chief minister distributed property cards to the beneficiaries Photograph: (sambad.in)
ରାୟଗଡା: ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ସାରା ଭାରତରେ ‘ସ୍ୱାମୀତ୍ୱ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ହିତାଧିକାରୀଙ୍କୁ ସମ୍ପତି ପତ୍ର ବଣ୍ଟନ କରିବା ସହ ଦେଶର ୫ ଜଣ ହିତାଧିକାରୀଙ୍କ ସହ ଆଭାସୀରେ ପ୍ରଧାନମନ୍ତ୍ରୀ ବାର୍ତାଳାପ କରିଛନ୍ତି ।
ଏହି ଅବସରରେ ଓଡ଼ିଶାର ରାୟଗଡା ଜିଲ୍ଲା ସଦର ମହକୁମାଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲିକପ୍ଟର ଯୋଗେ ଆସି ରାୟଗଡା ସ୍ଥିତ ବିଜୁ ପଟନାୟକ ଅଡିଟୋରିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତରେ ହିତାଧିକାରୀମାନଙ୍କୁ ସ୍ବାମୀତ୍ବ ଯୋଜନାରେ ସମ୍ପତ୍ତି କାର୍ଡ ବଣ୍ଟନ କରିଛନ୍ତି।
ଅଧିକ ପଢ଼ନ୍ତୁ: ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ଗଞ୍ଜାମ ଜିଲ୍ଲା ପଞ୍ଚାୟତ ପ୍ରତିନିଧି
ମୁଖ୍ୟମନ୍ତ୍ରୀ ସମ୍ପତ୍ତି କାର୍ଡ ବଣ୍ଟନ ପରେ ୧୪ ଜଣ ହିତାଧିକାରୀମାନଙ୍କ ସହ ଫଟୋ ଉଠାଇଥିଲେ । ଜିଲ୍ଲାପାଳ ପାରୁଲ ପଟାୱରୀ ମୁଖ୍ୟମନ୍ତ୍ରୀ,ରାଜସ୍ବ ମନ୍ତ୍ରୀ ପ୍ରମୁଖ ଦୁଇ ବିଧାୟକଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।
ବିଦିଶା ଶତପଥି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକକ, ବିଜେପିର ବରିଷ୍ଠ ନେତା କାଳୀରାମ ମାଝି, ଶିବ ଶଙ୍କର ଉଲାକା, ପଦ୍ମନାଭ ଦାଶ, ଗୋପୀ ଆନନ୍ଦଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ । ଆରକ୍ଷି ଅଧିକ୍ଷକ ସ୍ବାଥୀ ଏସ କୁମାରଙ୍କ ନେତୃତ୍ବରେ ପୋଲିସ ପକ୍ଷରୁ ବ୍ୟାପକ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
ଅଧିକ ପଢ଼ନ୍ତୁ: ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ ଶେଖ ହସିନା
Follow Us