ବାଲିଅନ୍ତା ବଜାର: କଟକ ଜିଲ୍ଲା ଫୁଲନଖରା-ନିଆଳି ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଗଜାନନ ରେସିଡେନ୍ସି ନିକଟରେ ଶନିବାର ଭୋର୍ରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତିନିଜଣ ଯୁବକ ସାଙ୍ଗ ହୋଇଯାଉଥିବା ବେଳେ ସେମାନଙ୍କ ଉପରେ ହାଇୱା ଚାପି ଚଢ଼ିଯାଇଛି। ମୃତ ଯୁବକମାନେ ହେଲେ ନିଆଳି ଥାାନା ଅନ୍ତର୍ଗତ କସର୍ଦା ଅଞ୍ଚଳର ସତ୍ୟଜିତ ଓଝା(୨୨) ସିପୁ, ଜଂକିଆର ରସିଦ ରାଉତରାୟ ଓ ଦେଓଗଡର ବିକାଶ ମହାରଣା।
ସୂଚନାଯୋଗ୍ୟ, ତିନି ସାଙ୍ଗ ବ୍ରିଟିଶ ଅମଳରୁ ଆୟୋଜିତ ହୋଇ ଆସୁଥିବା ଦୋପଟି ମେଲଣ ଦେଖି ଫେରୁଥିଲେ। ଏମାନେ ବାଇକ ଯୋଗେ ନିଆଳି ଅଭିମୁଖେ ଯାଉଥିବା ସମୟରେ ଏକ ଦ୍ରୁତଗାମୀ ବାଲି ବୋଝେଇ ହାଇୱା କାରକୁ ଓଭରଟେକ କରୁଥିଲା ଏବଂ ପଛ ପଟରୁ ଧକ୍କା ଦେଇଥିଲା। ତିନି ଜଣ ବନ୍ଧୁ ଗାଡ଼ିର ଛିଟିକି ହାଇୱା ଚକା ତଳେ ପଡ଼ିଯାଇଥିଲେ। ହାଇୱା ଚକା ତଳେ ଚାପି ହୋଇ ଯାଇଥିଲେ ତିନି ସାଙ୍ଗ ଘଟଣା ସ୍ଥଳରେ ସେମାନଙ୍କ ପ୍ରାଣବାୟୁ ଉଡି ଯାଇଥିଲା।
ଏତିକିରେ ଥମିନଥିଲା ହାଇୱା ଆତଙ୍କ ଚାଳକ ଜଣଙ୍କ ଜାଣି ଯାଇଥିଲେ ଗାଡି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଯାଇଥିବା ତେଣୁ ଗାଡ଼ିର ବେଗ ବଢ଼ାଇବା ସହ ନିକଟରେ ଆସୁଥିବା ଦୋକାନ ଭାଙ୍ଗି ଚୁରମାର କରିଦେଇଥିଲେ। ହାଇୱା କେବିନ ଏକ ଛାତରେ ଲାଗିଯିବାରୁ ଗାଡ଼ିଟିର ସମ୍ମୁଖଭାଗ ସମ୍ପୂର୍ଣ ଭାଙ୍ଗି ନଷ୍ଟ ହୋଇଯାଇଥିଲା। ଚାଳକ ଜଣଙ୍କ ଗାଡିରୁ ଓହ୍ଲାଇ ଫେରାର ହୋଇଯାଇଥିଲେ। ରାସ୍ତାରେ ଯାତାୟାତ କରୁଥିବା ଲୋକେ ପାହାଳ ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ରାସ୍ତା ଉପରେ ରକ୍ତର ଧାରା ବୋହି ଚାଲିଥିଲା।
ଆହୁରି ପଢ଼ନ୍ତୁ: Accident: ଦୁର୍ଘଟଣାରେ ଗୁରୁତର ମା’ ଛେଉଣ୍ଡ ଶୁଭମଙ୍କ ଅକାଳ ବିୟୋଗ
ସ୍ଥାନୀୟ ଯୁବକମାନଙ୍କ ସହାୟତାରେ ପୁଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରି ଥାନାକୁ ନେଇଥିଲେ। ସହ ତିନି ଯୁବକଙ୍କ ପରିଚୟ ରାତି ତମାମ ଖୋଜିବା ସହ ଗାଡି ସଂପର୍କରେ ପରିବହନ ବିଭାଗ ଠାରୁ ସୂଚନା ମାଗିବା ପରେ ଗାଡ଼ିଟିର ମାଲିକ ସହ ଯୋଗାଯୋଗ କରିବା ପରେ ପୁଲିସ ଜାଣିବାକୁ ପାଇଥିଲା କିଛି ଦିନ ପୂର୍ବେ ଗାଡି ମାଲିକ ବିକ୍ରି କରିଛନ୍ତି। ପୁଲିସ ଗାଡି ମାଲିକ ଠାରୁ ସତ୍ୟଜିତଙ୍କ ବିଷୟରେ ଜାଣିବାକୁ ପାଇଥିଲା। ସତ୍ୟଜିତଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇବା ସହ ପାହାଳ ଥାନାକୁ ଆସିବା ପାଇଁ କହିଥିଲେ। ସତ୍ୟଜିତଙ୍କ ବାପା ଥାନାରେ ପହଞ୍ଚିବା ପରେ ପୁଅ ଏବଂ ତାର ବନ୍ଧୁ ଏକ ଗ୍ୟାରେଜରେ କାମ କରୁଥିଲେ। ବୋଧେ ହୁଏ ରାତିରେ ସେମାନେ ଗାଁରେ ଚାଲୁଥିବା ମେଲଣ ଦେଖିବା ପାଇଁ ଆସୁଥିବା ଅନୁମାନ କରିଛନ୍ତି। ମୃତକ ରସିଦ ଓ ବିକାଶଙ୍କ ପରିବାରରେ କେହି ନାହାନ୍ତି। ଦୁହେଁ ଅନାଥ। ପୂର୍ବରୁ ବାପା-ମା’ଙ୍କୁ ହରାଇ ଦୁହେଁ ପେଟ ପାଇଁ ଭୁବନେଶ୍ୱରରେ ରହି କାମ କରୁଥିଲେ। ଉଭୟଙ୍କ ଶବ ବ୍ୟବଚ୍ଛେଦ କ୍ୟାପିଟାଲ ହସ୍ପିଟାଲରେ କରାଯାଇ ସତ୍ୟଜିତଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା।
Follow Us