ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଛୁରାମାଡ଼ କଲା ସ୍ୱାମୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ପାରିବାରିକ କଳହର କରୁଣ ପରିଣତିର ସଦ୍ୟତମ ଉଦାହରଣ ଗଞ୍ଜାମ ଜିଲ୍ଲାର ଆସିକାର ଧରାକୋଟ ଥାନା ଧଉଁଗା ପନ୍ଦରା ସାହିରେ ଦେଖିବାକୁ ମିଳିଛି। ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି...

8pp00123

ଆସିକା: ପାରିବାରିକ କଳହର କରୁଣ ପରିଣତିର ସଦ୍ୟତମ ଉଦାହରଣ ଗଞ୍ଜାମ ଜିଲ୍ଲାର ଆସିକାର ଧରାକୋଟ ଥାନା ଧଉଁଗା ପନ୍ଦରା ସାହିରେ ଦେଖିବାକୁ ମିଳିଛି। ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି ।

ଗୁରୁତର ଅବସ୍ଥାରେ ଗୁରୁତର ଅବସ୍ଥାରେ ଆହତ ୩୨ ବର୍ଷୀୟ ଲିଟିଲି ପାଣିଗ୍ରାହୀଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

ଅଧିକ ପଢ଼ନ୍ତୁ: ସାନଭାଇ ଭୁଲିଗଲା ସଂପର୍କ: ବଡ଼ଭାଇଙ୍କ ତଣ୍ଟି କାଟିଲା, ଭାଉଜଙ୍କୁ ପିଟିପିଟି ମାରିଲା

ଖବର ପାଇ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ।  

ସୂଚନାଯୋଗ୍ୟ,ପାରିବାରିକ କଳହକୁ ନେଇ ଗତ କାଲି ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି।  ଗତକାଲି ବିଳମ୍ବିତ ରାତିରେ ଲିଟିଲିଙ୍କ ସହ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କଳହ ହୋଇଥିଲା । 

ସ୍ତ୍ରୀଙ୍କର ଚରିତ୍ରକୁ ସନ୍ଦେହ କରି ଏପରି ହୋଇଥିବା ପୁଲିସ ସୂଚନା ଦେଇଛି। ଶେଷରେ ସ୍ୱାମୀ ଜଣକ ଉତ୍ୟକ୍ତ ହୋଇ ଲିଟିଲିଙ୍କ ପେଟ ଓ ହାତରେ ଛୁରୀରେ ଆଘାତ କରିଥିଲେ। ଲିଟିଲିଙ୍କ ଚିତ୍କାର ଶୁଣି ପଡୋଶୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଲିଟିଲିଙ୍କୁ ମେଡିକାଲ ନେବା ସହ ସ୍ଵାମୀକୁ ଅଟକ ରଖିଛି।

ଅଧିକ ପଢ଼ନ୍ତୁ: କେରାଣ୍ଡିମାଳ ପାଦଦେଶରେ ମହାବଳର ପାଦଚିହ୍ନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe