ମୈଦଲପୁର: ପାପଡାହାଣ୍ଡି ବ୍ଲକ ମୈଦଲପୁର ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟା ମୋନ୍ଥା ପାଇଁ ଚାଷୀ ଚିନ୍ତାରେ ଅଛନ୍ତି । ଧାନ କଟା କେମିତି ହେବ ବର୍ତ୍ତମାନ ଆଶଙ୍କାରେ ରହିଛନ୍ତି ଅଞ୍ଚଳର ଚାଷୀ । ଭାରତୀୟ ପାଣିପାଗ ବିଭାଗର ସୂଚନା କ୍ରମେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇଥିବାରୁ ସମ୍ଭାବ୍ୟ ସାମୁଦ୍ରିକ ଝଡ ବାତ୍ୟା "ମୋନ୍ଥା"କୁ ନେଇ ମୈଦଲପୁର ଅଞ୍ଚଳର ଚାଷୀ ଚିନ୍ତିତ ଥିବା ଜଣାଯାଇଛି । ଚଳିତ ବର୍ଷରେ ଭଲ ବର୍ଷା ହେତୁ ଧାନ ଫସଲ ଭଲ ହୋଇଛି। କିନ୍ତୁ ଏହି ବାତ୍ୟା ଭୟରେ ଶସ୍ୟ ଅମଳର କ୍ଷତି ହେବାର ଆଶଙ୍କା ନେଇ  ଚାଷୀ ଚିନ୍ତିତ ଅଛନ୍ତି ।  

Advertisment

ଚାଷୀମାନେ ଅନେକ ସମସ୍ୟା ମଧ୍ୟରେ  ଫସଲ କରି ଅଧିକ ଅମଳ କରିବା ଆଶାରେ  ରହିଥିବା ବେଳେ ସମ୍ଭାବ୍ୟ ବାତ୍ୟା ଖବର ତାଙ୍କ ପାଇଁ ଆଶଙ୍କା ପାଲଟିଛି। ପୂର୍ବରୁ କେବଳ ଫାଇଲିନ୍ ନୁହଁ ଦାନା, ହୁଡୁହୁଡୁ ଆଦି ବାତ୍ୟାରେ ହୋଇଥିବା ଫସଲ ହାନିର ଭୟ ପୁଣି ମନକୁ ଶଙ୍କାଗ୍ରସ୍ତ କରୁଛନ୍ତି।

ଆହୁରି ପଢ଼ନ୍ତୁ:Mao leader replied by releasing video: ଆତ୍ମସମର୍ପଣ ନକ୍ସଲଙ୍କୁ ଗଦ୍ଦାର କହିଲା କେନ୍ଦ୍ରୀୟ ସମିତି, ଭିଡିଓ ଜାରି କରି ଉତ୍ତର ରଖିଲେ ମାଓନେତା ରୂପେଶ

ଭଗବାନଙ୍କ ଭରସାରେ ଚାଷୀ

ଅଞ୍ଚଳର ଚାଷୀମାନେ ଧାନ ଓ ମକା ଆଣି ଖଳାରେ ରଖିଛନ୍ତି ଓ ବାତ୍ୟା ଭୟରେ ପଲିଥିନ ଜରି ଉପରେ ଦେଇ ଅନେଇ ବସିଛନ୍ତି । ଅଧିକ ଦିନ ଯଦି ଧାନ ଓ ମକା ଉପରେ ଜୋରି ରହେ ତେବେ  ମଧ୍ୟ ଗଜା ହୋଇ ନଷ୍ଟ ହେବାର ସମ୍ଭାବନା ରହିଛି । ତେବେ ପ୍ରାକୃତିକ ବିପର୍ଯ୍ୟୟକୁ ଏଡାଇବାର ଶକ୍ତି ମନୁଷ୍ଯ ପାଖରେ ନଥିବାରୁ ଅଞ୍ଚଳର ଚାଷୀକୁଳ ଭଗବାନଙ୍କ ଭରସାରେ ରହିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ:Vegetable Prices Surge In Bhubaneswar: ରାଜଧାନୀ ପନିପରିବା ଦର ଉପରେ ସରକାରଙ୍କ କଡ଼ା ନଜର ଥିବା ଯୋଗାଣ ମନ୍ତ୍ରୀଙ୍କ ଆଶ୍ୱାସନା

ଅଞ୍ଚଳରେ  ୪୫୭୦ ହେକ୍ଟର ଧାନ ଓ ୫୧୦୩ ହେକ୍ଟର ମକା , ବିରି ଅନ୍ୟାନ୍ୟ ଚାଷ କରାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି । ହେଲେ ଏହି ବାତ୍ୟା ପ୍ରଭାବରେ ଚାଷ ନଷ୍ଟ ହେବା ଆଶଙ୍କା ରେ ଚାଷୀ । ଅନ୍ୟପଟେ ପ୍ରଶାସନ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଥିବା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ଆକାଶ ବିଷୋୟୀ