Bus Accident: ବାଦାମବାଡ଼ିରେ ପଥଚାରୀଙ୍କ ଉପରେ ଚଢ଼ିଗଲା ଯାତ୍ରୀବାହୀ ବସ୍‌

Advertisment

ବାଦାମବାଡ଼ି ଥାନା ଅଧୀନ ମଲାଚଣ୍ଡିଆ ଛକ ଓ ବାଦାମବାଡ଼ି ଟ୍ରାଫିକ ଭିତରେ ମଙ୍ଗଳବାର ରାତିରେ ଏକ ଦ୍ରୁତଗାମୀ ବସ୍ ନିୟନ୍ତ୍ରଣ ହରାଇଛି। ବସ୍‌ର ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଗଟଣା ଘଟିଛି। ଏଥିରେ ଜଣେ ପଥଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।

ବାଦାମବାଡ଼ି ଥାନା ଅଧୀନ ମଲାଚଣ୍ଡିଆ ଛକ ଓ ବାଦାମବାଡ଼ି ଟ୍ରାଫିକ ଭିତରେ ମଙ୍ଗଳବାର ରାତିରେ ଏକ ଦ୍ରୁତଗାମୀ ବସ୍ ନିୟନ୍ତ୍ରଣ ହରାଇଛି। ବସ୍‌ର ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଗଟଣା ଘଟିଛି। ଏଥିରେ ଜଣେ ପଥଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।

Bus accident

Private bus runs over on man in Cuttack on Tuesday. Photograph: (sambad.in)

କଟକ: ବାଦାମବାଡ଼ି ଥାନା ଅଧୀନ ମଲାଚଣ୍ଡିଆ ଛକ ଓ ବାଦାମବାଡ଼ି ଟ୍ରାଫିକ ଭିତରେ ମଙ୍ଗଳବାର ରାତିରେ ଏକ ଦ୍ରୁତଗାମୀ ବସ୍ ନିୟନ୍ତ୍ରଣ ହରାଇଛି। ବସ୍‌ର ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଗଟଣା ଘଟିଛି। ଏଥିରେ ଜଣେ ପଥଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ ବସ୍ ଭଙ୍ଗାରୁଜା କରିଛନ୍ତି। ତେବେ ଲୋକଙ୍କ ଅକ୍ରୋଶରୁ ବଞ୍ଚିବାକୁ ଯାଇ ବସ୍ କର୍ମଚାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଚଳାଇଛି। 

ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୭ଟା ବେଳେ ଦେବଦୂତ ନାମକ ଏକ ବସ ସିଏନବିଟିରୁ ଯାତ୍ରୀ ନେଇ ଯାଜପୁର ରୋଡ ଓ କେନ୍ଦୁଝର ଅଭିମୂଖେ ଯାଉଥିଲା। ମଲାଚଣ୍ଡିଆ ଟ୍ରାଫିକ ଛକ ଅତିକ୍ରମ କରି ବସଟି ବାଦାମବାଡି ଟ୍ରାଫିକ ଛକ ଆଡ଼କୁ ଆସୁଥିଲା। ଦି ଲ’ ହାଉସ ସାମନାରେ କିଛି ଯାତ୍ରୀଙ୍କୁ ଚଢ଼ାଇବାକୁ ବସକୁ ରାସ୍ତାର ବାମ ପଟେ ହଠାତ ରଖିଥିଲା। ଏହି ସମୟରେ ସାମନାରେ ଯାଉଥିବା ଜଣେ ଯୁବକଙ୍କୁ ସିଧା ବସ ଧକ୍କା ଦେବା ସହିତ ତାଙ୍କ ଉପରେ ଚଢ଼ିଯାଇଥିଲା। ଏଭଳି ଦୁର୍ଘଟଣା ଘଟିବା ପରେ ଘଟଣା ସ୍ଥଳରୁ ବସର ଡ୍ରାଇଭର ଓ କଣ୍ଡକ୍ଟର ବସ୍ ଛାଡ଼ି ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏକାଠି ହେବା ପରେ ଉତ୍ତେଜନା ବଢ଼ିଥିଲା। ବସ୍ ଉପରକୁ ଢେଲା ମାଡ କରିଥିଲେ। ବସର ସମସ୍ତ କାଚ ବାଡ଼େଇ ଭାଙ୍ଗିଦେଇଥିଲେ।

ଆହୁରି ପଢ଼ନ୍ତୁ: 4 Death Bus Accident Mathura ମଥୁରାରେ ବଡ଼ ଧରଣର ଦୁର୍ଘଟଣା: ୪ ମୃତ, ୨୫ ଆହତ

ପୁଲିସ ପହଞ୍ଚିବାର ବିଳମ୍ବ

ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଅଧଘଣ୍ଟା ଯାଏ ବାଦାମବାଡ଼ି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିନଥିଲା। ଏହି ଘଟଣା ପରେ ସେହି ରାସ୍ତା ଟ୍ରାଫିକ ଜାମ ହୋଇଯାଇଥିଲା। ସେହି ରାସ୍ତାରେ ଗାଡ଼ି ଚଳାଚଳ ସମ୍ଭବପର ହୋଇନଥିଲା। ରାତି ୭ଟା ୩୦ରେ ବାଦାମବାଡ଼ି ଥାନା ପୁଲିସ ଘଟଣା ସ୍ଥଳରେ ଫୋର୍ସ ସହିତ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା। ଲୋକଙ୍କୁ ବୁଝାସୁଝା କରି ଆମ୍ବୁଲାନ୍ସ ମାଧ୍ୟମରେ ଯୁବକଙ୍କ ମୃତଦେହକୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଭିଡ଼ ଭାଙ୍ଗିବା ପରେ ଦୁର୍ଘଟଣା ଘଟାଇଥିବା ବସକୁ ପୁଲିସ ଜବତ କରିଥିଲା। ସେହି ରାସ୍ତାରେ ବସ ଅଟକି ଯାତ୍ରୀ ଉଠାଇବାରୁ ନିୟମିତ ଦୁର୍ଘଟଣା ଭଳି ସ୍ଥିତି ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: Accident: ୧ମିନିଟ୍‌ ପରେ ଘରେ ପହଞ୍ଚିଥାନ୍ତେ ନବ ବିବାହିତ, ଯମ ଟାଣିନେଲା ପରେ ଉଜୁଡ଼ିଗଲା ପରିବାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe