Advertisment

Health: ପାଣି ବୋତଲ, ରାଶି ତେଲ ଓ ଝଡ଼ା ଫୁଙ୍କାରେ ରାଜୁବାବାଙ୍କ ଚିକିତ୍ସା

Advertisment

ବିନା ଔଷଧରେ କେବଳ ରାଶି  ପାଣି ବୋତଲ, ରାଶି ତେଲ ଓ ଝଡା ଫୁଙ୍କାରେ ରୋଗ ଭଲ କରୁଛନ୍ତି ରାଜୁ ବାବା। ହାର୍ଟ, କ୍ୟାନସର, ମଳକଣ୍ଟକ, ଅର୍ଶ, ପକ୍ଷାଘାତ, ଧାତୁ ପଡ଼ିବା, ଆଣ୍ଠୁ ଗଣ୍ଠି ରୋଗ, ଆଖି ରୋଗ ଆଦି ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା...

ବିନା ଔଷଧରେ କେବଳ ରାଶି  ପାଣି ବୋତଲ, ରାଶି ତେଲ ଓ ଝଡା ଫୁଙ୍କାରେ ରୋଗ ଭଲ କରୁଛନ୍ତି ରାଜୁ ବାବା। ହାର୍ଟ, କ୍ୟାନସର, ମଳକଣ୍ଟକ, ଅର୍ଶ, ପକ୍ଷାଘାତ, ଧାତୁ ପଡ଼ିବା, ଆଣ୍ଠୁ ଗଣ୍ଠି ରୋଗ, ଆଖି ରୋଗ ଆଦି ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା...

73004c38-4363-4d0f-a581-57b5142bc49b

Raju baba. Photograph: (sambad.in)

କଳାପଥର (ମାନସ ରଞ୍ଜନ ସାହୁ): ବିନା ଔଷଧରେ କେବଳ ରାଶି  ପାଣି ବୋତଲ, ରାଶି ତେଲ ଓ ଝଡା ଫୁଙ୍କାରେ ରୋଗ ଭଲ କରୁଛନ୍ତି ରାଜୁ ବାବା। ହାର୍ଟ, କ୍ୟାନସର, ମଳକଣ୍ଟକ, ଅର୍ଶ, ପକ୍ଷାଘାତ, ଧାତୁ ପଡ଼ିବା, ଆଣ୍ଠୁ ଗଣ୍ଠି ରୋଗ, ଆଖି ରୋଗ ଆଦି ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ସୁସ୍ଥ କରୁଥିବା ନେଇ ରାଜୁ ବାବାଙ୍କ ନିକଟକୁ ବିଶ୍ୱାସ ରଖି ଚରିଆଡୁ ଲୋକେ ରାଜୁ ବାବାଙ୍କ ନିକଟକୁ ଧାଇଁ ଆସୁଛନ୍ତି।  

ଭୁବନେଶ୍ୱର ଖଣ୍ଡଗିରି ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମହାଦେବଙ୍କ ପୀଠରେ ରହି ଲୋକମାନଙ୍କୁ ସେବା ଯୋଗାଇ ଦେଉଛନ୍ତି ରାଜୁ ବାବା। ବର୍ତ୍ତମାନ ବାଙ୍କୀ ଓ ତିଗିରିଆ ମଧ୍ୟ ସ୍ଥଳ ବଡ଼ ନାଉପୁଟ ପଞ୍ଚାୟତସ୍ଥିତ ବାଉଳାଙ୍ଗ ଗ୍ରାମର ଆରାଧ୍ୟ ଦେବୀ ମା ' ବଉଳେଇଙ୍କ ବିଜେସ୍ଥଳୀ ପୀଠରେ ଆଜକୁ ୧୫ ଦିନ ଧରି ଏଠାରେ ରହି ରାଜୁ ବାବା ନିରବଚ୍ଛିନ୍ନ ସ୍ଵାସ୍ଥ୍ୟ ସେବା ଯୋଗାଉଥିବା ଖବର ପାଇ ପ୍ରତ୍ୟେକ ଦିନ ବାଙ୍କୀ, ଆଠଗଡ଼, ତିଗିରିଆ, ବଡମ୍ବା ଆଦି ବିଭିନ୍ନ ଅଂଚଳରୁ ରୋଗାକ୍ରାନ୍ତ ଲୋକ ମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି।

ଆହୁରି ପଢ଼ନ୍ତୁ: LSG : ବିଦେଶୀ ଲିଗରେ ଖେଳିବେ ଭାରତୀୟ ଖେଳାଳି

ମହାଦେବଙ୍କ ଆଜ୍ଞାରେ ସେବା

ବାବା ଅମରେଶ୍ୱର ମହାଦେବ ଏବଂ ଶ୍ରୀ ଶ୍ରୀ ଶନିଶ୍ଚରଙ୍କ ଆଜ୍ଞା ତଥା ନିର୍ଦ୍ଦେଶ କ୍ରମେ ରାଜୁ ବାବା ଏପରି ସ୍ଵାସ୍ଥ୍ୟ ସେବାରେ ନିଜକୁ ନିୟୋଜିତ କରିଥିବା ପ୍ରକାଶ କରିଛନ୍ତି ରାଜୁ ବାବା । ପାଣି ବୋତଲ ବାବା ଭାବେ ବେଶ ପରିଚିତ ଲାଭ କରିଛନ୍ତି। ଏଭଳି ମହତ୍ତ୍ଵ କାର୍ଯ୍ୟରେ ଅନିଲ କୁମାର ଜେନା ପରିଚାଳନା କରୁଥିବା ବେଳେ ପୂର୍ଣ୍ଣଚନ୍ଦ୍ର ବାରିକ , ରଞ୍ଜୁଲତା ବାରିକ , ରତ୍ନାକର ପ୍ରଧାନ ସୁଧାଂଶୁ ଭୂଷଣ ପାଳ ପ୍ରମୁଖ ସହଯୋଗ କରୁଛନ୍ତି।

ଆହୁରି ପଢ଼ନ୍ତୁ: Naxal: ନକ୍ସଲଙ୍କ ବନ୍ଧୁକ, ବୋମା ତିଆରି କାରଖାନା ଧ୍ବଂସ କଲେ ଯବାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe