PACS Secretary Arrested for Rs 40.71 Lakh Fraud Photograph: (sambad.in)
ଦେବଗଡ଼: ଚାଷୀମାନଙ୍କ ଋଣ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଦିନ ଜଣେ ପାକ୍ସ ସଂପାଦକଙ୍କୁ ଗରିଫ କରିଛି। ଭିଜିଲାନ୍ସ ବିଭାଗ ପାକ୍ସ ସଂପାଦକ ସୁରେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି। ତାଙ୍କର ନାମରେ ୪୦ ଲକ୍ଷ ୭୦ ହଜାର ଟଙ୍କା ଠକେଇ ଅଭିଯୋଗ ରହିଛି।
ତଦନ୍ତ ବେଳେ ଜଣାପଡ଼ିଲା ଠକେଇ
ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା କାଦୋପଡ଼ା ପ୍ରାଥମିକ କୃଷି ସମବାୟ ସଂସ୍ଥାର ସଂପାଦକ ସୁରେଶ ଚନ୍ଦ୍ର ସାହୁ ଚାଷୀମାନଙ୍କର ୪୦ ଲକ୍ଷ ୭୧ ହଜାର ୬୪୪ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ଏନେଇ ଭିଜିଲାନ୍ସ ବିଭାଗ ଏନେଇ ତଦନ୍ତ କରିଥିଲା। ତଦନ୍ତ ସମୟରେ ଶ୍ରୀ ସାହୁ ଚାଷୀମାନଙ୍କର ଋଣ ସଂପର୍କିତ ତଥ୍ୟ ଉପସ୍ଥାପନ କରିପାରି ନଥିଲେ। ଫଳରେ ସେ ୪୦ଲକ୍ଷ ୭୧ ହଜାର ୬୪୪ ଟଙ୍କା ଆତ୍ମସାତ୍ କରିଥିବା ଜଣାପଡ଼ିଥିଲା। ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଥିଲା ଯେ, ଗରିବ ଚାଷୀମାନଙ୍କର ଟଙ୍କା ହଡ଼ପ କରାଯାଇଛି। ଠକେଇ ଜନିତ ପ୍ରମାଣ ଆଧାରରେ ଶ୍ରୀ ସାହୁଙ୍କୁ ଗିରଫ କରିଛି।
ଆହୁରି ପଢ଼ନ୍ତୁ: Bribe through digital transformation: PhonePeରେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ମାଡ଼ି ବସିଲା
ଅଭିଯୁକ୍ତଙ୍କୁ ଭିଜିଲାନ୍ସ କୋର୍ଟ ଚାଲାଣ
ଏନେଇ ରାଉରକେଲା ଭିଜିଲାନ୍ସ ପୁଲିସ ଶ୍ରୀ ସାହୁଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଗିରଫ ପରେ ଶ୍ରୀ ସାହୁଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ଭିଜିଲାନ୍ସ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।
Follow Us