ଥାଇଲ୍ୟାଣ୍ଡ ଆସିଥିବା 'ଥାଇ ପିଙ୍କ' ପ୍ରଜାତିର ପିଜୁଳି ଚାଷ

ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକ ଅଞ୍ଚଳର ସୁମଣ୍ଡଳ, ପାଇକପଡା, ଚଣ୍ଡପଲ୍ଲୀ, ଓ ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥାଇଲାଣ୍ଡ ବରକୋଳି ଚାଷ ବେଶ ଆଦୃତ ଲାଭ କରିଥିବା ବେଳେ ଏବେ ଥାଇଲାଣ୍ଡ ପିଜୁଳି ଥାଇ ପିଙ୍କ ପ୍ରଜାତିର ବେଶ ଆଦୃତି ଲାଭ କରିଛି....

WhatsApp Image 2024-11-25 at 4.02.57 PM

ବେଗୁନିଆପଡା: ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକ ଅଞ୍ଚଳର  ସୁମଣ୍ଡଳ, ପାଇକପଡା, ଚଣ୍ଡପଲ୍ଲୀ, ଓ ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥାଇଲାଣ୍ଡ ବରକୋଳି ଚାଷ ବେଶ ଆଦୃତ ଲାଭ କରିଥିବା ବେଳେ ଏବେ ଥାଇଲାଣ୍ଡ ପିଜୁଳି ଥାଇ ପିଙ୍କ ପ୍ରଜାତିର ବେଶ ଆଦୃତି ଲାଭ କରିବାକୁ ଯାଉଛି। ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଠାରୁ ଭେଜିପୁଟ ରାସ୍ତାର ଛାଞ୍ଚୁଣିଆ ଜଙ୍ଗଲ ପାଦଦେଶରେ ବିସ୍ତାର ହୋଇଛି ମିକ୍ସଡ଼ ଫ୍ରୁଟ ପ୍ଲାଣ୍ଟସନ।

ଆନ୍ଧ୍ରପ୍ରଦେଶରରୁ ଆସି କେ ଭି ଏସ ଚୌଧୁରୀ ଏହି ସ୍ଥାନରେ ଦୁଇ ବର୍ଷ ଆଗରୁ ୧୫ ଏକର ସ୍ଥାନରେ ଏହି ପିଜୁଳି ଚାଷ କରିବା ପାଇଁ ମୂଳଦୁଆ ପକାଇବା ସହ ସବୁ ପ୍ରକାର ବ୍ୟବସ୍ଥା କରିବା ପରେ ଏହି ପିଜୁଳି ଚାରା ଆଣି ଲଗାଇଥିଲେ। ଏହି ୧୫ ଏକର ସ୍ଥାନରେ ବର୍ତ୍ତମାନ ୧୨୦୦୦ ଗଛ ଲାଗିଥିବା ବେଳେ ୮୦୦ରୁ ଅଧିକ ନଡ଼ିଆ ଗଛ ଲଗାଯାଇଛି।

ପିଜୁଳି ଗଛ ୨୦ ମାସ ପରେ ଫଳ ଧରିଛି। ପ୍ରଥମ ଥର ଫଳ ଆସିବା ପରେ ଏହାର ଚାହିଦା ବେଶ ଲୋକାଦୃତ ହୋଇପାରିଛି। ଏହି ଜଳବାୟୁରେ ଥାଇଲାଣ୍ଡ ପିଜୁଳି ଠିକ ଭାବରେ ବଢ଼ି ପରିବା ସହ ଫଳ ମଧ୍ୟ  ସ୍ୱାଦିଷ୍ଟ ଲାଗୁଛି। ପ୍ରତି ଦୁଇଦିନରେ ଏହି ଫଳ ତୋଳାଯାଉଥିବା ବେଳେ ଥରକେ ୧କ୍ୱିଣ୍ଟାଲ ପିଜୁଳି ତୋଳା ଯାଉଛି।

ଏହି ପିଜୁଳି ବ୍ରହ୍ମପୁର, ଭୁବନେଶ୍ୱର, ଭଦ୍ରକ, ଖୋର୍ଦ୍ଧା ସମେତ ବିଭିନ୍ନ ସହରାଞ୍ଚଳକୁ ବିକ୍ରି ପାଇଁ ବ୍ୟବସାୟୀ ନେଉଛନ୍ତି। ଏଠାରୁ ଲୋକେ କିଗ୍ରା ପ୍ରତି ୪୦ ଟଙ୍କା ଦରରେ ଏହି ପିଜୁଳି ଲୋକ କିଣି ନେଉଛନ୍ତି। 

ଗୋଟିଏ ଫଳର ଓଜନ ୧୫୦ ରୁ ୨୦୦ ଗ୍ରାମ ଓଜନ ହୋଇଥିବା ବେଳେ  ଏହି ଫଳ ନଭେମ୍ବର ମାସରେ ଆସିବା ବେଳେ ପୁଣି ଜାନୁଆରୀ ମାସ ପରେ ଆଉଥରେ ଫୁଲ ଆସି ଫଳ ଫଳିଥାଏ। ବୁନ୍ଦା ଜଳସେଚନ ପ୍ରକ୍ରିୟାରେ ଗଛ ଗୁଡିକୁ ପାଣି ଯୋଗାଣ କରାଯାଉଥିବା ବେଳେ ସୋଲାର ସିଷ୍ଟମ ଦ୍ୱାରା ବିଦ୍ୟୁତ ଯୋଗାଣ ଏଠାରେ ହେଉଛି। ଜଙ୍ଗଲ ଜନ୍ତୁଙ୍କ କବଳରୁ ଫଳ ସୁରକ୍ଷିତ ରଖିବା ପାଇଁ ଚାରିପାର୍ଶ୍ୱରେ ତାର ବାଡ଼ କରାଯାଇଛି।

WhatsApp Image 2024-11-25 at 4.02.57 PM (1)

ଏହା ସହିତ ଏହି ଭିତରେ ନଡ଼ିଆ ଗଛ ମଧ୍ୟ ଲାଗିଛି। ଏହା ପର ପର୍ଯ୍ୟାୟରେ ଏହା ଭିତରେ 'କୋକୋ' ଚାଷ କରାଯିବ ବୋଲି ଏହି ଫାର୍ମ ର ସତ୍ୱଧିକାରୀ କେ ଭି ଏସ ଚୌଧୁରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ  ଯୋଜନାରେ ଆର୍ଥିକ ସହାୟତା ପାଇଁ ସେ  ଆବେଦନ କରିଥିବା ବେଳେ ଆଗକୁ ଏହି ଫାର୍ମ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେ ଯୋଜନା କରିଛନ୍ତି।

ଏହି ଫଳ ଏବେ ଲୋକଙ୍କ ନିକଟରେ ବେଶ ଆଦୃତ ଲାଭ କରିଛି। କେ ଭି ଏସ ଚୌଧୁରୀ ଆନ୍ଧ୍ରପ୍ରଦେଶରୁ ଆସି ବ୍ରହ୍ମପୁରରେ ରହି କୃଷି ଉପରେ ଫଳ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ପରେ ଏହି ଅଂଚଳର ଜଳବାୟୁ ଥାଇ ପିଙ୍କି ପ୍ରଜାତିର ପିଜୁଳି ଚାଷ ପାଇଁ ଉପଯୋଗୀ ଜାଣି ଏଠାରେ ଜମି କିଣିବା ପରେ ଫାର୍ମ ଆରମ୍ଭ କରିବା ପାଇଁ ମୋଟ ୫ ବର୍ଷରୁ ଅଧିକ ସମୟ ଲାଗିଲା। ଏଠାରେ ଫଳ ଭଲ ଆସିଛି ଓ ଆଗକୁ ଭଲ ଆସିବ ବୋଲି ଆଶା। ଏହା ପରେ ଏଠାରେ କୋକୋ ଚାଷ କରିବା ପାଇଁ ମନ କରିଛି। ଏହା ସହ ନାରାୟଣୀ ନିକଟରେ ଆହୁରି ଜମିରେ ଅନ୍ୟାନ୍ୟ ଫଳ ଚାଷ କରିବା ପାଇଁ ଲକ୍ଷ ରଖିଛି।

ଅଧିକ ପଢ଼ନ୍ତୁ: ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗଛରେ ପିଟିହେଲା ପିକ୍ଅପ ଭ୍ୟାନ୍, ୨ ମୃତ

ସ୍ଥାନୀୟ ବାସିନ୍ଦା ମାଗତା ନାହାକ କହିଛନ୍ତି, ଏଠାରେ ଥାଇଲ୍ୟାଣ୍ଡ ପିଜୁଳି ଚାଷ ହେବା ବାସ୍ତବିକ ଏକ ଉତ୍ତମ ପଦକ୍ଷେପ। ଏହି ପିଜୁଳି ବହୁତ ସୁସ୍ୱାଦୁ ଅଟେ। ଏହି ଅଞ୍ଚଳରେ ଲୋକ ଜାଣିବା ପରେ ଲୋକ ଏହା ନେବାକୁ ଦୈନିକ ଏଠାକୁ ଆସୁଛନ୍ତି। ପିଜୁଳି ଦେଖିବାକୁ ଯେପରି ସୁନ୍ଦର ସେପରି ଉତ୍ତମ ଏବଂ ସ୍ୱାଦିଷ୍ଟ ମଧ୍ୟ।

ଅଧିକ ପଢ଼ନ୍ତୁ: ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣା: ଡିଏଫଓଙ୍କୁ ତାଗିଦ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe