ହିତାଧିକାରୀଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ସାରା ଭାରତରେ ‘ସ୍ୱାମୀତ୍ୱ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ହିତାଧିକାରୀଙ୍କୁ ସମ୍ପତି ପତ୍ର ବଣ୍ଟନ କରିବା ସହ ଦେଶର ୫ ଜଣ ହିତାଧିକାରୀଙ୍କ ସହ ଆଭାସୀରେ ପ୍ରଧାନମନ୍ତ୍ରୀ ବାର୍ତାଳାପ କରିଛନ୍ତି...

chief minister distributed property cards to the beneficiaries

chief minister distributed property cards to the beneficiaries Photograph: (sambad.in)

ରାୟଗଡା: ଏକ ସ୍ୱତନ୍ତ୍ର  କାର୍ଯ୍ୟକ୍ରମରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ  ସାରା ଭାରତରେ ‘ସ୍ୱାମୀତ୍ୱ’ ଯୋଜନାର ଶୁଭାରମ୍ଭ କରିଛନ୍ତି ।  ହିତାଧିକାରୀଙ୍କୁ ସମ୍ପତି ପତ୍ର ବଣ୍ଟନ କରିବା ସହ ଦେଶର ୫ ଜଣ ହିତାଧିକାରୀଙ୍କ ସହ ଆଭାସୀରେ  ପ୍ରଧାନମନ୍ତ୍ରୀ ବାର୍ତାଳାପ କରିଛନ୍ତି ।

ଏହି ଅବସରରେ ଓଡ଼ିଶାର ରାୟଗଡା ଜିଲ୍ଲା ସଦର ମହକୁମାଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲିକପ୍ଟର ଯୋଗେ ଆସି ରାୟଗଡା ସ୍ଥିତ ବିଜୁ ପଟନାୟକ ଅଡିଟୋରିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତରେ ହିତାଧିକାରୀମାନଙ୍କୁ ସ୍ବାମୀତ୍ବ ଯୋଜନାରେ  ସମ୍ପତ୍ତି କାର୍ଡ ବଣ୍ଟନ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ରାୟଗଡା ଜିଲ୍ଲାରେ ୨୪୨ ଜଣ ହିତାଧିକାରୀଙ୍କ ଜମି ଡ୍ରୋନ୍ ମାଧ୍ୟମରେ ଚିହ୍ନଟ କରି ସମ୍ପତ୍ତି କାର୍ଡ ପ୍ରଦାନ କରାଯାଇଛି ।

ଏହି ସମ୍ପତ୍ତି କାର୍ଡ ମାଧ୍ୟମରେ ହିତାଧିକାରୀ ସରକାରଙ୍କ ବିଭିନ୍ନ ଯ‌ୋଜନାରେ ଉପକୃତ ହେବା ସହ ବ୍ୟାଙ୍କରେ ଦେଖାଇ ଲୋନ୍ ନେଇ ନିଜର ଆର୍ଥିକ ବିକାଶ କରି ପାରିବେ।   ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, କେନ୍ଦ୍ର ସରକାରଙ୍କ ସର୍ବେକ୍ଷଣ ବିଭାଗ ଏବଂ ଓଡିଶା ସରକାରଙ୍କ ରାଜସ୍ବ ବିଭାଗ ଦ୍ବାରା ଡ୍ରୋନ୍ ମାଧ୍ୟମରେ ଚିହ୍ନଟ କରାଯାଇ ଓଡିଶାର ରାୟଗଡା, ଝାରସୁଗୁଡା,ନବରଙ୍କପୁର,ଗଜପତି ଓ ଢ଼େଙ୍କାନାଳ ଆଦି ୫ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି।

ଏଥିରେ ୩୦୩୯ ଗୋଟି ରାଜସ୍ବ ଗ୍ରାମର ସର୍ଭେ କରାଯାଇ ହିତାଧିକାରୀ ଚିହ୍ନଟ କରାଯାଇଛି। ସ୍ବାମୀତ୍ବ ଯୋଜନାରେ ସମ୍ପତ୍ତି କାର୍ଡ ପ୍ରଦାନ ପ୍ରଧାନମନ୍ତ୍ରୀଙ୍କ ଏକ ଐତିହାସିକ ପଦକ୍ଷେପ ଏବଂ ଏହି ଯୋଜନାରେ ରାୟଗଡା ଭଳି ଅନୁନ୍ନତ ଜିଲ୍ଲାର ବହୁ ହିତାଧିକାରୀ ଉପକୃତ ହୋଇପାରିବ‌େ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ‘

ସ୍ୱାମୀତ୍ୱ’ଯୋଜନାରେ ପ୍ରଧାନମନ୍ତ୍ରୀ ସମ୍ପତ୍ତି କାର୍ଡ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼଼, ହିମାଚଳପ୍ରଦେଶ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀର, ଲଦାଖରେ ଆଭାସୀ ମାଧ୍ୟମରେ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ  ରାୟଗଡ଼଼ା ଜିଲ୍ଲା ସଦରମହକୁମା  ବ୍ଲକର କୁମୁଟାଲପେଟାର ଗଜେନ୍ଦ୍ର ସଙ୍ଗୀତାଙ୍କ ସହ ବାର୍ତ୍ତାଳାପ କରିଥିଲେ ।  ଏହି କାର୍ଯ୍ୟକ୍ରମରେ  ରାୟଗଡା ବିଧାୟକ ଆପ୍ପଲାସ୍ବାମି କାଡ୍ରାକା, ବିଷମକଟକ ବିଧା‌ୟକ ନୀଳମାଧବ ହିକକା, ଜିଲ୍ଲାପାଳ ପାରୁଲ ପଟାୱରୀ ପ୍ରମୁଖ ମଞ୍ଚାସିନ ଥିଲେ ।

ଅଧିକ ପଢ଼ନ୍ତୁ: ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ଗଞ୍ଜାମ ଜିଲ୍ଲା ପଞ୍ଚାୟତ ପ୍ରତିନିଧି

ମୁଖ୍ୟମନ୍ତ୍ରୀ ସମ୍ପତ୍ତି କାର୍ଡ ବଣ୍ଟନ ପରେ ୧୪ ଜଣ ହିତାଧିକାରୀମାନଙ୍କ ସହ ଫଟୋ ଉଠାଇଥିଲେ । ଜିଲ୍ଲାପାଳ ପାରୁଲ ପଟାୱରୀ ମୁଖ୍ୟମନ୍ତ୍ରୀ,ରାଜସ୍ବ ମନ୍ତ୍ରୀ ପ୍ରମୁଖ ଦୁଇ ବିଧାୟକଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦିଶା ଶତପଥି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକକ, ବିଜେପିର ବରିଷ୍ଠ ନେତା କାଳୀରାମ ମାଝି, ଶିବ ଶଙ୍କର ଉଲାକା, ପଦ୍ମନାଭ ଦାଶ, ଗୋପୀ ଆନନ୍ଦଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ । ଆରକ୍ଷି ଅଧିକ୍ଷକ ସ୍ବାଥୀ ଏସ କୁମାରଙ୍କ ନେତୃତ୍ବରେ ପୋଲିସ ପକ୍ଷରୁ ବ୍ୟାପକ କଡା  ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଅଧିକ ପଢ଼ନ୍ତୁ:  ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ ଶେଖ ହସିନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe