Orissa HC: ପୁରୀ ବଡ଼ଦାଣ୍ଡରେ ଯୁବକଙ୍କ ମୃତ୍ୟୁ: ୧୬ ବର୍ଷ ପରେ ନ୍ୟାୟ ପାଇଲେ ପୀଡ଼ିତ ପରିବାର

ପୁରୀ ବଡ଼ଦାଣ୍ଡରେ ଥିବା ଟ୍ରାଫିକ ପୋଷ୍ଟରେ ଲାଗିଥିବା ବିଜ୍ଞାପନ ଫଳକର ବିଦ୍ୟୁତ ସଂଯୋଗର ସଂସ୍ପର୍ଶରେ ଆସି ୨୦୦୯ରେ ପ୍ରାଣହରାଇଥିବା ଯୁବକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ସୁଧ ସହିତ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Orissa HC

Orissa High Court. (File)

କଟକ: ପୁରୀ ବଡ଼ଦାଣ୍ଡରେ ଥିବା ଟ୍ରାଫିକ ପୋଷ୍ଟରେ ଲାଗିଥିବା ବିଜ୍ଞାପନ ଫଳକର ବିଦ୍ୟୁତ ସଂଯୋଗର ସଂସ୍ପର୍ଶରେ ଆସି ୨୦୦୯ରେ ପ୍ରାଣହରାଇଥିବା ଯୁବକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ସୁଧ ସହିତ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୯, ସେପ୍ଟେମ୍ବର ୪ରୁ କ୍ଷତିପୂରଣ ପ୍ରଦାନ ପର୍ଯ୍ୟନ୍ତ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଉପରେ ୬ ପ୍ରତିଶତ ସୁଧ ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ୬ ସପ୍ତାହ ଭିତରେ ବିଦ୍ୟୁତ ବିତରଣକାରୀ ସଂସ୍ଥା ଆବେଦନକାରୀଙ୍କୁ ଏହି ରାଶି ପ୍ରଦାନ କରିବ ବୋଲି ହାଇକୋର୍ଟ କହିଛନ୍ତି। ଅଧିକ କ୍ଷତିପୂରଣ ପାଇଁ ଆବେଦନକାରୀ ଚାହିଁଲେ ଆଇନ ଅନୁସାରେ ଉପଯୁକ୍ତ ଫୋରମରେ ମାମଲା କରି ପାରିବେ। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଭବାନୀ ମିଶ୍ରଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ଆଶ୍ରୟ ନେଇଥିଲା ବେଳେ ଅଘଟଣ

ମାମଲାର ବିବରଣୀରୁ ପ୍ରକାଶ ଯେ ବଡ଼ ଦାଣ୍ଡ‌ରେ ଆବେଦନକାରୀଙ୍କ ପୁଅ ଜ୍ଞାନକଳ୍ପ ମିଶ୍ର ଯାଉଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ମାର୍କଣ୍ଡେଶ୍ବର ସାହି ନିକଟ ଟ୍ରାଫିକ ପୋଷ୍ଟରେ ଆବେଦନକାରୀ ଆଶ୍ରୟ ନେଇଥିଲେ। ଟ୍ରାଫିକ ପୋଷ୍ଟରେ ଲାଗିଥିବା ଏକ ଘରୋଇ ଟେଲି‌ଫୋନ କମ୍ପାନିର ବିଜ୍ଞାପନ ପାଇଁ ଏକ ଫଳକକୁ ସଂଯୋଗ କରୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆବେଦନକାରୀ ପ୍ରାଣ ହରାଇଥିଲେ। ଏ ନେଇ କୁମ୍ଭାରପଡ଼ା ଥାନାରେ ୨୦୦୯, ସେପ୍ଟେମ୍ବର ୪ରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ତଦନ୍ତରୁ ପୀଡ଼ିତ ଯୁବକଙ୍କ ମୃତ୍ୟୁ ବିଦ୍ୟୁତ ସଂଯୋଗରୁ ହୋଇଥିବା ସ୍ପଷ୍ଟ ହୋଇଥିଲା। ମୃତକଙ୍କ ପରିବାରକୁ କୌଣସି ଅନୁକମ୍ପାମୂଳକ ସହାୟତା ବା କ୍ଷତିପୂରଣ ପ୍ରଦାନ କରାଯାଇ ନଥିଲା। ଏହାପରେ ମୃତ ଯୁବକଙ୍କ ବାପା ଓ ମା ଏହି ପ୍ରସଂଗ‌ ନେଇ ୨୦୧୧ରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। 

ଆହୁରି ପଢ଼ନ୍ତୁ: Humane Sagar: ଲୁହରେ ଭିଜିଲା ଜନ୍ମମାଟି: ହ୍ୟୁମାନଙ୍କ ଶେଷକୃତ୍ୟରେ ସାମିଲ ହେଲେ ଲକ୍ଷାଧିକ ପ୍ରଶଂସକ

କ୍ଷତିପୂରଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମାମଲାର ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା ଯେ ୧୬ ବର୍ଷ ପରେ ମଧ୍ୟ ପୀଡ଼ିତ ପରିବାର ଅନୁକମ୍ପାମୂଳକ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି। ମାମଲା ବିଚାରାଧୀନ ଥିବା ବେଳେ ମୃତ ଯୁବକଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ବିଜ୍ଞାପନ ଫଳକ ଏକ ଘରୋଇ ସଂସ୍ଥା ଲଗାଇଥିବା ବେଳେ ଏହାକୁ ସଂଯୋଗ ବିଦ୍ୟୁତ ବିତରଣକାରୀ ସଂସ୍ଥା ପ୍ରଦାନ କରିଥିଲା। ବିିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ପୀଡ଼ିତ ଯୁବକଙ୍କ ମୃତ୍ୟୁ ହୋଇଥିବା ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ବିଦ୍ୟୁତ ବିତରଣକାରୀଙ୍କ ଅବହେଳାରୁ ପୀଡ଼ିତଙ୍କ ମୃତ୍ୟୁ ହୋଇଥିଲା ବୋଲି ହାଇକୋର୍ଟ କହିବା ସହିତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅଫରାଜ ସୁହେଲ ମାମଲା ପରିଚାଳନା କରୁଥିଲେ।

ଆହୁରି ପଢ଼ନ୍ତୁ: Accident: କାର୍‌ ଧକ୍କାରେ ଉଡ଼ିଲା ବାଇକ୍‌, ଡାକ୍ତରଖାନାରେ ଭର୍ତ୍ତି ଚାଲକଙ୍କ ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe