ଗଡିଆରୁ ବେକରେ ଇଟାବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମଗିରି ଥାନା ହାରପଡା ଗାଁରେ ଗୁରୁବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଗଡିଆ ଭାସୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ବେକରେ ରଶି ସହିତ ଲୁଗା ବନ୍ଧା ହୋଇଥିଲା। ରଶିର ଦୁଇ ପଟେ ଦୁଇଟି ଇଟା ବନ୍ଧା ହୋଇଥିବା ଦେଖିବାକୁ ମିଳିଛି...

WhatsApp Image 2024-11-07 at 11.15.38 AM

ବ୍ରହ୍ମଗିରି: ବ୍ରହ୍ମଗିରି ଥାନା ହାରପଡା ଗାଁରେ ଗୁରୁବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଗଡିଆ ଭାସୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ବେକରେ ରଶି ସହିତ ଲୁଗା ବନ୍ଧା ହୋଇଥିଲା। ରଶିର ଦୁଇ ପଟେ ଦୁଇଟି ଇଟା ବନ୍ଧା ହୋଇଥିଲା।  

ଭାସୁଥିବା ମହିଳାଙ୍କ ମୃତଦେହ ସେହି ଗାଁର ମାନସ ଗୁଣ୍ଠଙ୍କ ପତ୍ନୀ ରିତାଙ୍କର ବୋଲି ଜଣା ପଡିଥିଲା। ଲୋକେ ରିତାଙ୍କ ମୃତଦେହକୁ ଗଡିଆରୁ ବାହାରକୁ ଆଣିବା ବେଳେ ତାଙ୍କ ବେକରେ ରଶି ସହିତ ଲୁଗା ଗୁଡ଼ାଯାଇ ଲୁଗାର ଦୁଇ ପଟେ ଦୁଇଟି ଇଟା ବନ୍ଧା ହୋଇ ଥିବା ଦେଖିବାକୁ ମିଳିଥିଲା। 

ଅଧିକ ପଢ଼ନ୍ତୁ: ପାଞ୍ଜିକାର ପରିଶ୍ରମ ନ କରି କପି କରୁଛନ୍ତି: ଶଙ୍କରାଚାର୍ଯ୍ୟ

ଏହା ପରେ ବ୍ରହ୍ମଗିରି ପୁଲିସକୁ ଲୋକେ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ମୃତ ରିତାଙ୍କ ସ୍ୱାମୀ ମାନସ ଓ ତାଙ୍କ ଭାଇ ଗୋପବନ୍ଧୁଙ୍କୁ ନେଇ ଥାନାରେ ଅଟକ ରଖାଯାଇଛି। ପୁରୀରୁ ସାଇଣ୍ଟିଫିକ ଟିମକୁ ପୁଲିସ ଅପେକ୍ଷା କରିଛି।

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର, ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ ଜାରି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe