ଚାନ୍ଦ ସାକ୍ଷୀ ବାପ୍ଲା ସାନ୍ତାଳୀ ମାଟ୍ରିମନିକୁ ଉଦଘାଟନ କଲେ ସାଂସଦ ନବ ଚରଣ ମାଝୀ

ସାନ୍ତାଳ ସମ୍ପ୍ରଦାୟର ବିବାହ ପାଇଁ ନୂଆ ଯୁଗ ଆରମ୍ଭ ହୋଇଛି। ପୂର୍ବରୁ କୌଣସି ଯାତ୍ରା କିମ୍ବା ଆଦିବାସୀଙ୍କ କାର୍ଯକ୍ରମରୁ ସେମାନେ ପୁଅ ପାଇଁ ଝିଅ ଖୋଜୁଥିଲେ ଏବେ ମୋବାଇଲରେ ସମସ୍ତ ତଥ୍ୟ ପାଇ ବିବାହ କରି ପାରିବେ। ଯାତ୍ରାରେ ଝିଅ ଦେଖିବା ପରମ୍ପରା ସମାପ୍ତ ହେବ...

IMG-20241117-WA0002

ରାଇରଙ୍ଗପୁର: ଛୋଟ ଗାଁ ରୁ ବଡ ପ୍ରୟାସ ଏବେ ମନପସନ୍ଦର ବର କନ୍ୟା ବାଛିବା ଏବେ  ସହଜ ‌ହେବ। ବିବାହ ମାଟ୍ରିମୋନି ସହ ଯୋଡି   ହୋଇଛନ୍ତି ସାନ୍ତାଳୀ ସମ୍ପ୍ରଦାୟର ଲୋକେ। ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଗଦାଧରପୁର ଗାଁରେ ଉଦଘାଟିତ ହୋଇଛି 'ଚାନ୍ଦ ସାକ୍ଷୀ ବାପ୍ଲା' ନାମକ ସାନ୍ତାଳୀ ମାଟ୍ରିମୋନି। ମୋବାଇଲ କିମ୍ବା ଲାପଟପ ଦ୍ୱାରା "ଚାନ୍ଦ ସାକ୍ଷୀ ବାପ୍ଲା ପୋର୍ଟାଲ" ରୁ ନିଜ ମନ ପସନ୍ଦର ଯୋଡି ଏବେ ଚୟନ କରିହେବ।

ଏଥିରେ ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡିଶା ଭଳି ସାନ୍ତାଳୀ ବହୁଳ ବିଶିଷ୍ଟ ଅଞ୍ଚଳର ସମସ୍ତ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଭାଗ ନେଇ ପାରିବେ ।

ବାହାରେ ରହୁଥିବା ବ୍ୟକ୍ତି ଏବଂ ନିଜ କର୍ମ ଜୀବନରେ ବ୍ୟସ୍ତ ରହୁଥିବା ଲୋକଙ୍କ ପାଇଁ ବର, କନ୍ୟା ଖୋଜିବାରେ ଏହା ଅଧିକ ସହାୟକ ହେବ ବୋଲି କହିଛନ୍ତି ଚାନ୍ଦ ସାକ୍ଷୀ ବାପ୍ଲା ପୋର୍ଟାଲ ମାଲିକ ବବିତା ସୋରେନ। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ ଯୋଗଦେଇ ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଅଧିକ ପଢ଼ନ୍ତୁ: ପୁଣି ଖସିଲା ପାରଦ: ଘୁ.ଉଦୟଗିରିରେ ତାପମାତ୍ରା ୭.୮ଡିଗ୍ରୀ ରେକର୍ଡ

 ସୂଚନାଯୋଗ୍ୟ, ଏହା ଆମ ରାଜ୍ୟ ନୁହେଁ ସାରା ଦେଶରେ ସାନ୍ତାଳୀମାନଙ୍କର ପ୍ରଥମ ମାଟ୍ରିମୋନି। ତେବେ ବର୍ତ୍ତମାନ ସୁଦ୍ଧା ମାଟ୍ରିମୋନିରେ ୭୦ ଜଣ ସାନ୍ତାଳି ଯୁବକ ଓ ଯୁବତୀ ଯୋଡ଼ି ହୋଇ ସାରିଥିବା ନେଇ ଚାନ୍ଦ ସାକ୍ଷୀ ବାପ୍ଲା ପୋର୍ଟାଲ ମାଲିକ ବବିତା ସୋରେନ ପ୍ରକାଶ କରିଛନ୍ତି ।

ପୂର୍ବରୁ କୌଣସି ଯାତ୍ରା କିମ୍ବା ଆଦିବାସୀଙ୍କ କାର୍ଯକ୍ରମରୁ ବିବାହ ପାଇଁ ଝିଅ ଖଜୁଥିଲେ କିନ୍ତୁ ଏବେ ପୋର୍ଟାଲ ଉଦଘାଟନ ହେବା ପରେ ଏବେ ଘରେ ବସି ନିଜ ମୋବାଇଲରେ ସମସ୍ତ ତଥ୍ୟ ପାଇ ସାନ୍ତାଳ ଯୁବକ ଓ ଯୁବତୀମାନେ ବିବାହ କରିପାରିବେ ।

ଅଧିକ ପଢ଼ନ୍ତୁ: ସପ୍ତାହେ ମଧ୍ୟରେ ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ: ବିଜେଡି ବିଧାୟକ ଗୌତମବୁଦ୍ଧ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe