ଆର୍‌ଜିଏଚ୍‌କୁ ମିଳୁ ଜିଲ୍ଲା ଡାକ୍ତରଖାନା ମାନ୍ୟତା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ

ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ଜିଲ୍ଲା ଡାକ୍ତରଖାନାର ମାନ୍ୟତାଦେବାକୁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି। ପଡୋଶୀ ଛତିଶଗଡ, ବିହାର ଓ ଝାଡ଼ଖଣ୍ଡ ଆଦି ରାଜ୍ୟର ଶହ ଶହ ରୋଗୀ ଆର୍‌ଜିଏଚ୍‌ ଉପରେ ନିର୍ଭର କରୁଛନ୍ତି...

WhatsApp Image 2024-12-13 at 8.57.44 AM (1)

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ଜିଲ୍ଲା ଡାକ୍ତରଖାନାର ମାନ୍ୟତାଦେବାକୁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି।

ପଡୋଶୀ ଛତିଶଗଡ, ବିହାର ଓ ଝାଡ଼ଖଣ୍ଡ ଆଦି ରାଜ୍ୟର ଶହ ଶହ ରୋଗୀ ଆର୍‌ଜିଏଚ୍‌ ଉପରେ ନିର୍ଭର କରୁଥିବାରୁ ଜିଲ୍ଲା ଡାକ୍ତରଖାନା ମାନ୍ୟତାର ଆବଶ୍ୟକତା ରହିଛି।

ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆର୍‌ଜିଏଚ୍‌କୁ ଜିଲ୍ଲା ଡାକ୍ତରଖାନାର ମାନ୍ୟତା ଦେବାକୁ ଦାବି କରିଛନ୍ତି।

ବିଧାୟକ  ଏ ସଂକ୍ରାନ୍ତରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଯୁକ୍ତି ଉପସ୍ଥାପନା କରିଛନ୍ତି। ସେ କହିଛନ୍ତି, ଆର୍‌ଜିଏଚ୍‌ ଉପରେ ଦୈନିକ ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳ ସହ ପଡୋଶୀ ଛତିଶଗଡ, ଝାଡ଼ଖଣ୍ଡ ଓ ବିହାରର ଅଧିକାଂଶ ରୋଗୀ ନିର୍ଭରଶୀଳ। ଏଥିସହ ଆବଶ୍ୟକୀୟ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ଅଧିକ ପଢ଼ନ୍ତୁ: ଗହମ ଦର କମିବ!: ମହଜୁଦକାରୀଙ୍କ ବିରୋଧରେ ସରକାରଙ୍କ ବଡ଼ ପଦକ୍ଷେପ

ଜିଲ୍ଲା ଡାକ୍ତରଖାନାର ମାନ୍ୟତା ମିଳୁ ନ ଥିବାରୁ ଦୈନନ୍ଦିନ ରୋଗୀମାନଙ୍କୁ ଚିକିତ୍ସା ସେବାରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି।  କେବଳ ଏତିକି ନୁହେଁ ଆର୍‌ଜିଏଚ୍‌ର ଡାକ୍ତର, ଆବଶ୍ୟକ ସଂଖ୍ୟକ  କର୍ମଚାରୀ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ସହ ଆଲୋଚନାବେଳେ ସହରବାସୀଙ୍କ ଦାବିକୁ ଗମ୍ଭୀରତା ସହ ବିଚାର କରି ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାମାନ୍ୟତା ଡାକ୍ତରଖାନା ଦାବି କେବେ ପୂରଣ ହେଉଛି, ତା’ ଉପରେ ସହରବାସୀଙ୍କ ନଜର ରହିଛି।

ଅଧିକ ପଢ଼ନ୍ତୁ: ହସିନାଙ୍କୁ ହଟାଇବା ପାଇଁ ଏ, ବି ଏବଂ ସି ଷଡ଼ଯନ୍ତ୍ର ରଚିଥିଲେ ୟୁନୁସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe