ଏନଡିଆରଏଫ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ସମ୍ପର୍କିତ ସଚେତନତା କର୍ମଶାଳା

ଯେ କୌଣସି ବିପର୍ଯ୍ୟୟ ସମୟରେ ସଙ୍କଟର ସଫଳ ମୁକାବିଲା ପାଇଁ ଛାତ୍ରଛାତ୍ରୀମାନଙ୍କୁ କିଭଳି କୌଶଳ ତଥା ଉପାୟ ଆପଣେଇବାକୁ ହେବ। ସେଥିରେ ନିଜକୁ ଓ ନିଜ ପରିବାରକୁ କିଭଳି ସୁରକ୍ଷିତ ରଖିବାରେ ସହାୟକ ହେବେ...

WhatsApp Image 2024-11-25 at 8.44.09 PM

ବୈଶିଙ୍ଗା: ଯେ କୌଣସି ବିପର୍ଯ୍ୟୟ ସମୟରେ  ସଙ୍କଟର ସଫଳ ମୁକାବିଲା ପାଇଁ ଛାତ୍ରଛାତ୍ରୀମାନଙ୍କୁ କିଭଳି କୌଶଳ ତଥା ଉପାୟ ଆପଣେଇବାକୁ  ହେବ। ସେଥିରେ ନିଜକୁ ଓ ନିଜ ପରିବାରକୁ କିଭଳି ସୁରକ୍ଷିତ ରଖିବାରେ ସହାୟକ ହେବେ। ସେ ସମ୍ପର୍କରେ ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ସ୍ଥିତ ମହାତ୍ମାଗାନ୍ଧୀ ମହାବିଦ୍ୟାଳୟ ସଭା ଗୃହରେ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କଟକର ମୁଣ୍ଡଳୀଠାରେ ଥିବା ଏନଡିଆରଏଫର ତୃତୀୟ ବାଟାଲିୟନ ପକ୍ଷରୁ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ଜରୁରୀ କାଳୀନ ବିଭାଗ ଆନୁକୁଲ୍ୟରେ ଏକ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

କର୍ମଶାଳାରେ ମହାତ୍ମାଗାନ୍ଧୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ମମତା ସାହୁଙ୍କ  ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୂଖ୍ୟ ଅତିଥି ଭାବେ ବେତନଟୀ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଗନ ବିହାରୀ ବେହେରା ,ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜଗବନ୍ଧୁ ମହାନ୍ତି ,ସ୍ଵତନ୍ତ୍ର ଅତିଥି ଭାବେ ଏନ୍. ଡି. ଆର୍.ଏଫ ସବଇନସପେକ୍ଟର ବାହାଦୁର ସିଂ ଏବଂ ସମ୍ମାନୀତ ଅତିଥି ଭାବେ ଫୋର୍ଡ଼ର ସମ୍ପାଦକ ସନ୍ତୋଷ କୁମାର ଖଣ୍ଡା  ଯୋଗଦେଇ କର୍ମଶାଳାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖିବା ସହ ଜନ ସାଧାରଣଙ୍କୁ କିପରି ସାହସର ସହିତ ରକ୍ଷା କରିପାରିବା ସେଥି ନିମନ୍ତେ ପରାମର୍ଶ ଦେଇଥିଲେ।

ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ଅଧିକ ସଂଖ୍ୟାରେ ହେବାକୁ ଯାଉଅଛି, ସେଥିପାଇଁ ସମସ୍ତେ ପରିବେଶର ସନ୍ତୁଳନ ପାଇଁ ବର୍ଜ୍ୟବସ୍ତୁର ସୁବିନିଯୋଗ କରିବା ସହିତ ନିଜ ପରିବାରର ବିଭିନ୍ନ ଶୁଭ କାର୍ଯ୍ୟରେ ଗୋଟିଏ ଲେଖାଏ ବୃକ୍ଷ ରୋପଣ କରିବା ପାଇଁ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ । 

ଏନ୍. ଡି. ଆର୍. ଏଫ ଟିମ୍‌ର ସଦସ୍ୟମାନେ ଆଶୁ ଚିକିତ୍ସା , ବନ୍ୟା,ବାତ୍ୟା , ଭୂମିକମ୍ପ , ସର୍ପାଘାତ ଓ ଅଗ୍ନି ଆଦି ବିପର୍ଯ୍ୟୟ ବିଷୟରେ ସଚେତନ କରାଇବା ସହ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ପ୍ରକାରର କୌଶଳ ପ୍ରଦର୍ଶନ କରାଯାଇଥିଲା । 

ଅଧିକ ପଢ଼ନ୍ତୁ: ୪୯ ଟିକିଆ ଝାଡ଼ଖଣ୍ଡି ହାତୀପଲ କବଳରେ ୨ଗାଁ: ୧୭୫ପରିବାର ସଙ୍କଟରେ

ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର  ଅଧ୍ୟକ୍ଷ ଡଃ ପର୍ଶୁରାମ ଦାସ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରାଇବା ସହ ଏନ୍. ଡି. ଆର୍. ଏଫ ଟିମ୍ ର ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଆଗାମୀ ୨୬ ଓ ୨୭ ତାରିଖରେ ପାଟଳିପୁରା ଉଚ୍ଚ ବିଦ୍ୟାଳୟ ଓ ବନ୍ୟା ଆଶ୍ରୟସ୍ଥଳୀ ବେଲାଣପୁରାରେ ଏହି କାର୍ଯକ୍ରମ ଅନୁଷ୍ଠିତ କରାଯିବା ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ମହାବିଦ୍ୟାଳୟର ଛାତ୍ର,ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ ଅନାନ୍ୟ କର୍ମଚାରୀ ବୃନ୍ଦ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଅଧ୍ୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଅଧିକ ପଢ଼ନ୍ତୁ: ମା’ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe