ଗଳା କାଟି ନିର୍ମମ ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଧରାକୋଟ ବଡଗଡ଼ ଥାନା ଅନ୍ତର୍ଗତ ଓଳମ୍ବା ଗ୍ରାମରେ ୧ ଅକ୍ଟୋବର ୨୦୧୭ ତାରିଖ  ରାତ୍ରୀରେ  ମଦ ପିଇବା ପାଇଁ ଡାକି ନେଇ ଗ୍ରାମ ନିକଟ ଗଣିଆ ନାଳ ନିକଟରେ ଅତି ନିର୍ମମ ଭାବେ ଗଳା କାଟି  ହତ୍ୟା ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି...

12amnnxxp-a

ଗଞ୍ଜାମ: ଧରାକୋଟ ବଡଗଡ଼ ଥାନା ଅନ୍ତର୍ଗତ ଓଳମ୍ବା ଗ୍ରାମରେ ୧ ଅକ୍ଟୋବର ୨୦୧୭ ତାରିଖ  ରାତ୍ରୀରେ  ମଦ ପିଇବା ପାଇଁ ଡାକି ନେଇ ଗ୍ରାମ ନିକଟ ଗଣିଆ ନାଳ ନିକଟରେ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି।

ଏହି ହତ୍ୟା ମାମଲାର ବିଚାର କରି  ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍  ପ୍ରବୀର କୁମାର ଚୌଧୁରୀ ଅଭିଯୁକ୍ତ  ଅଙ୍ଗଦ ରାଉତଙ୍କୁ ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ପାଞ୍ଚ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟରେ  ତିନି ମାସ  ସଶ୍ରମ କାରାଦଣ୍ଡର ନିର୍ଦେଶ ଦେଇଛନ୍ତି।  ଘଟଣା ଦିନ କିଛି ଲୋକ ମିଶି ପାଣ୍ଡଵଙ୍କୁ ଘରୁ ବାହାରକୁ ଡାକି ନେଇ ମଦ ପିଆଇଥିଲେ।

ଏହା ପରେ ରାଜନୈତିକ ଶତ୍ରୁତା କାରଣରୁ ସେହି ଗ୍ରାମର ଅଙ୍ଗଦ ରାଉତ   ଗଣିଆ ନାଳ ନିକଟରେ ପାଣ୍ଡଵଙ୍କର ଗଳା କାଟି ମୁଣ୍ଡ ଗଣ୍ଡି ଅଲଗା କରି ମୁଣ୍ଡକୁ ଧରି ଯାଉଥିବା ବେଳେ ଖବର ପାଇ ବଡଗଡ଼ ପୁଲିସ ଅଙ୍ଗଦକୁ କାବୁ କରି ମୃତକର ସ୍ତ୍ରୀ ସାବିତ୍ରୀ ନାୟକର ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ୨୨୬/୧୭ ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

ଏହି ମାମଲାର  ବିଚାର ଏସଟି ୨୪/୧୮ ଆଧାରରେ ଆରମ୍ଭ ହୋଇଥିଲା। ସମସ୍ତ ୧୨ ଜଣଙ୍କ ସମେତ ତଦନ୍ତକାରୀ ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସାକ୍ଷ୍ୟକୁ ଭିତ୍ତି କରି ଏହି ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଏହି ମାମଲାରେ ସରକାରଙ୍କ ପକ୍ଷ ରୁ ଅତିରିକ୍ତ ପିପିଜି ସୂର୍ଯ୍ୟ ପ୍ରକାଶ ରାଓ ପରିଚାଳନା କରୁଥିଲେ।

ଅଧିକ ପଢ଼ନ୍ତୁ: ଆପ୍ ନ ଜିତିଲେ ବନ୍ଦ ହୋଇଯିବ ମାଗଣା ବିଜୁଳି: କେଜ୍ରିଓ୍ବାଲ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe