ପାରଳାଖେମୁଣ୍ଡି (ସୁଜିତ୍ ବିଷୋୟୀ): ଓଡ଼ିଶାରେ ନାହିଁ ଓଡ଼ିଆ ଭାଷାର ଗୁରୁତ୍ଵ। ସ୍ବତନ୍ତ୍ର ଓଡ଼ିଶା ଗଠନରେ ଯାହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ତାଙ୍କରି ଅଞ୍ଚଳରେ ଓଡ଼ିଶା ଭାଷା ଗୁରୁତ୍ବ ହରାଉଛି। ଆନ୍ଧ୍ର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ତେଲୁଗୁ ଭାଷାର ପ୍ରଭାବ ବଢ଼ିଛି। ସରକାରଙ୍କ ଏଥିପାଇଁ ନିୟମ ରହିଥିବା ସ୍ବତେ ଅନେକ ଏହାକୁ ପାଳନ କରୁନାହାନ୍ତି। ସୀମାନ୍ତରେ ଓଡ଼ିଆ ଅସ୍ମିତା ସଙ୍କଟରେ ପଡ଼ିଛି, ଓଡ଼ିଆ ଭାଷା ବଦଳରେ ତେଲୁଗୁ ଓ ଇଂରାଜି ଭାଷାର ବହୁଳ ବ୍ୟବହାର ହେଉଛି।
ଗଜପତି ଜିଲ୍ଲାରେ ସରକାରୀ ହେଉ କି ଘରୋଇ ଅନୁଷ୍ଠାନ ସବୁଠି ସମାନ ସ୍ଥିତି। କେଉଁଠି ନାମ ଫଳକରେ ଇଂରାଜିର ବ୍ୟବହାର ତ ଆଉ କେଉଁଠି ବ୍ୟବସାୟିକ ଅନୁଷ୍ଠାନରେ ତେଲୁଗୁ ଭାଷାରେ ଲେଖା ହେଉଛି ପ୍ରତିଷ୍ଠାନର ନାମ। ଏମିତି କି କେତକ ଅନୁଷ୍ଠାନରେ ଓଡ଼ିଆ ଭାଷାକୁ କଦର୍ଯ୍ୟ କରି ଲେଖା ଯାଉଛି। ସରକାରୀ ଅନୁଷ୍ଠାନରେ ମଧ୍ୟ ଓଡ଼ିଆ ଭାଷାକୁ ଉପେକ୍ଷା କରି ଇଂରାଜୀ ଭାଷାର ଫଳକ ଲାଗିଛି। ପ୍ରାୟତ ସମସ୍ତ ସରକାରୀ ଦପ୍ତରରେ ଚିଠି, ନିର୍ଦ୍ଦେଶାବଳୀ ସବୁ ଇଂରାଜିରେ ହିଁ ଲେଖା ହେଉଛି। ଏଭଳିକି ସରକାରୀ କାର୍ଯ୍ୟକ୍ରମ ଏବଂ ମନ୍ତ୍ରୀଙ୍କ ଉପସ୍ଥିତି ସମୟରେ ବୈଠକରେ ବି ଇଂରାଜି ଲେଖା ବ୍ୟାନର ଲାଗିବାକୁ ନେଇ ପୂର୍ବରୁ ସଚେତନ ନାଗରିକମାନେ ପ୍ରତିବାଦ କରିଛନ୍ତି। ତଥାପି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ କ୍ଷୋଭ ପ୍ରକାଶ କରିବା ସହ ଆଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ଦାବି ରଖିଛନ୍ତି ବୁଦ୍ଧିଜୀବୀ ଉପାନ୍ତ ପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର।
ଆହୁରି ପଢ଼ନ୍ତୁ: Bank Complain: ବ୍ୟାଙ୍କ ଶୁଣୁନାହିଁ କି ଆପଣଙ୍କ କଥା! ଏଠାରେ କରନ୍ତୁ ଅଭିଯୋଗ
କ’ଣ କୁହନ୍ତି ଆଇନଜୀବୀ
ଅପରପକ୍ଷରେ ବାରମ୍ବାର ତାଗିଦ ସତ୍ତ୍ବେ ଆଇନକୁ ବେଖାତିର କରୁଛନ୍ତି। ତେଣୁ ଆଇନକୁ କଡାକଡି ପାଳନ କରିବା ସହ ଜରିମାନା ଆଦାୟ ଏବଂ ଅନ୍ୟ ପ୍ରମାଣ ପତ୍ର ଓ ପଞ୍ଜିକୃତ ସମୟରେ ସର୍ତ୍ତାବଳୀ ଗ୍ରହଣ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ଆଇନଜୀବୀ ଉମାରଥ। ଆଇନ ତା ବାଟରେ ଯାଉ, ଓଡ଼ିଆ ଅସ୍ମିତା ଚୁଲୁକି ଯାଉ ନାୟରେ ଚାଲିଛି ଭାଷା ଆଇନର କାର୍ଯ୍ୟକାରିତା। ତେବେ ଗଜପତି ଭଳି ସ୍ଥାନରେ ଓଡିଆ ଭାଷାର ଅପମାନ ସେହି ମହାପୁରୁଷଙ୍କ ଅପମାନ ସଦୃଶ୍ୟ ତେଣୁ ଏଦିଗରେ ପ୍ରଶାସନ ତତ୍ପରତା ପ୍ରକାଶ କରି ପଦକ୍ଷେପ ଗ୍ରହଣ କରିବା ଜରୁରି ହୋଇ ପଡ଼ିଛି।
ଆହୁରି ପଢ଼ନ୍ତୁ: AIIMS–ICMR Study : ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅକାଳ ମୃତ୍ୟୁ ସହ କୋଭିଡ୍ ଟୀକାର ସମ୍ପର୍କ ନାହିଁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/14/gajapati-2025-12-14-22-27-22.jpg)