ବିରୁଡ଼ି ଆକ୍ରମଣରେ ଶିଶୁ ମୃତ, ୨ ଗୁରୁତର

ବିରୁଡ଼ି ଆକ୍ରମଣରେ  ଜଣେ ଶିଶୁର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇ କେନ୍ଦୁଝର  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବିଲରେ ପାଖ ଗଛରେ ଥିବା ବିରୁଡ଼ି ବସାରୁ ବିରୁଡ଼ି ବାହାରି ଆକ୍ରମଣ କରିଥିଲେ।

Hornet sting

କେନ୍ଦୁଝର: ବିରୁଡ଼ି ଆକ୍ରମଣରେ  ଜଣେ ଶିଶୁର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇ କେନ୍ଦୁଝର  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ଯୋଡ଼ା ବ୍ଲକ୍‌ କାଶିଆ ଗ୍ରାମର ସୁନାମଣି ଲାଗୁରୀଙ୍କ ଝିଅ ନାନିକା (୩)।

ଗୁରୁତରମାନେ ହେଲେ ସୁଜାତା ମୁଣ୍ଡା (୨୫) ଓ ଲକ୍ଷ୍ମୀ ମୁଣ୍ଡା‌ (୨୨)। ଯୋଡ଼ା ବ୍ଲକ୍‌ କାଶିଆ ଗ୍ରାମର ସୁନାମଣି ଝାଡ଼ଖଣ୍ଡରେ ବିବାହ କରିଛନ୍ତି। ତାଙ୍କ ଝିଅ ନାନିକା ବର୍ଷେ ହେଲା ମାମୁଘରେ ରହୁଛି।  ନାନିକା ମାଉସୀ ସୁଜାତାଙ୍କ ସହିତ ବିଲକୁ ଯାଇଥିଲେ। ସୁଜାତା ବିଲରେ କାମ କରୁଥିବାବେଳେ ନିକଟରେ ଥିବା ଏକ ଗଛମୂଳରେ ନାନିକା ଖେଳୁଥିଲା।

ବିଲରେ ପାଖ ଗଛରେ ଥିବା ବିରୁଡ଼ି ବସାରୁ ବିରୁଡ଼ି ବାହାରି ନାନିକାଙ୍କୁ ଆକ୍ରମଣ କରିଥିଲେ। ଚିତ୍କାର ଶୁଣି ବିଲରେ କାମ କରୁଥିବା ମାଉସୀ ସୁଜାତା ଓ ତାଙ୍କ ଭଉଣୀ ଲକ୍ଷ୍ମୀ ଦୌଡ଼ି ଆସିଥିଲେ। ସେମାନେ ମଧ୍ୟ ବିରୁଡ଼ି ଆକ୍ରମଣର ଶିକାର ହୋଇଥିଲେ।

ଅଧିକ ପଢ଼ନ୍ତୁ: ସମାକୋଇ-ଚକଦର ଜଳସେଚନ ପ୍ରକଳ୍ପକୁ ବିରୋଧ, ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ  ନାନିକାଙ୍କର ମୃତ୍ୟୁ ଘଟିଛି। ଗୁରୁତର ଆହତ ହୋଇଥିବା ସୁଜାତା ଓ ଲକ୍ଷ୍ମୀ ଚିକିତ୍ସିତ ହେଉଛନ୍ତି।

ଅଧିକ ପଢ଼ନ୍ତୁ: ୧୭ ଟିକିଆ ହାତୀପଲଙ୍କ ଉପଦ୍ରବ: ଅଞ୍ଚଳବାସୀ ଆତଙ୍କିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe