Advertisment

Dead: ଇଞ୍ଜେକସନ ନେଲା ପରେ ଟଳି ପଡ଼ିଲେ ଯୁବକ, ହସ୍‌ପିଟାଲରେ ମୃତ୍ୟୁ

Advertisment

ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ପୁରୁଣା କଟକ ଅଞ୍ଚଳର ସୁବ୍ରତ ନାୟକ(୨୩)। ଭୁଲ ଇଞ୍ଜେକସନରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି।

ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ପୁରୁଣା କଟକ ଅଞ୍ଚଳର ସୁବ୍ରତ ନାୟକ(୨୩)। ଭୁଲ ଇଞ୍ଜେକସନରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି।

Dead

Photograph: (sambad.in)

ବୌଦ୍ଧ (ଜ୍ଞାନରଂଜନ ରଥ): ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ପୁରୁଣା କଟକ ଅଞ୍ଚଳର ସୁବ୍ରତ ନାୟକ(୨୩)। ଭୁଲ ଇଞ୍ଜେକସନରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ସୁବ୍ରତଙ୍କ ହାତ କୁଣ୍ଡିଆ ହେଉଥିଲା। ସେଥିପାଇଁ ଆଜି ସକାଳେ ସେ ପୁରୁଣା କଟକ ଡାକ୍ତରଖାନା ଯାଇ ଡାକ୍ତରଙ୍କୁ ଦେଖାଇଥିଲେ। ପ୍ରେସକ୍ରିପସନ୍ ଅନୁସାରେ କେହି ନର୍ସ ତାଙ୍କୁ ଇଞ୍ଜେକସନ ଦେଇଥିଲେ। ହେଲେ ସେଠାରୁ ବାହାରି ଆସିଲା ବେଳକୁ ହଠାତ୍ ସେ ଅଚେତ୍ ହୋଇ ତଳେ ପଡ଼ିଗଲେ। ଡ଼ାକ୍ତରଖାନାରୁ କେହି ଜଣେ ଫୋନ୍ କରି ପରିବାର ଲୋକଙ୍କୁ ଡ଼କାଇଥିଲେ। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭୁଲ ଇଞ୍ଜେକସନ ରୁ ସୁବ୍ରତଙ୍କ ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ କରୁଛନ୍ତି। ତେବେ ଶବ ବ୍ୟବଚ୍ଛେଦ ପରେ ଯାଇ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସିଡିଏମଓ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: Literature: ଲଲାଟେନ୍ଦୁ ସାହୁଙ୍କ କଲମରୁ ନିସୃତ ଗଳ୍ପ ‘ଡଷ୍ଟବିନ୍’...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe