ଭୁବନେଶ୍ବର: ଆସୁଛି ବାତ୍ୟା । ସମୁଦ୍ରରୁ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ମୋନ୍ଥା । ବାତ୍ୟା ଯଦିଓ ଓଡିଶାରେ ଲ୍ୟାଣ୍ଡଫଲ୍ କରିବାର ନାହିଁ ମାତ୍ର ବାତ୍ୟା ଅତିକ୍ରମ କଲାବେଳେ ଓଡିଶାରେ ଏହାର ପ୍ରଭାବ ପଡିବ । ବିଶେଷ କରି ଦକ୍ଷିଣ ଓଡିଶାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ଓଡିଶାରେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ବିପର୍ଯ୍ଯୟ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ଅଗ୍ନିଯୋଦ୍ଧା । ବାତ୍ୟା ଏବଂ ପରବର୍ତ୍ତି ବଡ଼ ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ପୂରା ପ୍ରସ୍ତୁତ ଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ମାଝୀ । ଗୋଟିଏବି ଜୀବନ ଯେମିତି ନଯାଏ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୮ଟି ଜିଲ୍ଲା ରେଡ୍ ଆଲର୍ଟରେ ରହିଛି । ଆମର ୧୨୩ଟି ଟିମ୍ ଏହି ସମସ୍ତ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି। ଆବଶ୍ୟକ ସମସ୍ତ ଉପକରଣ ସେମାନଙ୍କ ପାଖରେ ଉପଲବ୍ଧ ଅଛି । ବର୍ଷା ପରେ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରରେ ପାଣି ନିଷ୍କାସନ କରାଯିବ। ସହରାଞ୍ଚଳ ବନ୍ୟା ଏବଂ ଅନ୍ୟାନ୍ୟ ନିୟମିତ ଘଟଣାର ମୁକାବିଲା ପାଇଁ ୧୪୪ଟି ଟିମ୍ ଏଠାରେ ରହିବେ। ପାହାଡିଆ ଅଞ୍ଚଳରେ JCB ରଖାଯାଇଛି ଯାହା ଦ୍ଵାରା ଯଥାଶୀଘ୍ର ଭଗ୍ନାବଶେଷକୁ ହଟାଯାଇପାରିବ।
#WATCH | Bhubaneswar, Odisha: Preparations are underway as a red alert was issued in the state because of Cyclone 'Montha'.
— ANI (@ANI) October 27, 2025
Chief Fire Officer, Ramesh Chandra Majhi, says, "Odisha CM has directed everyone to ensure that no life is harmed. There are 8 red alert districts, and 123… pic.twitter.com/MYIC3ePZyN
ସଙ୍କଟ ବେଳର ସାଥୀ
ତେବେ ବାତ୍ୟା ହେଉ କି ବନ୍ୟା ସବୁବେଳ ନିଜ ଜୀବନ ବାଜିରେ ଲଗାଇ ଲୋକଙ୍କ ଜୀବନକୁ ବଞ୍ଚାଇବାକୁ ବାହାରିଯାଆନ୍ତି ଏହି ଯୋଦ୍ଧାମାନେ, ଏହି ବିପର୍ଯ୍ୟୟ ବେଳର ବନ୍ଧୁମାନେ । ସବୁବେଳେ ପ୍ରାକୃତିକ ସଙ୍କଟ ଆସିଲେ ସଙ୍କଟ ବେଳର ଏହି ସଙ୍କଟମୋଚକଙ୍କୁ ଖୋଜାପଡେ । ଏମାନେ ଥିଲେ ନା ଡରେଇ ପାରେ ବାତ୍ୟା, ନା ଭୟଭୀତ କରିପାରେ ବନ୍ୟା । ସବୁ ଆତଙ୍କ ଆସିବା ଆଗରୁ ଏମାନେ ଉଭା ହୁଅନ୍ତି, ସାହାରା ସାଜନ୍ତି... କାଳର ରୂପ ଯେତେ କରାଳ ହେଉ ନା କାହିଁକି, ପରିସ୍ଥିତି ଯେମିତି ଆସୁ ନା କାହିଁକି.. ପରର ଜୀବନ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରନ୍ତି, ନିଜ ଜୀବନକୁ ପାଣି ଛଡାଇ ପାଣି ପବନ ସହ ସାମ୍ନାସାମ୍ନି ହୁଅନ୍ତି ।
ଅଗ୍ନିଶମ କର୍ମଚାରୀ ହୁଅନ୍ତୁ କି ଏନଡିଆରଫ୍ ଟିମ୍, ଓଡ୍ରାଫ୍ ଟିମ୍ ଓ ପୁଲିସ- ପ୍ରଶାସନ- ଏମାନେ ସମସ୍ତେ ପରୋପକାରୀ ବନ୍ଧୁ, ସରକାର ନାଁରେ ସାହାଯ୍ୟର ସାରଥୀ । ଏମାନେ ବିପର୍ଯ୍ୟୟ ବେଳର ବାହୁବଳୀ ଯୋଦ୍ଧା, ଏମାନେ ଭୟ ଭିତରର ଶକ୍ତ ଭରସା । ବିପଦ ଆସିବା ଆଗରୁ ଆ ବୋଲି ଡାକି ଅସୁରକ୍ଷିତ ଅଗଣାରୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଅନ୍ତି ଏମାନେ । ସେ ଫୋନି ହେଉ କି ଫାଇଲିନ, ତିତଲି ହେଉ କି ଅମ୍ଫାନ, ଗୁଲାବ, ଜୱାଦ ହେଉ କି ବାତ୍ୟା ଦାନା । ସବୁବେଳେ ଝଡ଼ର ପୂର୍ବାନୁମାନ କରି ପାଣିପାଗ ବିଭାଗ ସତର୍କ କରାଇବା ପରେ ସଜାଗ ହୁଅନ୍ତି ସରକାର । ଆଉ ତାପରେ ସରକାରଙ୍କ ସାରଥୀ ସାଜି ଗ୍ରାଉଣ୍ଡ ଜିରୋରେ ସୁରକ୍ଷାର କବଚ ସାଜି ଯାଆନ୍ତି ଏମାନେ । ଜିଲ୍ଲାପାଳ ହୁଅନ୍ତୁ କି ଏସପି, ତହସିଲଦାର ହୁଅନ୍ତୁ କି ଅନ୍ୟ ତଳିଆ ସରକାରୀ କର୍ମଚାରୀ । ସମସ୍ତେ ସଙ୍କଟ ଟାଳିବାକୁ ସଙ୍କଳ୍ପ ନିଅନ୍ତି ଆଉ ବାତ୍ୟା, ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଉଦ୍ୟମ ଚଳାନ୍ତି । ଜିରୋ କାଜୁଆଲିଟି ମିସନକୁ ସଫଳ କରିବାକୁ ସମସ୍ତେ ନିଜ ନିଜ ସ୍ତରରେ ଚେଷ୍ଟା କରନ୍ତି...
ଆହୁରି ପଢନ୍ତୁ-
ବାତ୍ୟା ଆସିବା ଆଗରୁ ପ୍ରଭାବିତ ଅଞ୍ଚଳରେ ସତର୍କ କରାନ୍ତି ସରକାରୀ ବାବୁ । ମାଇକ ଯୋଗେ ସୁରକ୍ଷିତ ସ୍ଥାନ କିମ୍ବା ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ କୁହନ୍ତି । କାରଣ ପ୍ରଳୟ ପାଟିରୁ ପ୍ରତିଟି ଜୀବନ ବଞ୍ଚାଇବା ସମସ୍ତଙ୍କ ଲକ୍ଷ୍ୟ । ଗର୍ଭବତୀ ହୁଅନ୍ତୁ କି ବୃଦ୍ଧବୃଦ୍ଧା ଅବା ହୁଅନ୍ତୁ କୁନି କୁନି ପିଲା । ସେମାନଙ୍କୁ ଆଗୁଆ ଉଦ୍ଧାର କରିବାକୁ ପଦକ୍ଷେପ ନିଏ ପ୍ରଶାସନ । କଚ୍ଚା ଘରେ କାନ୍ଥ ପଡିଯିବାର ଆଶଙ୍କା ଥିବାରୁ ଖାଲି ମଣିଷ ନୁହେଁ ଗୃହପାଳିତ ପଶୁପକ୍ଷୀଙ୍କୁ ବି ସୁରକ୍ଷିତ ସ୍ଥାନକୁ ନିଆଯାଏ ।
ତେବେ ଅତୀତରେ ଯେବେ ଯେବେ ବଡ଼ ବିପଦ, ବଡ଼ ବିପର୍ଯ୍ଯୟ ଆସିଛି ସେବେସେବେ ଏହି ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଜୀବନକୁ ବଞ୍ଚାଇବାକୁ ବିପଦ ମୁହଁକୁ ଲମ୍ଫ ମାରିଥାନ୍ତି ଆଉ ମାରୁଥିବେ ମଧ୍ୟ… ତେଣୁ ଆସନ୍ତୁ ଏହି ଯୋଦ୍ଧାଙ୍କୁ ପୁଣିଥରେ ସଲାମ୍ କରିବା…
ଆହୁରି ପଢନ୍ତୁ-
Farmers worried about cyclone Montha: ମୋନ୍ଥା ପାଇଁ ଚିନ୍ତାରେ ଚାଷୀ, ଜମିରେ ରହିଛି ପାଚିଲା ଧାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/27/fire-man-2025-10-27-21-56-55.jpg)