ନକଲି ମଦ କାରବାର: ୫ ଗିରଫ

Advertisment

ଅଭିଯୁକ୍ତମାନେ ଝାଡ଼ଖଣ୍ଡରୁ ନକଲି ମଦ ଆଣି ସହରର ବିଭିନ୍ନ ଢାବାରେ ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗିରଫ ହୋଇଥିବା କିଛି ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଆପରାଧିକ ମାମଲା ରହିଛି। ମଦ କାରବାର ପାଇଁ ଡିଲ୍‌ ଚାଲିଥିବାବେଳେ ୫ ଜଣଙ୍କୁ ମାଡ଼ି ବସିଥିଲା ପୁଲିସ।

ଅଭିଯୁକ୍ତମାନେ ଝାଡ଼ଖଣ୍ଡରୁ ନକଲି ମଦ ଆଣି ସହରର ବିଭିନ୍ନ ଢାବାରେ ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗିରଫ ହୋଇଥିବା କିଛି ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଆପରାଧିକ ମାମଲା ରହିଛି। ମଦ କାରବାର ପାଇଁ ଡିଲ୍‌ ଚାଲିଥିବାବେଳେ ୫ ଜଣଙ୍କୁ ମାଡ଼ି ବସିଥିଲା ପୁଲିସ।

Counterfeit Liquor Deal

ରାଉରକେଲା: ରାଉରକେଲା ଛେଣ୍ଡ ଅଞ୍ଚଳରୁ ୧୧୫ ଲିଟର ନକଲି ମଦ ଜବତ କରିଛି ଅବକାରୀ ଥାନା ପୁଲିସ। ମଦ କାରବାର ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି। ସୂଚନାଅନୁଯାୟୀ, ନକଲି ମଦ କାରବାର ନେଇ ଏକ ବିଶେଷସୂତ୍ରରୁ ସୂଚନା ପାଇଥିଲା ଅବକାରୀ ଥାନା ପୁଲିସ।

ତାପରେ ସଦଳବଳ ଥରି ଛେଣ୍ଡ ​କଲୋନି ଧାମରା ବସ୍ତି ନିକଟସ୍ଥ ସୈନିକ ଭବନଠାରେ ଚଢ଼ଉ କରିଥିଲା। ମଦ କାରବାର ପାଇଁ ଡିଲ୍‌ ଚାଲିଥିବାବେଳେ ୫ ଜଣଙ୍କୁ ମାଡ଼ି ବସିଥିଲା ପୁଲିସ। ଏମାନଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ୨ ଜଣ ଅଟୋଚାଳକ ଏବଂ ଜଣେ ଢାବା ମାଲିକ ରହିଛନ୍ତି।

ଅଭିଯୁକ୍ତମାନେ ହେଉଛନ୍ତି ଗୋପବନ୍ଧୁପାଲିର ହମିଦ୍ ଖାନ୍(୪୪), ସେକ୍ଟର-୧୯ର ଦୀପକ ଗୌଡ଼(୪୨), ବାସନ୍ତୀ କଲୋନିର ଶିବ ହିଣ୍ଡୋଚା(୪୩), ଉଦିତନଗରର ଅଭତାର୍ ସିଂହ(୩୪) ଏବଂ ଛେଣ୍ଡର ଦିଲ୍ଲୀପ ବେହେରା(୫୪)।

ସେମାନଙ୍କଠାରୁ ୧୧୫ ଲିଟର ନକଲି ବିଦେଶୀ ମଦ, ୨୦୦ଟି ଖାଲି ବୋତଲ, ୪୯୭ଟି କର୍କ, ୨୪୬ଟି ଷ୍ଟିକର ଏବଂ ୩୬୩ ଏକ୍ସାଇଜ୍‌ ଏଡିସେଭ୍‌ ଲେବୁଲ ସହ ଗୋଟିଏ ଅଟୋ, ଗୋଟିଏ ବାଇକ୍‌ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି। ଜବତ ନକଲି ମଦ ଏବଂ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ଆଦିବାସୀ ଅଞ୍ଚଳରେ ଗ୍ରାମସଭାକୁ ଦୁର୍ବଳ କରିଦିଆଯାଇଛି: ବିରୋଧୀ

ଅଭିଯୁକ୍ତମାନେ ଝାଡ଼ଖଣ୍ଡରୁ ନକଲି ମଦ ଆଣି ସହରର ବିଭିନ୍ନ ଢାବାରେ ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗିରଫ ହୋଇଥିବା କିଛି ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଆପରାଧିକ ମାମଲା ରହିଛି। ଅବକାରୀ ଉପଅଧୀକ୍ଷିକା ଅର୍ଚ୍ଚନା  ବାରିକ, ରାଉରକେଲା ଅବକାରୀ ମଣ୍ଡଳ ନିରୀକ୍ଷକ ମୋହନ ପ୍ରଧାନ ଏହି ଚଢ଼ଉରେ ସାମିଲଥିଲେ।

ଅଧିକ ପଢ଼ନ୍ତୁ:ନିର୍ବାଚନ ପୂର୍ବରୁ ବଣ୍ଟା ଯାଇଥିବା ଝୋଟ ବ୍ୟାଗ୍‌ ଖର୍ଚ୍ଚ ୨୪୭କୋଟି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe