Orissa HC: ହାଇକୋର୍ଟରେ ନର୍ଲା ନିର୍ବାଚନୀ ମୋକଦ୍ଦମା: ଭକ୍ତ ଚରଣ ଦାସଙ୍କ ସାକ୍ଷ୍ୟ ଗ୍ରହଣ ଶେଷ

Advertisment

କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନ ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ଦାୟର ମାମଲାରେ ଆବେଦନକାରୀ ଭକ୍ତ ଚରଣ ଦାସଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଡିସେମ୍ବର ୫ରେ ଶ୍ରୀ ଦାସଙ୍କ ଜେରା ଅସଂପୂର୍ଣ୍ଣ ଥିବା ବେଳେ ସେ ଆଜି ସେ ହାଇକୋର୍ଟରେ ହାଜର ହୋଇଥିଲେ।

କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନ ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ଦାୟର ମାମଲାରେ ଆବେଦନକାରୀ ଭକ୍ତ ଚରଣ ଦାସଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଡିସେମ୍ବର ୫ରେ ଶ୍ରୀ ଦାସଙ୍କ ଜେରା ଅସଂପୂର୍ଣ୍ଣ ଥିବା ବେଳେ ସେ ଆଜି ସେ ହାଇକୋର୍ଟରେ ହାଜର ହୋଇଥିଲେ।

Orissa High Court

Orissa High Court orders to give 20 lakhs compansation Photograph: (sambad.in)

କଟକ: କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନ ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ଦାୟର ମାମଲାରେ ଆବେଦନକାରୀ ଭକ୍ତ ଚରଣ ଦାସଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଡିସେମ୍ବର ୫ରେ ଶ୍ରୀ ଦାସଙ୍କ ଜେରା ଅସଂପୂର୍ଣ୍ଣ ଥିବା ବେଳେ ସେ ଆଜି ସେ ହାଇକୋର୍ଟରେ ହାଜର ହୋଇଥିଲେ। ମାମଲାର ପ୍ରତିପକ୍ଷଙ୍କ ତରଫରୁ ଆଇନଜୀବୀ ତାଙ୍କୁ ଜେରା କରିଥିଲେ। ଶ୍ରୀ ଦାସଙ୍କ ଜେରା ଶେଷ ହୋଇଥିଲା। ପରବର୍ତ୍ତୀ ତାରିଖରେ ଆବେଦନକାରୀଙ୍କ ତରଫରୁ ପରବର୍ତ୍ତୀ ସାକ୍ଷୀ ହାଜର ହେବେ ବୋଲି ଦର୍ଶାଯାଇଥିଲା। ଏହାପରେ ୨୦୨୬, ଜାନୁଆରି ୯କୁ ନିର୍ବାଚନୀ ମୋକଦ୍ଦମାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଦାସଙ୍କ ତରଫରୁ ଦାୟର ନିର୍ବାଚନୀ ମୋକଦ୍ଦମାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋରମା ମହାନ୍ତି ନର୍ଲା ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ପରାଜିତ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦାସ ହାଇକୋର୍ଟରେ ନିର୍ବାଚନୀ ମୋକଦ୍ଦମା ଦାୟର କରିଥିଲେ। ମିଥ୍ୟା ସତ୍ୟପାଠ ଦେଇଥିବାରୁ ପ୍ରତିପକ୍ଷଙ୍କ ନିର୍ବାଚନ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଶିକ୍ଷାଗତ ଯୋଗ୍ୟତା ପ୍ରସଂଗରେ ପ୍ରତିପକ୍ଷ ସତ୍ୟପାଠରେ ଦେଇଥିବା ତଥ୍ୟ ତ୍ରୁଟିପୂର୍ଣ୍ଣ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ୨୦୨୪, ଜୁଲାଇ ୨୫ରେ ହାଇକୋର୍ଟ ମାମଲାରକୁ ବିଚାର ପାଇଁ ଗ୍ରହଣ କରିବା ସହିତ ପ୍ରତିପକ୍ଷ ତଥା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କୁ ନୋଟିସ୍ ଜାରି କରିଥିଲେ। ଗତ ନଭେମ୍ବର ୨୭ରେ ମାମଲାରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ପ୍ରଥମ ସାକ୍ଷୀ ଭାବେ ଆବେଦନକାରୀଙ୍କ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: Illegal mining: ବେଆଇନ ଖଣି କ୍ଷତିପୂରଣ ଆଦାୟ ମାମଲା: କଠୋର ହେଲେ ସୁପ୍ରିମକୋର୍ଟ, ଖଣ୍ଡପୀଠ ଗଠନ ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ କହିଲେ

ମନୋରମା ମହାନ୍ତି ବିଧାୟିକା

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜେଡି ପ୍ରାର୍ଥୀ ମନୋରମା ମହାନ୍ତି ୬୭୫୩୨ ଖଣ୍ଡ ଭୋଟ ପାଇ ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦାସ ୬୨୩୨୭ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ତରଣୀକାନ୍ତ ବିଶ୍ବାଳ ଓ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

ଆହୁରି ପଢ଼ନ୍ତୁ: Maoists Surrender: ମୁଖ୍ୟଧାରାରେ ଯୋଡ଼ିହେଲେ ୩୪ ନକ୍ସଲ, ମୁଣ୍ଡରେ ଥିଲା ୮୪ ଲକ୍ଷ ଟଙ୍କାର ପୁରସ୍କାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe