Rajyogini Dr. Kamlesh Didi ji passed away. Photograph: (sambad.in)
କଟକ: ରାଜଯୋଗିନୀ ଡା. କମଳେଶ ଦିଦିଜୀ ଆଜି ପୂବାହ୍ଣ ୧୦ଟା ୪୦ରେ ଦେହତ୍ୟାଗ କରି ଦିବ୍ୟ ଲୋକକୁ ପ୍ରସ୍ଥାନ କରିଛନ୍ତି। ତାଙ୍କର ପରଲୋକରେ ପରଲୋକ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳି ଯାଇଛି।
ସୂଚନାଯୋଗ୍ୟ, ଡା. କମଳେଶ ଦିଦିଜୀଙ୍କୁ ତାଙ୍କ ଅସାମାନ୍ୟ ଆଧ୍ୟାତ୍ମିକ ସେବା, ସାମାଜିକ ଉନ୍ନତି, ଶାନ୍ତି, ନାରୀ ସଶକ୍ତୀକରଣ ଓ ମୂଲ୍ୟଭିତ୍ତିକ ଜୀବନ ପ୍ରଚାର ପାଇଁ ଡକ୍ଟରେଟ୍ ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କ ସରଳତା, ମାଧୁର୍ଯ୍ୟ ଓ ସମର୍ପିତ ସେବା ଓଡିଶାର ଲକ୍ଷୋଧିକ ଲୋକଙ୍କୁ ପ୍ରଭାବିତ କରିଛି। ତାଙ୍କ ଦୃଷ୍ଟିସମ୍ପନ୍ନ ନେତୃତ୍ୱ ତଳେ ବ୍ରହ୍ମାକୁମାରୀ ପରିବାର ଓଡିଶାରେ ବିସ୍ତାରିତ ଓ ସୁଦୃଢ଼ ହୋଇଛି। ଅନେକ ଧ୍ୟାନ କେନ୍ଦ୍ର ସ୍ଥାପନ ଓ ସାମାଜିକ-ଆଧ୍ୟାତ୍ମିକ ଜାଗୃକତା ସୃଷ୍ଟିରେ ତାଙ୍କ ଅବଦାନ ଅତୁଳନୀୟ।
ଆହୁରି ପଢ଼ନ୍ତୁ: Humane Sagar NoMore: ହ୍ୟୁମାନ ସାଗରଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଡା. କମଳେଶ ଦିଦିଜୀଙ୍କ ପ୍ରମୁଖ ଅବଦାନ:
- ଓଡିଶାର ଆଧ୍ୟାତ୍ମିକ ପରିବେଶକୁ ସୁଦୃଢ଼ କରାଇବା
- ନାରୀ ନେତୃତ୍ୱ ଓ ସଶକ୍ତିକରଣ ପ୍ରଚାର
- ଯୁବମାନଙ୍କ ପାଇଁ ମୂଲ୍ୟଭିତ୍ତିକ ଜୀବନ ଶିକ୍ଷା
- ପରିବେଶ ସୁରକ୍ଷା, ଶାନ୍ତି ପ୍ରଚାର ଓ ଆନ୍ତରିକ ଶକ୍ତିବର୍ଦ୍ଧନ
ଆହୁରି ପଢ଼ନ୍ତୁ: ବ୍ରହ୍ମାକୁମାରୀ ରାଜଯୋଗିନୀ ଦାଦୀ ଜାନକୀଙ୍କର ଦେହତ୍ୟାଗ
ଭଲ ନେତୃତ୍ବ ନେଇଥିଲେ
ଡା. କମଳେଶ ଦିଦିଜୀଙ୍କ ପ୍ରମୁଖ ଅବଦାନଗୁଡ଼ିକ ହେଲା ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶକୁ ଶକ୍ତିଶାଳୀ କରିବା, ନାରୀମାନଙ୍କୁ ଆତ୍ମବଳ, ନେତୃତ୍ୱ ଓ ସଶକ୍ତିକରଣ ଦେବା, ଯୁବପିଢ଼ୀଙ୍କୁ ସଂସ୍କାର ଓ ମୂଲ୍ୟଭିତ୍ତିକ ଜୀବନରେ ପ୍ରେରିତ କରିବା, ଶାନ୍ତି, ପରିବେଶ ସୁରକ୍ଷା ଓ ଆନ୍ତରିକ ଶକ୍ତିବର୍ଦ୍ଧନ ପାଇଁ ବ୍ୟାପକ ସଚେତନତା ପ୍ରସାର କରିବା, ତାଙ୍କ ପବିତ୍ର ଜୀବନ ଓ ନେତୃତ୍ୱ ଓଡିଶା ପାଇଁ ଅମର ସମ୍ପଦ ହୋଇ ରହିବ।ଦିଦିଜୀଙ୍କର ଶେଷକାର୍ଯ୍ୟ କଟକର ଅନନ୍ତପୁରସ୍ଥିତି ବିଶ୍ୱ ଶାନ୍ତି ସରୋବର ଠାରେ ଆସନ୍ତା ୨୪ ତାରିଖରେ ସମ୍ପନ୍ନ ହେବ।
Follow Us