ଡିଏନକେ ପଡିଆ ସମ୍ପ୍ରସାରଣ ଘଟଣା: ମାଟିରେ ମିଶିଲା ଟାଗୋର ସୋସାଇଟି

ମାଲକାନଗିରି ସଦର ମହକୁମାରେ ରହିଥିବା ଡିଏନକେ ପଡିଆ ସଂପ୍ରସାରଣ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିବା ବେଳେ ପଡିଆକୁ ଲାଗି ରହିଥିବା ଟାଗୋର ସୋସାଇଟିକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଉଛି...

Mkg Tagore soceity uchhed hela (2)

ମାଲକାନଗିରିମାଲକାନଗିରି ସଦର ମହକୁମାରେ ରହିଥିବା ଡିଏନକେ ପଡିଆ ସଂପ୍ରସାରଣ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିବା ବେଳେ ପଡିଆକୁ ଲାଗି ରହିଥିବା ଟାଗୋର ସୋସାଇଟିକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଉଛି।

୪ ଦଶନ୍ଧି ଧରି ଠିଆ ହୋଇଥିବା ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ସରକାରୀ ଜମିରେ ରହିଥିବାରୁ ଏହାକୁ ତୁରନ୍ତ ହଟାଇବା ନେଇ ଜିଲ୍ଲା ପ୍ରଶାସନ ନୋଟିସ ଜାରି କରିଥିଲା।ନୋଟିସ ଜାରି କରିବାର ପନ୍ଦର ଦିନ ମଧ୍ୟରେ ଏହି ଟାଗୋର ସୋସାଇଟିର ସମସ୍ତ ଗୃହକୁ ଏବେ ଭଙ୍ଗା ଯାଉଛି।

ତେବେ ଜେଡ କଲୋନୀର ଅନ୍ୟ ଘରକୁ ମଧ୍ୟ ଭଙ୍ଗା ଯିବା ନେଇ ପ୍ରଚାର ହେବା ପରେ ଲୋକେ ଆତଙ୍କିତ ହୋଇପଡିଥିଲେ।ତେବେ ଏହା ବର୍ତ୍ତମାନ ଉଚ୍ଛେଦ ନେଇ କୌଣସି ନିଷ୍ପତ୍ତି ହୋଇନଥିବା ଜାଣିବା ପରେ ଲୋକେ ଆଶ୍ବସ୍ଥି ଲାଭ କରିଥିଲେ। କିନ୍ତୁ ମାଲକାନଗିରି ତହସିଲ ପକ୍ଷରୁ ଡିଏନକେ ପଡିଆକୁ ଲାଗି ରହିଥିବା ସମସ୍ତ ସରକାରୀ ଜମିର ଚିହ୍ନଟ କରାଯାଇଛି।

Mkg Tagore soceity uchhed hela (1)

ହୁଏତ ଆଗାମୀ ଦିନରେ ଏସବୁ ସରକାରୀ ଜମିକୁ ଜିଲ୍ଲା ପ୍ରଶାସନ ନିଜ କବଜାକୁ ନେଇପାରେ।ପ୍ରାୟ ୫୦ରୁ ଉର୍ଦ୍ଧ୍ବ ପରିବାର ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଠାରେ ବସବାସ କରିଆସୁଛନ୍ତି।

ଅଧିକ ପଢ଼ନ୍ତୁ: ସଡ଼କ ଦୁର୍ଘଟଣାରେ ୨ମୃତ, ଜଣେ ଗୁରୁତର

ଏଥିସହ ପଡିଆକୁ ଲାଗି ଏକ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ରହିଛି। ତେବେ ଏବେ ଏସବୁ ଉଚ୍ଛେଦ କରାଯାଇନଥିଲେ ମଧ୍ୟ ଆଗାମୀ ଦିନରେ ଏସବୁ ଉଚ୍ଛେଦ ନେଇ ଆଶଂକା ଦେଖାଦେଇଛି। ତେଣୁ ଲୋକେ ଏବେ ବି ଭୟଭୀତ ହୋଇ ରହିଛନ୍ତି।

ଟାଗୋର ସୋସାଇଟି ଉଚ୍ଛେଦ ପରେ ହୁଏତ ଧିରେଧିରେ ଅନ୍ୟ ସବୁ ସରକାରୀ ଜମିରେ ଥିବା ଘର ଏବଂ ଅନ୍ୟ ଅନୁଷ୍ଠାନକୁ ହଟାଯିବ ବୋଲି ସନ୍ଦେହ କରାଯାଉଛି। କିନ୍ତୁ ସବୁ ରାଜନୈତିକ ଦଳ  ଏହି ୫୦ ପରିବାର ପାଇଁ ଛିଡା ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଚାନ୍ଦ ସାକ୍ଷୀ ବାପ୍ଲା ସାନ୍ତାଳୀ ମାଟ୍ରିମନିକୁ ଉଦଘାଟନ କଲେ ସାଂସଦ ନବ ଚରଣ ମାଝୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe