Excise Raid: ୨୧ କୋଟିର ଅଫିମ ଗଛ ଜବତ, ୬ ଜଣ ଗିରଫ

Advertisment

କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣାଶଙ୍କର ତିଓ୍ବାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ଚଢ଼ାଉ କରାଯାଇଥିଲା। ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ଅବକାରୀ କର୍ମଚାରୀ ଓ ନରସିଂହପୁର ତହସିଲଦାର , ଅଲରା ରାଜସ୍ୱ ନିରୀକ୍ଷକ ପ୍ରମୁଖ ୪୦ ଜଣିଆ ଟିମ ଚଢାଉରେ ସାମିଲ ଥିଲେ।

କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣାଶଙ୍କର ତିଓ୍ବାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ଚଢ଼ାଉ କରାଯାଇଥିଲା। ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ଅବକାରୀ କର୍ମଚାରୀ ଓ ନରସିଂହପୁର ତହସିଲଦାର , ଅଲରା ରାଜସ୍ୱ ନିରୀକ୍ଷକ ପ୍ରମୁଖ ୪୦ ଜଣିଆ ଟିମ ଚଢାଉରେ ସାମିଲ ଥିଲେ।

Athagarh Cuttack Excise

Athagarh Cuttack Excise Photograph: (sambad. in)

ଆଠଗଡ଼: କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣାଶଙ୍କର ତିଓ୍ବାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ଚଢ଼ାଉ କରାଯାଇଥିଲା। ଅଧୀକ୍ଷକଙ୍କ ତତ୍ତ୍ୱାବଧାନରେ ଅବକାରୀ କର୍ମଚାରୀ ଓ ନରସିଂହପୁର ତହସିଲଦାର, ଅଲରା ରାଜସ୍ୱ ନିରୀକ୍ଷକ ପ୍ରମୁଖ ୪୦ ଜଣିଆ ଟିମ ଚଢ଼ଉରେ ସାମିଲ ଥିଲେ। ନରସିଂହପୁର ଥାନା ଅନ୍ତର୍ଗତ ଜୟଦାମୋଦରପୁର (ମୁଣ୍ଡାସାହି) ଗ୍ରାମରୁ ଏକ ଏକର ଜମିରେ ଚାଷ ହୋଇଥିବା ୪୩ ହଜାର ୭୫୦ଟି ଅଫିମ ଗଛ ଜବତ କରାଯାଇ ନଷ୍ଟ କରାଯାଇଛି।

ଏହି ଘଟଣାରେ ଗ୍ରାମର ୬ ଜଣଙ୍କୁ ଗିରଫ କରାଯାଇଛି। ଜବତ ତଥା ନଷ୍ଟ ଅଫିମ ଗଛର ଆନୁମାନିକ ମୂଲ୍ୟ ୨୧ କୋଟି ଟଙ୍କା ୮୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ। ଘଟଣାରେ ୩ ଟି ଏନ ଡି ପି ଏସ ମାମଲା ରୁଜୁ କରାଯାଇଛି। ଗିରଫ ଆସାମୀ ହେଲେ ରାମ ପୂର୍ତ୍ତି (୪୮), ସାଗି ପୂର୍ତ୍ତି (୪୭), କାଜୁରୁ ତୁତି ( ୫୮), ଲୋଚନ ସୋଲେମାନ, ସୁନୀତା ହାସଦା (୩୫), ଚୁବା ଅଲତା। ଏହି ଚଢାଉରେ ନରସିଂହପୁର ତହସିଲଦାର ଅମ୍ରିତା ସାହୁ, ରାଜସ୍ୱ ନିରୀକ୍ଷକ ପ୍ରସନ୍ନଜିତ ମହାନ୍ତି, ଅବକାରୀ ଇନିସପେକ୍ଟର ରବିନାରାୟଣ ପ୍ରଧାନ, କମଳଲୋଚନ ପାଇକରାୟ, ଭକ୍ତ ବତ୍ସଳ ବର୍ମା, ଉପ ନିରୀକ୍ଷକ ତରୁଣ କୁମାର ପାତ୍ର, ଅକ୍ଷୟ କୁମାର ଜେନା, ସୌମ୍ୟ ରଞ୍ଜନ ବେହେରା, ବିଷ୍ଣୁ ପ୍ରସାଦ ମାଝୀ, ସରୋଜ ସାହୁ ପ୍ରମୁଖ ସାମିଲ ଥିଲେ।

ଆହୁରି ପଢନ୍ତୁ - Modi Discuss with AI Ceo: ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲରେ ନିର୍ଣ୍ଣାୟକ ଭୂମିକା ନେବ ଏଆଇ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe