖ୍ୟା ୩୧୫୦ ରହିଥିବା ବେକେ  ଭଦ୍ରକରେ  ୨୮୮ ସ୍କୁଲରେ ୩୩୫୦ ଶିଶୁ  ରହିଛନ୍ତି। 

ଭଣ୍ଡାରିପୋଖରୀରେ ୧୪୦ ସ୍କୁଲରେ ୧୪୦୦ ଶିଶୁ ରହିଛନ୍ତି। ବନ୍ତରେ ୧୯୨ ସ୍କୁଲରେ ୧୫୦୦ ଶିଶୁ ରହିଛନ୍ତି। ଚାନ୍ଦବାଲିରେ ୨୮୬ ସ୍କୁଲରେ ୨୯୦୦ ଶିଶୁ ରହିଛନ୍ତି। ଧାମନଗରରେ ୨୨୨ ସ୍କୁଲ ରେ ୨୦୫୦ ଶିଶୁ ରହିଥିବା ବେଳେ ତିହିଡ଼ି  ବ୍ଲକରେ ୨୩୦ ସ୍କୁଲରେ ୨୪୦୦ ଶିଶୁ ପାଠ ପଢିବାକୁ ଆସୁଛନ୍ତି। ଜିଲ୍ଲାରେ ମୋଟ ୧୬୨୫ଟି ସ୍କୁଲରେ ଶିଶୁ ବାଟିକା ଖୋଲାଯାଇ ମୋଟ ୧୬୭୫୦ ଶିଶୁ ପାଠ ପଢିବାକୁ ଆସୁଛନ୍ତି। ଏମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଥିବା ବେକେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗର ନୀରବରେ ବଡିଛି କାହିଁ କି ବୋଲି ଭଦ୍ରକ ଜିଲ୍ଲାର ଶତାଧିକ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe