2 brothers died in accident at champua Photograph: (sambad.in)
ଭଦ୍ରକ/ବିଷମକଟକ: ସଡ଼କ ଦୁର୍ଘଟଣାରେ ଆଜି ଭିନ୍ନଭିନ୍ନ ସ୍ଥାନରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତିମାନେ ହେଲେ ଚିନ୍ମୟ ଗୁରି ଓ ରବୀନ୍ଦ୍ର ହୁଇକା।
ଭଦ୍ରକ ଗ୍ରାମାଞ୍ଚଳର ଥାନା ଅଂଚଳର ଗେଲଟୁଆ ରାସ୍ତାରେ ଏକ ବାଇକ୍ରେ ଦୁଇ ଜଣ ଯାଉଥିବା ବେକେ ବାଇକ୍ ଚାଳକ ଭାରସାମ୍ୟ ହରାଇ ଏକ ନଡ଼ିଆ ଗଛରେ ପିଟି ହୋଇଯାଇଥିଲେ। ଦୁଇଜଣ ଯାକ ପିଟି ହୋଇ ରାସ୍ତାରେ ଛିଟିକି ପଡ଼ିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଜଣଙ୍କୁ ଗାଁ ଲୋକେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଥିଲେ। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରୁଥିଲେ। ମୃତକଙ୍କ ନାମ ଚିନ୍ମୟ ଗୁରି ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ଘର ଭଦ୍ରକ ସହର ନିକଟବର୍ତ୍ତୀ ବାଉଦପୁର ଗ୍ରାମରେ ବୋଲି ଜଣାପଡିଛି। ସେହି ଗ୍ରାମର ଅନ୍ୟ ଜଣେ ଯୁବକ ବାଇକରେ ବସି ଯାଉଥିବା ବେକେ ସେ ମଧ୍ୟ ଗୁରୁତର ଭାବରେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ବାଉଦପୂର ଗ୍ରାମରେ ଶୋକ ର ଛାୟା ଖେଳି ଯାଇଛି।
ଆହୁରି ପଢ଼ନ୍ତୁ: Supreme Court: ଅନିଲ ଅମ୍ବାନୀକୁ ସୁପ୍ରିମକୋର୍ଟଙ୍କ ସାନି ନୋଟିସ
ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ
ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ କୁମ୍ଭୀର ଢାମୁଣି ପଞ୍ଚାୟତର ପଣ୍ଡା ବରଡ଼ାଗୁଡା ଗ୍ରାମ ନିକଟରେ ଥିବା ରାଜ୍ୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇଥିଲେ। ବେଥିଆପଡ଼ା ପଞ୍ଚାୟତ ଖୁଦବଟା ଗ୍ରାମର ରବୀନ୍ଦ୍ର ହୁଇକା କୌଣସି ଏକ କାର୍ଯ୍ୟରେ ନିଜ ବାଇକ୍ରେ ଦୁର୍ଗୀ ଗ୍ରାମକୁ ଯାଇ ସେଠାରୁ ନିଜ ଘରକୁ ଫେରିବା ସମୟରେ ବରଡ଼ାଗୁଡା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡ଼ି ବାଇକ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରବୀନ୍ଦ୍ର ହୁଇକାଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଏହାକୁ ଦେଖି ବିଷମ କଟକ ପୁଲିସ ଓ ତାଙ୍କ ପରିବାରକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକଙ୍କ ପରିବାର ଓ ଗ୍ରାମବାସୀ ମୃତଦେହ ନିକଟରେ ପହଂଚି ବାରେ ସେଠାରେ ଚାପା ଉତ୍ତେଜନା ଲାଗିରହିଥିଲା। ପୁଲିସ ଉତ୍ୟକ୍ତ ଲୋକଙ୍କୁ ବିଝା ସୁଝା କରିବା ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା। ରବୀନ୍ଦ୍ରଙ୍କ ମୃତଦେହ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ମେଡିକାଲକୁ ଅଣାଯାଇଥିଲା ବୋଲି ଥାନା ଅଧିକାରୀ ସୂର୍ଯ୍ୟଚନ୍ଦ୍ର ପାଢ଼ୀ ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Srujana Saptapadi: ‘ସୃଜନ ସପ୍ତପଦୀ’: ‘ସୃଜନ ସପ୍ତପଦୀ’ରେ ଗାଳ୍ପିକ ରବି ପଣ୍ଡା.... ତାଙ୍କ ସହ କିଞ୍ଚିତ୍ ଆଳାପ...
Follow Us