Electric Problem: ଗାଁ ନିକଟରେ ଅଛି ଟ୍ରାନ୍ସଫରମର, ଘରକୁ ନାହିଁ ବିଦ୍ୟୁତ୍‌ ସଂଯୋଗ

ଆଜିର ଦିନରେ ବିଦ୍ୟୁତ ସେବା ଏକ ନିତାନ୍ତ ଅପରିହାର୍ଯ୍ୟ ହୋଇଥିବା ବେଳେ ଏବେବି ବର୍ଷବର୍ଷ ଧରି ବିନା ଆଲୁଅରେ ଜୀବନ କାଟୁଛନ୍ତି ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକର ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ ତରଭଙ୍ଗ ଗ୍ରାମବସୀ।‎

Gajapati

No electric in this Gajapati district. Photograph: (sambad.in)

ପାରଳାଖେମୁଣ୍ଡି (ସୁଜିତ୍‌ ବିଷୋୟୀ): ଆଜିର ଦିନରେ ବିଦ୍ୟୁତ ସେବା ଏକ ନିତାନ୍ତ ଅପରିହାର୍ଯ୍ୟ ହୋଇଥିବା ବେଳେ ଏବେବି ବର୍ଷବର୍ଷ ଧରି ବିନା ଆଲୁଅରେ ଜୀବନ କାଟୁଛନ୍ତି ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକର ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ ତରଭଙ୍ଗ ଗ୍ରାମବସୀ।‎ ଗାଁ ନିକଟ ଦେଇ ଯାଇଛି ୧୧ କେଭି ବିଦ୍ୟୁତ୍ ସରବରାହ। ନିକଟରେ ଏକ ଟ୍ରାନ୍ସଫରମର ମଧ୍ୟ ରହିଛି। କିନ୍ତୁ ଆଜି ଯାଏଁ ବିଦ୍ୟୁତ ସଂଯୋଗ କରାଯାଇନାହିଁ । ବିଦ୍ୟୁତ୍ ସଂଯୋଗ ପାଇଁ ବିଭାଗୀୟ ଯନ୍ତ୍ରୀ ଗ୍ରାମବାସୀଙ୍କୁ ଏକ ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ଟଙ୍କା ଦେଇ ନପାରିବାରୁ ବିଦ୍ୟୁତ ସଂଯୋଗ କରାଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅର୍ଥ ଯୋଗାଡ଼ କରିବା ସମ୍ଭବପର ହୋଇ ପାରୁନଥିବାରୁ ଏଯାଏଁ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇ ପାରିନାହିଁ।‎

ଦୁର୍ଗମ ଗ୍ରାମରେ ଅଭିଶପ୍ତ ଜୀବନ

ଜିଲ୍ଲା ସଦରମହକୁମା ଠାରୁ ୧୧୦ ଓ ବ୍ଲକ ସଦରମହକୁମା ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଦୁର୍ଗମ ଅଞ୍ଚଳ ପାହାଡ଼ ଜଙ୍ଗଲ ଘେରା ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି କିନ୍ତୁ ଏଯାଏଁ ଗାଁକୁ ବିଦ୍ୟୁତ୍ ସଂଯୋଗ ନଥିବାରୁ ସନ୍ଧ୍ୟା ହେଲେ ଘନ ଅନ୍ଧାରରେ ଅଭିଶପ୍ତ ଜୀବନ କାଟୁଛନ୍ତି। ବିଦ୍ୟୁତ୍ ସଂଯୋଗ ନଥିବାରୁ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଗ୍ରାମବାସୀ। ସରକାରଙ୍କ ପକ୍ଷରୁ ଗାଁରେ ପାଣି ଟାଙ୍କି ବସିଛି। କିନ୍ତୁ ପାଣି ଉଠାଇବା ମୋଟରକୁ ବିଦ୍ୟୁତ ସଂଯୋଗ ହୋଇନି। ସ୍ମାର୍ଟ ସ୍କୁଲରେ ରୁପାନ୍ତର ହୋଇଛି ଏଠାକାର ଉଚ୍ଚ ବିଦ୍ୟାଳୟ କିନ୍ତୁ ବିଦ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ନଥିବାରୁ ଏଲଇଡି ଟିଭି ମାଧ୍ୟମରେ ପିଲାଙ୍କ ପାଠପଢିବା ସ୍ବପ୍ନ ଅଧୁରା ରହିଯାଇଛି।

ଆହୁରି ପଢ଼ନ୍ତୁ: House Collapsed: କଟକରେ ପୁରୁଣା କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ

ସୋଲାର ଲାଇଟ୍‌ ଅଚଳ

ସରକାରଙ୍କ ପକ୍ଷରୁ କିଛି ବର୍ଷ ପୂର୍ବେ ସୋଲାର ପ୍ୟାନେଲ ମାଧ୍ୟମରେ ଗ୍ରାମର ସମସ୍ତ ଘରକୁ ଆଲୁଅ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ଗୋଟିଏ ବର୍ଷ ପରେ ନଷ୍ଟ ହୋଇଗଲା। ତାହା ଏବେବି  ସେହିଭଳି ଖରାପ ହୋଇ ପଡ଼ିରହିଛି। କେହି ସେଥିପ୍ରତି ଦ୍ରୁଷ୍ଟି ନଦେବାରୁ ଆଉ ଆଲୁଅ ନପାଇପାରି ବର୍ଷ ବର୍ଷ ଧରି ଅନ୍ଧାରରେ ଜୀବନ କାଟୁଛନ୍ତି।

ଆହୁରି ପଢ଼ନ୍ତୁ: Rangeela Re-release: ରଙ୍ଗିଲାରେ ପୁଣି ଫିଲ୍ମହଲକୁ ଆସିବେ ଆମିର-ଉର୍ମିଲା

ଅବ୍ୟବସ୍ଥା ଓ ସମସ୍ୟା ଭିତରେ ତରଭଙ୍ଗ

ଏନେଇ ବାରମ୍ବାର ବ୍ଲକ ପ୍ରଶାସନ ଓ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈଣସି ସୁଫଳ ମିଳୁ ନଥିବାରୁ ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳ ସରପଞ୍ଚଙ୍କ ନେତୃତ୍ଵରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଲିଖିତ ଭାବରେ ଜଣାଇଛନ୍ତି। ତେବେ ଯଥା ଶୀଘ୍ର ବିଦ୍ୟୁତ୍ ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନୀ ମାଝୀ। ତେବେ ସରକାରଙ୍କ ଏତେ ସବୁ ବ୍ୟବସ୍ଥା ଥାଇ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଗୋଟିଏ ଗାଁରେ ଅବ୍ୟବସ୍ଥା ଓ ସମସ୍ଯା ସମ୍ପର୍କରେ କିଭଳି କାହାର ନଜର ଆଶୁନି ଆଉ ଗୁହାରି କଲେବି ସମାଧାନ ପାଇଁ ପଦକ୍ଷେପ ନିଆଯାଉନି ତାହା ହେଲେ ଏହି ପଞ୍ଚାୟତରାଜ ବ୍ୟବସ୍ଥା କାହାପାଇଁ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe