car hit the bike and plunged into the pond
ପୁରୀ: ସାତପଡା ରାଜପଥ ବୁଦ୍ଧିଆ ବର ଛକ ଠାରେ ଗୁରୁବାର ସନ୍ଧ୍ୟା ସାଢ଼େ ୫ଟାରେ ସାତପଡାରୁ ପୁରୀ ଯାଉଥିବା ଏକ କାର୍ ବାଇକ୍କୁ ଧକ୍କା ଦେଇ ପୋଖରୀ ଭିତରେ ବୁଡି ଯାଇଛି।
ତୁରନ୍ତ ଗାଁ ଲୋକେ ଦୁଇ ଗୁରୁତର ବାଇକ୍ ଚାଳକଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ଚିକିତ୍ସାଳୟକୁ ପଠାଇଛନ୍ତି। ପାଣିରେ ବୁଡି ଥିବା କାର୍ରୁ ଦୁଇ ଜଣକୁ ଉଦ୍ଧାର କରାଯାଇଛି।
ଅଧିକ ପଢ଼ନ୍ତୁ: ଶିକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ: ସ୍ପେଶାଲ ଟାକ୍ସ ଫୋର୍ସ ଗଠନ
କାର୍ରେ ଡ୍ରାଇଭରଙ୍କ ସହିତ ଅନ୍ୟ ଜଣେ ଯାତ୍ରୀ ରହିଥିଲେ। ସେ ଦୁଇ ଜଣ ସୁସ୍ଥ ଥିବା ବେଳେ ଖବର ପାଇ ପୁରୀ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଆହତ ଓ କାର୍ରେ ଥିବା ଦୁଇ ଜଣଙ୍କର ପରିଚୟ ମିଳି ପାରି ନାହିଁ।
ଅଧିକ ପଢ଼ନ୍ତୁ: କଟକରେ ବନ୍ଦ ହେବ ୨ ମାଇକ୍ରୋ କମ୍ପୋଷ୍ଟ୍ ପ୍ଲାଣ୍ଟ୍: ହାଇକୋର୍ଟଙ୍କ ନିର୍ଦ୍ଦେଶ
Follow Us