ପାରଳାଖେମୁଣ୍ଡି (ସୁଜିତ୍‌ ବିଷୋୟୀ): ବୟସର ଅପରାହ୍ନରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ୮୦ ବର୍ଷିୟ ବୃଦ୍ଧା। ଗଜପତିଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ କେ ସିତାପୁର ପଞ୍ଚାୟତର ଶିଙ୍ଗିପୁର ଗ୍ରାମର ପଦ୍ମିନୀ ଗୌଡ଼। ଏକ ଝାଟିମାଟି କୁଡ଼ିଆରେ ଅସୁରକ୍ଷିତ ଭାବରେ ଦୀର୍ଘ ବର୍ଷଧରି ଜୀବନ ଯାପନ କରୁଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଏକାକୀ ହୋଇ ପଡିଛନ୍ତି। ବୟସାଧିକ ଯୋଗୁଁ ଶରୀର ଦୁର୍ବଳ ହୋଇ ଯାଇଥିବା ସ୍ଵତେ କାହା ନିର୍ଭର ନକରି ବଞ୍ଚିବା ପାଇଁ ସଂଘର୍ଷ କରି ଚାଲିଛନ୍ତି। ଆଖି କମ ଦେଖାଯାଉଥିଲା ବେଳେ କାନକୁ ଠିକସେ ଶୁଭୁନାହିଁ, ଅଣ୍ଟାକୁ ଧରି ନଇଁ ନଇଁ ଚାଲୁଛନ୍ତି ବୃଦ୍ଧା ଜଣକ। ଏକ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ସାଙ୍ଗକୁ ଯୋଗାଣ ଚାଉଳ ହିଁ ଏକମାତ୍ର ସାହା ଭରସା।

Advertisment

ନିଜେ କଷ୍ଟ କରି ତିଆରି କରିଥିବା ଝାଟିମାଟିର କୁଡ଼ିଆରେ ବିତୁଛି ଅସହାୟ ଜୀବନ। ତଥାପି ନିଜ ଭାଗ୍ୟକୁ ଆଦରି ଚଳି ଯାଉଛନ୍ତି। କୁଡିଆକୁ ବିଦ୍ୟୁତ ସଂଯୋଗ ନଥିବାରୁ ବିପଦ ସଙ୍କୁଳ ଭାବରେ  ଅନ୍ଧାରରେ କଟୁଛି ଜୀବନ  ରାତି ହେଲେ ଖୋଲା ସ୍ଥାନ ହେତୁ ସରୀସୃପଙ୍କ ଭୟ ମଧ୍ୟ ରହିଛି। ତିନି ପୁଅ ବୋହୁ ନାତି ନତୁଣୀ ଥାଇ ଆହା କରିବାକୁ ପାଖରେ କେହି ନାହାନ୍ତି। ବୃଦ୍ଧାଙ୍କ ପାଖରେ ଆଉ ବିକଳ୍ପ କିଛି ନାହିଁ। ତେଣୁ ନିଜେ ଯେଭଳି ପାରୁଛନ୍ତି ସେଭଳି ଚଳିବା ଛଡା ଅନ୍ୟ ଉପାୟ ନାହିଁ। ଓଲଟା ବୋଝ ହୋଇ ରହିଛନ୍ତି ମାନସିକ ଅନଗ୍ରସର ପୁଅ ରଘୁ। ଯାହା ବୃଦ୍ଧାଙ୍କ କଷ୍ଟକୁ ଦ୍ବୀଗୁଣିତ କରିଛି। ତଥାପି ସଂଘର୍ଷ କରି ଚାଲିଛନ୍ତି।  

ଆହୁରି ପଢ଼ନ୍ତୁ: Woman Attempts Death ଗୁରାଣ୍ଡି ଥାନା ଅଧିକାରୀଙ୍କ ଆପତ୍ତିଜନକ ଆଚରଣ ପ୍ରତିବାଦରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

କେହି ଶୁଣୁ ନାହାନ୍ତି

ତେବେ ରହିବାକୁ ଭଲ ଘରଟିଏ ନଥିବା ବେଳେ ଆବାସ ଯୋଜନାରେ ଏକ ଘର ଟିଏ ଯୋଗାଇ ଦେବାପାଇଁ ପଡୋଶୀମାନେ ଅନୁରୋଧ କରିଛନ୍ତି। ବୃଦ୍ଧାଙ୍କ ବୟସ ୮୦ରୁ ଊର୍ଦ୍ଧ୍ବ ହୋଇଥିବାରୁ ବର୍ଦ୍ଧିତ ଭତ୍ତା ଭାବେ ୩୫୦୦ ଟଙ୍କା ପାଇବା କଥା କିନ୍ତୁ ତାହା ବି ମିଳି ପାରିନି। ଏନେଇ କେ ସିତାପୁର ପଞ୍ଚାୟତ ସରପଞ୍ଚ କେ ତେଜସ୍ଵର ରାଓ କହିଛନ୍ତି ବାରମ୍ବାର ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ ଏଭଳି ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି ଏବଂ ବର୍ଦ୍ଧିତ ଭତ୍ତା ପ୍ରଦାନରେ ଅବହେଳା କରାଯାଉଛି ।

ଆହୁରି ପଢ଼ନ୍ତୁ: Bank Complain: ବ୍ୟାଙ୍କ ଶୁଣୁନାହିଁ କି ଆପଣଙ୍କ କଥା! ଏଠାରେ କରନ୍ତୁ ଅଭିଯୋଗ