Advertisment

ମହଙ୍ଗା ପଡିଲା ରାଗିଂ: ଯାନ୍ତ୍ରିକ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବଡ଼ ପଦକ୍ଷେପ, ବ‌ହିଷ୍କାର ପରେ ୫ ଛାତ୍ର ଗିରଫ

Advertisment

କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ରେ ଛାତ୍ରଙ୍କୁ ରାଗିଂ କରିବା ଅଭିଯୁକ୍ତ ଛାତ୍ରଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ ବୁଧବାର ୫ଜଣ ଛାତ୍ରଙ୍କୁ କର୍ତ୍ତୃପକ୍ଷ ମହାବିଦ୍ୟାଳୟରୁ ବହିଷ୍କାର କରିଛନ୍ତି...

କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ରେ ଛାତ୍ରଙ୍କୁ ରାଗିଂ କରିବା ଅଭିଯୁକ୍ତ ଛାତ୍ରଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ ବୁଧବାର ୫ଜଣ ଛାତ୍ରଙ୍କୁ କର୍ତ୍ତୃପକ୍ଷ ମହାବିଦ୍ୟାଳୟରୁ ବହିଷ୍କାର କରିଛନ୍ତି...

imagesaa113a

କେନ୍ଦୁଝର: କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ରେ ଛାତ୍ରଙ୍କୁ ରାଗିଂ କରିବା ଅଭିଯୁକ୍ତ ଛାତ୍ରଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ ବୁଧବାର ୫ଜଣ ଛାତ୍ରଙ୍କୁ କର୍ତ୍ତୃପକ୍ଷ ମହାବିଦ୍ୟାଳୟରୁ ବହିଷ୍କାର କରିଛନ୍ତି। ଏମିତିକି ସେମାନଙ୍କୁ ବର୍ଷକ ପାଇଁ ହଷ୍ଟେଲରେ ରହିବାକୁ ବାରଣ କରାଯାଇଛି।

ମହାବିଦ୍ୟାଳୟର କୌଣସି କାର୍ଯ୍ୟକ୍ରମ‌ରେ ସେମାନଙ୍କୁ ସାମିଲ କରାଯିବ ନାହିଁ। ଅନ୍ୟପକ୍ଷରେ ସମ୍ପୃକ୍ତ ଛାତ୍ରମାନଙ୍କ ବିରୋଧରେ‌ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ପୁଲିସ ସେମାନଙ୍କୁ ଗିରଫ କରିଛି।

ମାଇନିଂ ବିଭାଗର ଛାତ୍ର ବିଶ୍ବଜିତ ବେହେରା ବଳଦେବଜିଉ ହଷ୍ଟେଲରେ ରହୁଛନ୍ତି। ଗତକାଲି ମଙ୍ଗଳାବାର ବିଳମ୍ବିତ ରାତିରେ ଉପର ଶ୍ରେଣୀର ଛାତ୍ର ମୋହିତ ପାତ୍ର, ଚିତ୍ତରଞ୍ଜନ କୁସୁମ, ଶେଖର କୁମାର ମକର, ରବିନାରାୟଣ ଦା‌ସ, ସମରଜିତ ମଲ୍ଲିକ ତାଙ୍କ ରୁମ୍‌ରେ ପଶି ତାଙ୍କୁ ଆକ୍ରମଣ କରିବା ସହ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିଥିଲେ। 

ଏନେଇ ବୁଧବାର ସକାଳେ ବିଶ୍ବଜିତଙ୍କ ପରିବାର ଲୋକେ ପହଞ୍ଚି ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନମ୍ବର ୫୫୧/୨୪ରେ ମାମଲା ରୁଜୁ କରି ସମ୍ପୃକ୍ତ ଛାତ୍ରମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପରେ ତାଙ୍କୁ ଗିରଫ କରାଯାଇଥିବା ଟାଉନ ଥାନ ଅଧିକାରୀ ଶ୍ରୀକାନ୍ତ ପାତ୍ର କହିଛନ୍ତି।

ଅଧିକ ପଢ଼ନ୍ତୁ: ପଦ୍ମ ଧରିଲେ ସାହାରପଡ଼ା ବ୍ଲକ୍‌ ଅଧ୍ୟକ୍ଷା

ଅନ୍ୟପକ୍ଷରେ ଏହି ଘଟଣା ପରେ ବୁଧବାର କଲେଜରେ ଶୃଙ୍ଖଳା କମିଟି ବୈଠକ ବସିଥିଲା। ରାଗିଂ କରିଥିବା ଛାତ୍ରମାନଙ୍କୁ ବର୍ଷକ ପାଇଁ କଲେଜରୁ ବହିଷ୍କାର କରାଯାଇଛି। ସେମାନଙ୍କୁ କଲେଜର କୌଣସି କାର୍ଯ୍ୟକ୍ରମ ଏପରିକି ପାଠପଢ଼ାରେ ବି ସାମିଲ ନ କରିବାକୁ ନୋଟିସ୍‌ ଜାରି କରାଯିବା ସହ ହଷ୍ଟେଲରୁ ବହିଷ୍କାର କରାଯାଇଛି।

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କିରାଣୀ, ଟଙ୍କା ନେଇ ଯାଉଥିବାବେଳେ ଧରାପଡ଼ିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe