ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାରାଜନଗର ବ୍ଲକ୍‌ ଅନ୍ତର୍ଗତ ଘଡ଼ିଆମାଳ ପଞ୍ଚାୟତର ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଜାତିଗତ ଭେଦଭାବ ପ୍ରସଙ୍ଗରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ୮୮ଦିନ ପରେ ସ୍ବାଭାବିକ ହୋଇଛି ଅଙ୍ଗନବାଡ଼ି। ୨୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ୧୬ଜଣ ଶିଶୁ ଆସି ପାଠ ପଢ଼ିଛନ୍ତି, ଖାଦ୍ୟ ଖାଇ ଘରକୁ ଫେରିଛନ୍ତି।

Advertisment

Patakura MLA's: ପାଟକୁରା ବିଧାୟକଙ୍କ ବିସ୍ଫୋରକ ବୟାନ, ‘ଅ˚ଶୁମାନଙ୍କୁ ଦଳ ହରାଇଦେଲା’


ଆଜି ସକାଳେ ରାଜନଗର ବିଧାୟକ ଧ୍ରୁବ ସାହୁ ଗାଁରେ ପହଞ୍ଚିଥିଲେ। ସକାଳ ୭ଟାରୁ ୯ଟା୩୦ ଯାଏଁ ଅଙ୍ଗନବାଡ଼ି ଚାଲିବାକୁ ସ୍ଥିର ହୋଇଥିଲେ ମଧ୍ୟ ଜଣେ ବି ଶିଶୁ ଆସି ନ ଥିଲେ। ବିଧାୟକ ଗ୍ରାମବାସୀଙ୍କ ସହ ଗାଁଦାଣ୍ଡରେ ଆଲୋଚନା କରିଥିଲେ। ଅଙ୍ଗନବାଡ଼ିର ଘର, ଗାଁ ରାସ୍ତା ନ ଥିବାରୁ ପିଲା କିପରି ପଢ଼ିବାକୁ ଆସିବେ ବୋଲି ଗାଁ ଲୋକ ପ୍ରଶ୍ନ କରିଥିଲେ। ବିଧାୟକ ଶ୍ରୀ ସାହୁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅଙ୍ଗନବାଡ଼ି ଘର ପାଇଁ ୫ଲକ୍ଷ ଟଙ୍କା ଓ ଗାଁ ରାସ୍ତା ପାଇଁ ୨ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ। ଦୁଇଟି ପ୍ରକଳ୍ପ ପାଇଁ ବିଧାୟକ ଶିଳାନ୍ୟାସ ମଧ୍ୟ କରିଥିଲେ। ଏହାପରେ ସହାୟିକା, ଅଙ୍ଗନବାଡ଼ି କର୍ମୀ ଓ ୱାର୍ଡସଭ୍ୟା ଘରକୁ ଘର ବୁଲି ପିଲାଙ୍କୁ ପଢ଼ିବାକୁ ଡାକିଥିଲେ।

Eastern Ghats mountains: ପୂର୍ବଘାଟ ପର୍ବତମାଳାରେ ବଢୁଛି ବିପଦ

ବିଧାୟକଙ୍କ ସହ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ସରପଞ୍ଚ ଶୈଳେନ୍ଦ୍ର ମିଶ୍ର, ସମିତିସଭ୍ୟାଙ୍କ ପ୍ରତିନିଧି ରାକେଶ ନାୟକ ପ୍ରମୁଖ ପିଲାମାନଙ୍କୁ କାଖେଇ ଅଙ୍ଗନବାଡ଼ି କେନ୍ଦ୍ର ଆଣିଥିଲେ। ଅଙ୍ଗନବାଡ଼ିରେ ପିଲାମାନଙ୍କୁ ବିଧାୟକ ଚକୋଲେଟ୍‌ ବାଣ୍ଟିଥିବା ବେଳେ ସହାୟିକା ଶର୍ମିଷ୍ଠା ମୁଢ଼ି, ମୁଆଁ ଖାଇବାକୁ ଦେଇଥିଲେ। ସହାୟିକା ନିଜେ ଭାତ ଡାଲମା ରୋଷେଇ କରିବା ସହିତ ପିଲାମାନଙ୍କୁ ପରଷିଥିଲେ। ହାତରେ ଖାଇପାରୁ ନ ଥିବା ଶିଶୁଙ୍କୁ ଶର୍ମିଷ୍ଠା ନିଜ ହାତରେ ଖୁଆଇ ଦେଇଥିଲେ। ସୂଚନାଯୋଗ୍ୟ ଯେ ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଜାତିଭେଦ ଘଟଣା ଜାତୀୟସ୍ତରରେ ଚର୍ଚ୍ଚା ସୃଷ୍ଟି କରିଥିଲା।  ଗତକାଲି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ସହାୟିକାଙ୍କୁ ଭେଟିବା ସହ ସେଠାରେ ଭୋଜନ କରିଥିଲେ।