ଅସହାୟ-ଅଚିହ୍ନା ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ଜମି ଚିହ୍ନଟ କରିବାକୁ ଘୁ.ଉଦୟଗିରି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର

ଅସହାୟ ଏବଂ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ସ୍ଥାନୀୟ ଅଞ୍ଚଳରେ ଜମି ମିଳୁନି ।ଶବ ସତ୍କାର ପାଇଁ ନୟାନ୍ତ ହେବାକୁ ପଡୁଛି।ଗତ ଦୁଇ ଦିନ ତଳେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା...

Joint Action Committee to Tehsildar to identify land for cremation of helpless-unidentified persons.

Joint Action Committee to Tehsildar to identify land for cremation of helpless-unidentified persons. Photograph: (sambad.in)

ଘୁ.ଉଦୟଗିରି: ଅସହାୟ ଏବଂ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ସ୍ଥାନୀୟ ଅଞ୍ଚଳରେ ଜମି ମିଳୁନି ।ଶବ ସତ୍କାର ପାଇଁ ନୟାନ୍ତ ହେବାକୁ ପଡୁଛି।ଗତ ଦୁଇ ଦିନ ତଳେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା।

ଜଣେ ଅସହାୟ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ଶବ ସତ୍କାର ପାଇଁ ସ୍ଥାନୀୟ ପୁଲିସ ଏବଂ କିଛି ସ୍ବେଛାସେବୀ ଦୀର୍ଘ ଘଣ୍ଟା ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନ କୁ ବୁଲି ବୁଲି ସନ୍ଧ୍ୟା ହୋଯାଇଥିଲା।

ଏହିଭଳି ସମସ୍ୟାକୁ ଘୁ.ଉଦୟଗିରି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହୃଦୟଙ୍ଗମ କରି ଶନିବାର ଏକ ଲିଖିତ ଦାବି ପତ୍ର ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତ।

ଅଧିକ ପଢ଼ନ୍ତୁ: ବୁଡ଼ିଲା ମାଛଧରା ଟ୍ରଲର: ୯ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତିଲେ

ଆମନ ଚନ୍ଦ୍ର ନାୟକ,ଅରୁଣ କୁମାର ଷଡଙ୍ଗୀ,ହୃଷିକେଶ ପ୍ରଧାନ,ଅନୀଲ ଦଳବେହେରା,ବାଳକୃଷ୍ଣ ମହାନ୍ତି ଏବଂ ସମୀର କୁମାର ପାଢ଼ୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଏନେଇ ତହସିଲଦାର ଭେଟିଛନ୍ତି ।

ତହସିଲଦାର ଏହି ବିଷୟକୁ ଗୁରୁତର ସହ ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନେବାକୁ କହିଛନ୍ତି।

ଅଧିକ ପଢ଼ନ୍ତୁ: ୫ ଦିନ ପାଇଁ ଶୀତରେ ଥରିବ ଟୁଇନ୍ ସିଟି: ତାପମାତ୍ରା ୧୧ରୁ ୧୩ ଡିଗ୍ରି ହେବା ସମ୍ଭାବନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe