ବୈବାହିକ ବିବାଦ ସଂପର୍କିତ ମାମଲା: ସ୍ବାମୀଙ୍କ ପୁରୁଷତ୍ବ ପରୀକ୍ଷା ହେବ

Advertisment

ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ପୁରୁଷତ୍ବ ପରୀକ୍ଷାର ସମ୍ମୁଖୀନ ହେବା ଲାଗି ମେଡିକାଲ ବୋର୍ଡ ନିକଟରେ ହାଜର ହେବା ପାଇଁ ପରିବାର ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ସ୍ବାମୀ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।

Updated On

ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ପୁରୁଷତ୍ବ ପରୀକ୍ଷାର ସମ୍ମୁଖୀନ ହେବା ଲାଗି ମେଡିକାଲ ବୋର୍ଡ ନିକଟରେ ହାଜର ହେବା ପାଇଁ ପରିବାର ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ସ୍ବାମୀ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।

ଅଦ୍ୟତନ ହୋଇଛି
00

କଟକ: ଏକ ବୈବାହିକ ବିବାଦ ସଂପର୍କିତ ମାମଲାରେ ସ୍ବାମୀଙ୍କ ପୁରୁଷତ୍ବ ପରୀକ୍ଷା କରାଯିବା ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ପୁରୁଷତ୍ବ ପରୀକ୍ଷାର ସମ୍ମୁଖୀନ ହେବା ଲାଗି ମେଡିକାଲ ବୋର୍ଡ ନିକଟରେ ହାଜର ହେବା ପାଇଁ ପରିବାର ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ସ୍ବାମୀ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। 

ଏହି ଖବର ପଢ଼ନ୍ତୁ: ଓଲଟିଲା ଅବକାରୀ ବିଭାଗ ଗାଡ଼ି

ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ କେବଳ ସ୍ବାମୀଙ୍କ ପୁରୁଷତ୍ବ ପରୀକ୍ଷା ପ୍ରସଂଗ ନେଇ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଥିଲା। ସ୍ବାମୀ ନିମ୍ନ ଅଦାଲତରେ ଦାଖଲ କରିଥିବା ଆପତ୍ତିରେ କୁହାଯାଇଥିଲା ଯେ ଉଭୟପକ୍ଷ ସେମାନଙ୍କ ଅଭିଭାବକଙ୍କ ସହିତ ଭୁବ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ସ୍ବାମୀଙ୍କ ପୁରୁଷତ୍ବ ପରୀକ୍ଷା ହେବ ନଶ୍ବେର ଏମ୍ସ ଯାଇ ସେଠାରେ ଡାକ୍ତରଙ୍କୁ ସାକ୍ଷାତ କରିଥିଲେ। ଡାକ୍ତରୀ ପରୀକ୍ଷା ପରେ ସ୍ବାମୀଙ୍କ ଅବସ୍ଥା ସ୍ବାଭାବିକ ବୋଲି କୁହାଯାଇଥିଲା।

ଏହି ଖବର ପଢ଼ନ୍ତୁ: ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା

ଅନ୍ୟପକ୍ଷରେ ସ୍ବାମୀ ପୁରୁଷତ୍ବହୀନ ସଂକ୍ରାନ୍ତୀୟ ରୋଗରେ ପୀଡ଼ିତ ଥିଲେ ଓ ଏଥି ପାଇଁ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ ବୋଲି ପରିବାର ଅଦାଲତରେ ଜେରା ବେଳେ ପତ୍ନୀ ପ୍ରକାଶ କରିଥିଲେ। ଏଥି ସହିତ ଭୁବନେଶ୍ବର ଏମ୍ସରେ ସ୍ବାମୀ ସମସ୍ତ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ ଓ ସେ ସ୍ବାଭାବିକ ଥିବା ନେଇ ଡାକ୍ତର ରିପୋର୍ଟ ଦେଇଥିବା ସଂକ୍ରାନ୍ତରେ ପତ୍ନୀ ଅବଗତ ଥିବା ନେଇ ମଧ୍ୟ ସାକ୍ଷ୍ୟ ଗ୍ରହଣ ସମୟରେ ପ୍ରକାଶ କରିଥିଲେ। ଏଭଳି ସ୍ଥିତିରେ ପରିବାର ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଆଉ ଏକ ପର୍ଯ୍ୟାୟ ପୁରୁଷତ୍ବ ପରୀକ୍ଷା ଦେବାକୁ ସ୍ବାମୀ କାହିଁକି ଭୟ କରୁଛନ୍ତି ବୋଲି ପ୍ରଶ୍ନ ଉଠିଥିଲା।

ଏହି ଖବର ପଢ଼ନ୍ତୁ: କୋର୍ଟରେ ହାଜର ହେଲେ ସାଂସଦ

ସ୍ବାମୀଙ୍କ ପୁରୁଷତ୍ବହୀନ ପ୍ରସଂଗକୁ କାରଣ ଭାବେ ଦର୍ଶାଇ ପତ୍ନୀ ଛାଡ଼ପତ୍ର ପାଇଁ ପରିବାର ଅଦାଲତରେ ଆବେଦନ କରିଛନ୍ତି। ଯଦି ସ୍ବାମୀଙ୍କ ଆଉ ଏକ ପର୍ଯ୍ୟାୟର ପୁରୁଷତ୍ବ ପରୀକ୍ଷା ହୁଏ ତେବେ ଏ ପ୍ରସଂଗରେ ଅଦାଲତ ଓ ପକ୍ଷମା‌ନଙ୍କ ନିକଟରେ ଏହି ପ୍ରସଂଗକୁ ନେଇ ତଥ୍ୟ ସ୍ପଷ୍ଟ ହୋଇଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଭଳି ସ୍ଥିତିରେ ଆବେଦନକାରୀ ସ୍ବାମୀଙ୍କୁ ପୁରୁଷତ୍ବ ପରୀକ୍ଷା ଦେବା ପାଇଁ ପରିବାର ଅଦାଲତ ପ୍ରଦାନ କରିଥିବା ନି‌ର୍ଦ୍ଦେଶରେ କୌଣସି ତ୍ରୁଟି ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଏଥି ସହିତ ପୁରୁଷତ୍ବ ପରୀକ୍ଷା ପ୍ରସଂଗରେ ପରିବାର ଅଦାଲତ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସ୍ବାମୀଙ୍କ ତରଫରୁ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe