Joranda Mela: ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ, ଝାଡ଼ଦର୍ଶନ କଲେ ୭ ଲକ୍ଷ ଶ୍ରଦ୍ଧାଳୁ

Advertisment

ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାଗାଦିରେ ୧୫୩ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ବା ଯୋରନ୍ଦା ମେଳା ଶନିବାର ଆରମ୍ଭ ହୋଇଛି। ପ୍ରସିଦ୍ଧ ଗାଦିମନ୍ଦିର, ଧୁନିମନ୍ଦିର, ଶୂନ୍ୟମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର ଓ ଦଲକ ଉପାସନା ପୀଠରେ ବୃହତ୍‌ ଝାଡ଼ ଦର୍ଶନ ପାଇଁ ଓଡ଼ିଶା ସମେତ...

ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାଗାଦିରେ ୧୫୩ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ବା ଯୋରନ୍ଦା ମେଳା ଶନିବାର ଆରମ୍ଭ ହୋଇଛି। ପ୍ରସିଦ୍ଧ ଗାଦିମନ୍ଦିର, ଧୁନିମନ୍ଦିର, ଶୂନ୍ୟମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର ଓ ଦଲକ ଉପାସନା ପୀଠରେ ବୃହତ୍‌ ଝାଡ଼ ଦର୍ଶନ ପାଇଁ ଓଡ଼ିଶା ସମେତ...

Joranda

ଯୋରନ୍ଦା: ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାଗାଦିରେ ୧୫୩ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ବା ଯୋରନ୍ଦା ମେଳା ଶନିବାର ଆରମ୍ଭ ହୋଇଛି। ପ୍ରସିଦ୍ଧ ଗାଦିମନ୍ଦିର, ଧୁନିମନ୍ଦିର, ଶୂନ୍ୟମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର ଓ ଦଲକ ଉପାସନା ପୀଠରେ ବୃହତ୍‌ ଝାଡ଼ ଦର୍ଶନ ପାଇଁ ଓଡ଼ିଶା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆସାମ, ତେଲେଙ୍ଗାନା, ଛତିଶଗଡ଼ ଓ ନେପାଳରୁ ବହୁ ସଂଖ୍ୟକ ସାଧୁସନ୍ଥ ଓ ଭକ୍ତ ଝାଡ଼ଦର୍ଶନ କରିଛନ୍ତି। ଯୋରନ୍ଦା ମହିମାଗାଦି ଅଞ୍ଚଳ ଭକ୍ତମୟ ହୋଇ ଉଠିଥିବାବେଳେ ସମସ୍ତ ଆଶ୍ରମର ଭଜନ ମଣ୍ଡପରେ ଅହୋରାତ୍ର ଭଜନ ଚାଲିଛି।

ଶନିବାର ଭୋରରେ ଗାଦିମନ୍ଦିରରେ ମହିମାସ୍ୱାମୀଙ୍କ ପ୍ରାତଃ ନୀତି ଓ ବେଢ଼ା ପରିକ୍ରମା କରାଯାଇଥିଲା। ସକାଳ ୫ଟା ସୁଦ୍ଧା ମହାପ୍ରଭୁଙ୍କର ଅବକାଶ ସ୍ତୁତି ପ୍ରାର୍ଥନା ଓ ଭିକ୍ଷା ଭଜନ ପାଠପରେ ଅହ୍ମଣିଆ ମଣ୍ଡପଠାରେ ପ୍ରଭୁଙ୍କ ନିକଟରେ ୭ଜଣ ତ୍ୟାଗୀ ୭ଟି ମାଟିହାଣ୍ଡିରେ ଅହ୍ମଣିଆ ଅର୍ପଣ କରିଥିଲେ। ଏହା ପୂର୍ବରୁ ଭୋର୍‌ ସାଢ଼େ ୩ଟାରେ ଗାଦିମନ୍ଦିର, ଶୂନ୍ୟମନ୍ଦିର, ଧୁନିମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର ଓ ଦଲକ ଉପାସନାପୀଠ ସମେତ ଅନ୍ୟ ପୀଠରେ ନୀତି ଆରମ୍ଭ ହୋଇଥିଲା। ବ୍ରାହ୍ମମୁହୂର୍ତ୍ତରେ ମନ୍ଦିରର ଚାରିଦ୍ଵାର ଖୋଲାଯାଇ ରୁପାଗରାରେ ପାଣି ଆଣି ମନ୍ଦିର ଚତୁଃପାର୍ଶ୍ଵରେ ସିଞ୍ଚନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: Ind vs NZ T20I: ନ୍ୟୁଜିଲାଣ୍ଡ ବିପକ୍ଷରେ ପଞ୍ଚମ ମୁକାବିଲା ଜିତିଲା ଭାରତ, ଈଶାନ ଓ ଅର୍ଶଦୀପ ଦେଲେ ୪-୧ ବିଜୟ

ମଧ୍ୟାହ୍ନ ୧୨ଟାରେ ନୀତିବାବା ମାନଙ୍କ ଦ୍ୱାରା ମଧ୍ୟାହ୍ନ ନୀତି କରାଯାଇଥିଲା। ସେହିପରି ଅପରାହ୍‌ଣ ୩ଟାରେ ସଂଧ୍ୟାନୀତି ଆରମ୍ଭ ହୋଇଥିଲା। ୨୪ ମୂର୍ତ୍ତି ବଳ୍କଳଧାରୀ ସନ୍ନ୍ୟାସୀ ମନ୍ଦିର ଚତୁୁଃପାର୍ଶ୍ଵରେ ଚାମର ସେବା କରିଥିଲେ। ସନ୍ଧ୍ୟାନୀତି ପରେ ଅପରାହ୍‌ଣ ୫ଟା ୧୮ରେ ଗାଦିିମନ୍ଦିର ପଶ୍ଚିମପାର୍ଶ୍ବ ଝାଡ଼ରେ ବଳ୍କଳଧାରୀ ମହିମା ସମାଜ ସଭାପତି ଶୁକଦେବ ବାବା ଅଗ୍ନି ସଂଯୋଗ କରି ୧୫୩ ତମ ମହିମା ମେଳାର ଶୁଭାରମ୍ଭ କରିଥିଲେ। ପରେ ପରେ ଦକ୍ଷିଣ ଦ୍ଵାର, ପୂର୍ବଦ୍ୱାର ଓ ଉତ୍ତର ଦ୍ୱାର ଝାଡ଼ରେ ଅଗ୍ନି ସଂଯୋଗ କରାଯାଇଥିଲା।

ଭକ୍ତମାନେ ଚାରିଦ୍ୱାରରେ ମାନସିକ ଘିଅ ଓ ଧୁନିରେ ନଡ଼ିଆ ପକାଇବା ସହ ଧୁନିମନ୍ଦିରର ଚାରିଦ୍ୱାର ଧୁନିରେ ମଧ୍ୟ ଘିଅ ନଡ଼ିଆ ପକାଇଥିଲେ। ଶୂନ୍ୟମନ୍ଦିର ଓ ସ୍ମ୍ରୃତିମନ୍ଦିରରେ ବଳ୍କଳଧାରୀ ମହିମା ସମାଜ ପକ୍ଷରୁ ଛୋଟ ଛୋଟ ଝାଡ଼ ଜଳା ଯାଇଥିଲା। କୌପୀନଧାରୀ ମହିମା ସମାଜ ଆନୁକୂଲ୍ୟରେ ଅଖଣ୍ଡ ଜ୍ୟୋତିମନ୍ଦିର, ଦଲକ ଉପାସନା ପୀଠ ଝାଡ଼ବତୀ ମଣ୍ଡପ, ଧୁନିମଣ୍ଡପ ଓ ଭେକମଣ୍ଡପରେ ସମସ୍ତ ନୀତି ପାଳନ କରାଯାଇ ଝାଡ଼ବତୀରେ ସଭାପତି ରଘୁନାଥ ବାବା ଅଗ୍ନି ସଂଯୋଗ କରିଥିଲେ। ଶୂନ୍ୟମନ୍ଦିରରେ ଛୋଟ ଝାଡ଼ ଜଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe