କଟକରେ ମୋ ବସ୍‌ରେ ପୁଣି ଅଗ୍ନିକାଣ୍ଡ: ଭୁବନେଶ୍ବର ଫେରିବା ବେଳେ ଜଳିଗଲା

ସାଧାରଣ ଯାତ୍ରୀମାନଙ୍କ ପାଇଁ ସରକାରଙ୍କ ଦ୍ବାରା ପରିଚାଳିତ ପରିବହନ ସେବା ‘ମୋ ବସ୍’ରେ ଶନିବାର ରାତିରେ ଅଗ୍ନିକାଣ୍ଡ ହୋଇଛି। କଟକ ସହରରେ ପୁଣି ଥରେ ମୋ ବସ୍‌ରେ ନିଆଁ ଲାଗିଛି। ମାତ୍ର ୬ ମାସ ଭିତରେ ମୋ ବସ୍‌ରେ ନିଆଁ ଲାଗିବା ଏହା ହେଉଛି ଦ୍ବିତୀୟ ଘଟଣା।

ଅଦ୍ୟତନ ହୋଇଛି
c367dabe-e0c7-41d0-8ff9-afe004b7a5ca

Photo: Nandu, Sambad, Cuttack

କଟକ: ସାଧାରଣ ଯାତ୍ରୀମାନଙ୍କ ପାଇଁ ସରକାରଙ୍କ ଦ୍ବାରା ପରିଚାଳିତ ପରିବହନ ସେବା ‘ମୋ ବସ୍’ରେ ଶନିବାର ରାତିରେ ଅଗ୍ନିକାଣ୍ଡ ହୋଇଛି। କଟକ ସହରରେ ଏହି ଅଘଟଣ ଘଟିଛି। କଟକରେ ମାତ୍ର ୬ ମାସ ଭିତରେ ମୋ ବସ୍‌ରେ ନିଆଁ ଲାଗିବା ଏହା ହେଉଛି ଦ୍ବିତୀୟ ଘଟଣା। ବସ୍‌ରେ କେତେ ଯାତ୍ରୀ ଥିଲେ ଜଣାପଡ଼ି ନାହିଁ। କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅଘଟଣ ସମୟରେ ବସ୍‌ରେ କେବଳ ଯାତ୍ରୀ ନଥିଲେ। 

ଏହି ଖବର ପଢ଼ନ୍ତୁ: ‘ମୋ ବସ୍‌’ରେ ଲାଗିଲା କଟକଣା 

ଆଜି ସନ୍ଧ୍ୟା ପ୍ରାୟ ୮ଟାରେ ମୋ ବସ୍‌ଟି କଟକରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ଏହା ଯେତେବେଳେ ମଧୁପାଟଣା ନିକଟରେ ପହଞ୍ଚି ଥିଲା, ହଠାତ୍ ନିଆଁ ଲାଗିବା ଆରମ୍ଭ ହୋଇଥିଲା। ସ୍ଥାନୀୟ ଲେକେ ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। କିନ୍ତୁ ଏହା ପୂର୍ବରୁ ବସ୍‌ଟି ସଂପୂର୍ଣ୍ଣ ରୂପେ ଜଳି ଯାଇଛି। ବସ୍‌ରେ କିପରି ନିଆଁ ଲାଗିଲା ତାହାର କାରଣ ଜଣାପଡ଼ି ନାହିଁ। 

ଏହି ଖବର ପଢ଼ନ୍ତୁ: ଝିଲିଙ୍କର ହେବ ସପ୍ତମ ଅସ୍ତ୍ରୋପଚାର

bus

ମୋ ବସ୍‌ରେ ପୁଣି ନିଆଁ ଲାଗିଛି। ବିଗତ ୬ ମାସ ମଧ୍ୟରେ ଆଜିର ଘଟଣା ସହିତ ୨ଟି ବସ୍‌ ଜଳିଯାଇଛି। ଗତବର୍ଷ ରାଉରକେଲାରେ ମଧ୍ୟ ଏକ ମୋ ବସ୍‌ରେ ନିଆଁ ଲାଗିଥିଲା। କେବଳ ଅଗ୍ନିକାଣ୍ଡ ନୁହେଁ, ବରଂ ମୋ ବସ୍‌ ଦ୍ବାରା ଅନ୍ୟ ଅଘଟଣ ମଧ୍ୟ ଘଟୁଛି। ମୋ ବସ୍‌ଜନିତ ଅଘଟଣରେ ବିଗତ ଦିନରେ ଅନେକଙ୍କ ଜୀବନ ମଧ୍ୟ ଯାଇଛି। 

ସୂଚନାଯୋଗ୍ୟ ମୋ ବସ୍‌ରେ ନିଆଁ ଲାଗିବା ପ୍ରଥମ ଘଟଣା ନୁହେଁ। ସେହିପରି କଟକରେ ବସ୍‌ରେ ଅଗ୍ନିକାଣ୍ଡ ଘଟଣା ମଧ୍ୟ ନୂଆ ନୁହେଁ। ଗତ ଜୁନ୍ ୨୮ ତାରିଖରେ ମଧ୍ୟ ଏକ ମୋ ବସ୍‌ରେ ନିଆଁ ଲାଗିଥିଲା। ସେଦିନ କଟକ ସିଡିଏ ସେକ୍ଟର-୯ରେ ମୋ ବସ୍‌ରେ ପ୍ରଥମେ ଧୂଆଁ ବାହାରିଥିଲା। ଗାଡ଼ି ଇଞ୍ଜିନ୍‌ରୁ  ଧୂଆଁ ବାହାରିବା ମାତ୍ରେ ଡ୍ରାଇଭର୍ ଓ କଣ୍ଡକ୍ଟର୍ ଗାଡ଼ିରୁ ଓହ୍ଲାଇ ଯିବାସହ ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇ ଦେଇଥିଲେ। ପରେ ବସ୍‌ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳି ଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେଦିନ ବସ୍‌ରେ କେହି ଯାତ୍ରୀ ନ ଥିଲେ। ପରେ ଗାଡ଼ି ଇଞ୍ଜିନ୍‌ରୁ ନିଆଁ ଲାଗିଥିବା ଜଣାପଡ଼ିଥିଲା। ତେଣୁ ବସ୍‌ର କିଛି ଅଂଶ ପୋଡି ସମୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେବେ କେଉଁଥି ପାଇଁ ବସ୍‌ରେ ନିଆଁ ଲାଗିଲା ତାହାର କାରଣ ଜଣାପଡ଼ି ନଥିଲା।  

ଏହି ଖବର ପଢ଼ନ୍ତୁ: ଶିଶୁ ଓ ମହିଳାଙ୍କ ସମେତ ୧୬ ଯାତ୍ରୀ ଆହତ

ରାଉରକେଲାରେ ଗତବର୍ଷ ମେ’ ମାସ ୨୦ ତାରିଖରେ ‘ମୋ ବସ୍’ରେ ଲାଗିଥିଲା ରାଉଲକେଲାରୁ ବେଦବ୍ୟାସ ଯାଉଥିବା ବେଳେ ଟିସିଆଇ ଛକରେ ଏହି ଅଘଟଣ ଘଟିଥିଲା। ବସ୍‌ରେ ନିଆଁ ଲାଗିଥିବାରୁ ଯାତ୍ରୀ ଏବଂ କର୍ମଚାରୀ ତୁରନ୍ତ ଓହ୍ଲାଇଯାଇଥିଲେ। ଫଳରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ଏହି ଖବର ପଢ଼ନ୍ତୁ: ଏକ ପରିବାର ସମ୍ବିଧାନକୁ କ୍ଷତି ପହଞ୍ଚାଇଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe