ଭୁବନେଶ୍ବର: ପୁଣି ସେହି ଅକ୍ଟୋବର, ପୁଣି ଏକ ବାତ୍ୟା । ଅକ୍ଟୋବର ଆସିଲେ ଖାଲି ଓଡିଶା ନୁହେଁ ଗଜପତିଜିଲ୍ଲା ବି ଡରୁଛି । କାରଣ ୭ ବର୍ଷ ତଳେ ବାତ୍ୟା ଯେଉଁ ଦାଗ ଦେଇ ଯାଇଛି ତାହା ଆଜି ବି ଲିଭିନି । ୨୦୧୮ରେ ତିତଲିର ତାଣ୍ଡବ ଦେଖିଥିଲେ ଜଗପତି ଜିଲ୍ଲାବାସୀ, ସେହି ଧ୍ବଂସଲୀଳା ମନରୁ ନଲିଭୁଣୁ ପୁଣି ଏକ ବାତ୍ୟା ସେହି ଅକ୍ଟୋବରରେ ସାମ୍ନା କରିବାକୁ ଯାଉଛନ୍ତି ଗଜପତିବାସୀ । ଯଦିଓ ବାତ୍ୟା ମୋନ୍ଥା ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ମାତ୍ର ଏହାର ପ୍ରଭାବ ଭାରି ମାତ୍ରାରେ ଗଜପତିର ପଡିବ । ଦକ୍ଷିଣ ଓଡିଶାରେ ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ବାତ୍ୟା ପବନ ନେଇ ଆସୁଥିବା ବେଳେ ଓଡିଶାକୁ ପବନର ଭୟ ନୁହେଁ ବରଂ ବର୍ଷାର ଭୟ ରହିଛି । କାରଣ ବର୍ଷା ହେଲେ ଭୂସ୍ଖଳନର ଆଶଙ୍କା ରହିଛି । ଗଜପତି ଭୂସ୍କଳନର ରାଡାର ଭିତରେ ଥିବାରୁ ବାତ୍ୟା ପ୍ରଭାବରେ ବର୍ଷା ଭୂସ୍ଖଳନର ଆଶଙ୍କା ଏବଂ ଆତଙ୍କକୁ ବଢାଇ ଦେଇଛି । ତେବେ ଗଜପତି ଜିଲ୍ଲାକୁ ଆସନ୍ତାକାଲି ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ଏହାର ପ୍ରଭାବରେ ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ୯୪୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ମୋଟ ୪ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଅସୁରକ୍ଷିତ କିମ୍ବା କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମୋଟ ୧୬୬ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେଥି ମଧ୍ୟରୁ ୯୧ ଜଣ ମହିଳାଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି ।
#WATCH | Odisha: Gajapati receives heavy rainfall after a red alert was issued in the state because of Cyclone 'Montha' pic.twitter.com/CooeRRmzvW
— ANI (@ANI) October 27, 2025
ସେପଟେ ୭ ବର୍ଷ ତଳେ ତିତଲି ଯେଉଁ ଦୁଃଖ ଦେଇ ଯାଇଥିଲା ଗତ କିଛି ଦିନ ତଳେ ଭୂସ୍ଖଳନ ଗଜପତିରେ ସେହି ସମାନ ଦୁଃଖ ଦେଇଯାଇଥିଲା । ଆଉ ଏବେ ପୁଣି ଏକ ବାତ୍ୟା ଆସୁଥିବାରୁ ତାର ପ୍ରଭାବରେ କଣ ହେବ ପରିସ୍ଥିତି ସେହି ଭୟରେ ଲୋକେ । ୭ ବର୍ଷ ତଳେ ବାତ୍ୟା ତିତଲି ଏହି ଅକ୍ଟୋବର ମାସରେ ଦକ୍ଷିଣ ଓଡିଶାରେ ପ୍ରଭାବ ପକାଇଥିବା ବେଳେ ସବୁଠାରୁ ଅଧିକ ଗଜପତିରେ ପ୍ରଳୟ ରଚିଥିଲା ।
ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଏବଂ ଲଗାଣ ବର୍ଷା କାରଣରୁ ପାହାଡରୁ ପାଣି ତଳକୁ ମାଡି ଆସିବା ଫଳରେ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଯେଉଁ ଭୂସ୍ଖଳନରେ ପ୍ରାୟ ୧୨ ଜଣ ପ୍ରାଣ ହରାଇଥିବା ସୂଚନା ଥିଲା । ବର୍ଷା-ବାତ୍ୟାରୁ ବର୍ତ୍ତିବାକୁ ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ପାହାଡରୁ ମାଟି ଅତଡା ସହ ପାଣି ମାଡି ଆସିବାରୁ ମୃତ୍ୟୁର ଫାସରେ ଫସିଥିଲେ ସମସ୍ତେ । ପାହାଡି ଇଲାକାରେ ରହିଥିବା ଘରେ ପାଣି ପଶିଯାଇଥିଲା, ଘର ଭାଙ୍ଗି ଯାଇଥିଲା ଏବଂ ମାଟି ଅତଡା ତଳେ ମଣିଷ ପୋତି ହୋଇ ମୃତ୍ୟୁ ମୁଖରେ ପଡିଥିଲେ । ସେ କାଳରାତି, ସେ କାଳ ସମୟକୁ ଗଜପତିବାସୀ କେବେ ଭୁଲି ପାରିବେନି ।
/filters:format(webp)/sambad/media/media_files/2025/10/27/gajapati-2025-10-27-22-33-39.webp)
୭ ବର୍ଷ ପରେ ପୁଣି ସେହି ଭୟ
ଆଉ ଏବେ ୭ ବର୍ଷ ପରେ ପୁଣି ସେହି ଗଜପତି ଜିଲ୍ଲାରେ ଗତ କିଛି ଦିନ ତଳେ ବାଦଲଫଟା ବର୍ଷା କାରଣରୁ ଏକାଧିକ ଭୂସ୍ଖଳନ ହୋଇଥିବା ବେଳେ ୨୦୧୮ରେ ହୋଇଥିବା ସେହି କାଳରାତିର ଭୂସ୍ଖଳନ କଥା ମନେପଡିଛି । ଆଉ ଇତିମଧ୍ଯରେ ମୋନ୍ଥା ପୁଣି ଆସୁଥିବାରୁ ଆତଙ୍କ ଅଧିକ ବଢିଛି ।
ଆହୁରି ପଢନ୍ତୁ-
ଗଜପତି: ଭୂସ୍ଖଳନ ପ୍ରବଣ ଜିଲ୍ଲା
ତେବେ ଗଜପତିରେ ୧୨୯ଟି ଭୂସ୍ଖଳନ ପ୍ରବଣ ସ୍ଥାନ ରହିଥିବା ବେଳେ ତଥ୍ୟ ଅନୁସାରେ ୨୦୧୮ରୁ ୨୦୨୨ ମଧ୍ୟରେ ଜିଲ୍ଲାର ଏହି ସବୁ ଅଞ୍ଚଳରେ ଭୁସ୍ଖଳନ ହେବା ଫଳରେ ୪୮ ଜୀବନ ଯାଇଛି । ୭୧,୮୩୪ରୁ ଉର୍ଦ୍ଧ୍ବ ବାସଗୃହ କ୍ଷତିଗ୍ରସ୍ତ ହୋଇଛି ଓ ୧୦୩୦ ଗୃହପାଳିତ ପଶୁମାନଙ୍କର ଜୀବନ ଯାଇଛି । ପ୍ରତି ବର୍ଷ ଲଗାଣ ବର୍ଷାରେ କେଉଁଠି ନା କେଉଁଠି ରାସ୍ତା ଘାଟ , ଘର ଦ୍ଵାର ଏମିତିକି ଜୀବନ ହାନୀ ମଧ୍ୟ ଘଟୁଛି। ଯାହାକୁ ଦୃଷ୍ଟିରେ ରଖି ପୂର୍ବରୁ ଏହି ସବୁ ସମ୍ବେଦନଶୀଳ ସ୍ଥାନରୁ ସରକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅର୍ଥାତ ସମତଳ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ଆରମ୍ଭ କରିଥିଲେ । କେତକ ସ୍ଥାନରେ ପାହାଡ ଅଞ୍ଚଳରୁ ସମତଳ ଅଞ୍ଚଳକୁ ସ୍ଥାନାନ୍ତର କରି ଥଇଥାନ ମଧ୍ୟ କରାଯାଇଛି , ଅନେକ ଅଞ୍ଚଳରେ ଥଇଥାନ ପାଇଁ ସ୍ଥାନ ଓ ଜମି ମଧ୍ୟ ଚିହ୍ନଟ ମଧ୍ୟ ହୋଇଛି କିନ୍ତୁ ଏବେ ଏ ସମ୍ପର୍କରେ ସବୁ ଚୁପ ହୋଇ ବସିଛନ୍ତି। ତେଣୁ ଏଇ ଗଲା କିଛି ଦିନ ହେବ ଭୂସ୍ଖଳନ ହୋଇଥିବାରୁ ଏବଂ ୨୮ରେ ବାତ୍ୟା ଆସୁଥିବାରୁ ଏହାର ପ୍ରଭାବରେ ବର୍ଷା ପୁଣି କିଛି ସେମିତି ବିପଦ ଡାକି ଆଣିବନି ତ ସେହି ଭୟରେ ଅଛନ୍ତି ଗଜପତିବାସୀ ।
ଆହୁରି ପଢନ୍ତୁ-
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/27/cyclone-fear-in-gajapati-2025-10-27-22-29-39.jpg)