ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ପିଲାଙ୍କ ଭବିଷ୍ୟତ ସହ ଖେଳ। ଘରୋଇ ଶିକ୍ଷାନୁଷ୍ଠାନର ଭୁଲ କାରଣରୁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୫ ଜଣ ଛାତ୍ରଛାତ୍ରୀ। ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରୁ ବାଦ ପଡ଼ିଲେ ୫ ଛାତ୍ର ଛାତ୍ରୀ। ଏହା ହେଉଛି ରାୟଗଡ଼ା ଜିଲ୍ଲା କାଶୀନଗର ସ୍ମାର୍ଟ ସ୍କୁଲର ଘଟଣା। ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଛାତ୍ର ଅବିଭାବକ।
ଅଭିଯୋଗ ପ୍ରକାରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ସମସ୍ତ ୫ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ଅଛନ୍ତି। ଗତକାଲି ପର୍ଯ୍ୟନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ସୁଚନା ଦେଇନଥିବା ବେଳେ ଆଡମିଟ୍ କାର୍ଡ ପାଇଁ ସମୟ ମାଗି ଆସୁଥିବା ଅଭିଯୋଗ କରିଛନ୍ତି ଛାତ୍ର କେ ଅଜୟ ଏବଂ ତାଙ୍କ ଅବିଭାବକ। ଗତକାଲି ଆଧାରକାର୍ଡ଼ରେ ତ୍ରୁଟି ଦର୍ଶାଇ ଫର୍ମ ପୂରଣ ହୋଇ ପାରିନଥିବା କହଥିଲେ। ତେଣୁ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏନେଇ ଅବଗତ କରାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
ଆହୁରି ପଢ଼ନ୍ତୁ: Pakistan court: ନାବାଳିକା ଖ୍ରୀଷ୍ଟିଆନ ଝିଅଙ୍କୁ ଅପହରଣକାରୀ-ଦୁଷ୍କର୍ମକାରୀଙ୍କ ହାତକୁ ଟେକିଦେଲେ
ଅନ୍ୟପକ୍ଷରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କର ବିଦ୍ୟାଳୟରେ ଶିକ୍ଷା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢାଇବାର ବ୍ୟବସ୍ଥା ରହିଛି ନବମ ଦଶମ ଶ୍ରେଣୀରେ କେହି ପଢୁନଥିବା କହିଛନ୍ତି। ତେବେ ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ଵସ୍ଥ ହେବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ।
Follow Us