Fire: ନିଆଁରେ ଜଳିଗଲା ଘର, ସର୍ଟସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ବର୍ଷକର ପରିଶ୍ରମ ଓ ଆସବାବପତ୍ର...

Advertisment

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରପରିଷଦ ୱାର୍ଡ ନମ୍ବର ୬ ଅନ୍ତର୍ଗତ ରେଲି-ସେରି ସାହିର ଏକ ଘରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ।

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରପରିଷଦ ୱାର୍ଡ ନମ୍ବର ୬ ଅନ୍ତର୍ଗତ ରେଲି-ସେରି ସାହିର ଏକ ଘରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ।

fire

fire Photograph: (sambad.in)

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରପରିଷଦ ୱାର୍ଡ ନମ୍ବର ୬ ଅନ୍ତର୍ଗତ ରେଲି-ସେରି ସାହିର ଏକ ଘରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ଆଜି ମଧ୍ୟାହ୍ନ ସମୟରେ କେ. ପ୍ରଶାନ୍ତି ନାମକ ଜଣେ ମହିଳାଙ୍କ ଘରେ ସର୍ଟସର୍କିଟ ଘଟିଥିଲା । ନିଆଁ ଲାଗିଥିବା ଅବସ୍ଥାରେ ବିଦ୍ୟୁତ ତାର ଗୁଡିକ ଖଟର ସେଜ ଉପରେ ପଡିଯିବା ଯୋଗୁଁ ନିଆଁ ଲାଗି ଘରର ସମସ୍ତ ଆସବାବପତ୍ରକୁ ନିଆଁ ବ୍ୟାପିଯାଇଥିଲା । ଫଳରେ ଘରର ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିବା ଦେଖିବାକୁ ମିଳିଛି । 

ଆହୁରି ପଢନ୍ତୁ- High Court: ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

WhatsApp Image 2025-12-26 at 21.33.20 (1)

ଆହୁରି ପଢନ୍ତୁ- Madhumala Chattopadhyay: ସବୁଜ ଦ୍ବୀପର ରାଣୀ, ଜାରୋୟାମାନଙ୍କ ବନ୍ଧୁ ମଧୁମାଳା....

ତେବେ ଘଟଣା ସମ୍ପର୍କରେ ଖବର ପାଇ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିଲା । ଘରର ସମସ୍ତ ଦସ୍ତାବିଜ ଠାରୁ ଆରମ୍ଭ କରି ପୋଷାକ, ଘରେ ରଖିଥିବା ନଗଦ ଟଙ୍କା ଆଦି ପୋଡି ପାଉଁଶ ହୋଇଯାଇଛି । କେ. ପ୍ରଶାନ୍ତି ଜଣେ ଗରିବ ଶ୍ରେଣୀର ମହିଳା ହୋଇଥିବା ବେଳେ ତାଙ୍କର ଦୁଇଝିଅ ଏବଂ ମାଙ୍କ ସହ ରହିଆସୁଛନ୍ତି । ତାଙ୍କ ସ୍ବାମୀ ଆନ୍ଧ୍ରରେ ଦାଦନ ଭାବେ କାର୍ଯ୍ୟ କରୁଥିବାର ସାହିବାସିନ୍ଦା ପ୍ରକାଶ କରିଛନ୍ତି । ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ଖବର ପାଇ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ଏବଂ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ପହଞ୍ଚି ପ୍ରଶାନ୍ତିଙ୍କ ସହ ଆଲୋଚନା କରିଥିଲେ । ବିଧାୟକ ଶ୍ରୀ ପାଣିଗ୍ରାହୀ କ୍ଷତିଗ୍ରସ୍ତ ମହିଳାଙ୍କୁ ନିଜ ତରଫରୁ  ଆର୍ଥିକ ରାଶି ପ୍ରଦାନ କରି ଯଥା ସମ୍ଭବ ସହାୟତା ପାଇଁ ପାରଳାଖେମୁଣ୍ଡି ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଆବାସିକ ଯୋଜନାରେ ଘର ଯୋଗାଇବାପାଇଁ  ଫୋନ୍ ଯୋଗେ ଆଲୋଚନା କରିଥିଲେ । ସେହିପରି ପୌରାଧ୍ୟକ୍ଷା ଶ୍ରୀମତୀ ସେଠୀ ପୌରପରିଷଦ ପକ୍ଷରୁ ସହାୟତା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

WhatsApp Image 2025-12-26 at 21.33.20

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe