Gajapati: ସ୍ଥାଣୁ ପାଲଟିଛି ଗଜପତି ଜିଲ୍ଲାର ମାପ ଓ ଓଜନ ବିଭାଗ!

Advertisment

ସ୍ଥାଣୁ ପାଲଟିଛି ଗଜପତି ଜିଲ୍ଲାର ମାପ ଓ ଓଜନ ବିଭାଗ। ନାମକୁ ମାତ୍ର ରହିଛନ୍ତି ଅଧିକାରୀ। ସମ୍ପୃକ୍ତ ଅଧିକାରୀ ତଥା କର୍ମଚାରୀ ସରକାରଙ୍କ ନିୟମ ପାଳନ କରାଇବା କିମ୍ବା ଖାଉଟିଙ୍କୁ ମାପ ଓ ଓଜନର ସୁନିଶ୍ଚିତ କରାଇବା ଭଳି କୌଣସି କାର୍ଯ୍ୟକଳାପ କରୁଥିବା ପରିଲକ୍ଷିତ ହେଉନାହିଁ।

ସ୍ଥାଣୁ ପାଲଟିଛି ଗଜପତି ଜିଲ୍ଲାର ମାପ ଓ ଓଜନ ବିଭାଗ। ନାମକୁ ମାତ୍ର ରହିଛନ୍ତି ଅଧିକାରୀ। ସମ୍ପୃକ୍ତ ଅଧିକାରୀ ତଥା କର୍ମଚାରୀ ସରକାରଙ୍କ ନିୟମ ପାଳନ କରାଇବା କିମ୍ବା ଖାଉଟିଙ୍କୁ ମାପ ଓ ଓଜନର ସୁନିଶ୍ଚିତ କରାଇବା ଭଳି କୌଣସି କାର୍ଯ୍ୟକଳାପ କରୁଥିବା ପରିଲକ୍ଷିତ ହେଉନାହିଁ।

sujit

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ସ୍ଥାଣୁ ପାଲଟିଛି ଗଜପତି ଜିଲ୍ଲାର ମାପ ଓ ଓଜନ ବିଭାଗ। ନାମକୁ ମାତ୍ର ରହିଛନ୍ତି ଅଧିକାରୀ। ସମ୍ପୃକ୍ତ ଅଧିକାରୀ ତଥା କର୍ମଚାରୀ ସରକାରଙ୍କ ନିୟମ ପାଳନ କରାଇବା କିମ୍ବା ଖାଉଟିଙ୍କୁ ମାପ ଓ ଓଜନର ସୁନିଶ୍ଚିତ କରାଇବା ଭଳି କୌଣସି କାର୍ଯ୍ୟକଳାପ କରୁଥିବା ପରିଲକ୍ଷିତ ହେଉନାହିଁ। ଏକ ସରକାରୀ ବିଭାଗ ଯିଏ ଦେଶରେ ଓଜନ ଓ ମାପ ସଠିକତାକୁ ନିୟନ୍ତ୍ରଣ କରୁଛି। ଗ୍ରାହକଙ୍କ ସ୍ଵାର୍ଥ ରକ୍ଷା କରିବା ପାଇଁ ଓଜନ ମାପ ଉପକରଣଗୁଡିକର ଯାଞ୍ଚ ଓ ଷ୍ଟାମ୍ପିଂ କରେ ଏବଂ ଲାଇସେନ୍ସ ପ୍ରଦାନ କରେ, ଯେପରିକି ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନର ଓଜନ ବ୍ୟବସ୍ଥା ସଠିକ ଥିବା ସୁନିଶ୍ଚିତ କରାଯାଇ ପାରିବ। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ବାଣିଜ୍ୟକ କାରବାରରେ ସଠିକ ମାପ ଓ ଓଜନର ବ୍ୟବହାର ଲାଗୁ କରିବା ଏବଂ ବିଭିନ୍ନ ଓଜନ ମାପ ଉପକରଣ (ଓଜନ କଣ୍ଟା, ମାପକାଠି, ବଟକରା ଇତ୍ୟାଦି)କୁ ନିୟମିତ ଯାଞ୍ଚ କରିବା ଓ ସଠିକତା ପାଇଁ ଷ୍ଟାମ୍ପ୍ ମାରିବା।

ଓଜନ ଓ ମାପ ସମ୍ବନ୍ଧୀୟ ଆଇନ ଓ ନିୟମାବଳୀ ଲାଗୁ କରିବା, ଓଜନ ମାପ ଉପକରଣ ନିର୍ମାତା, ବିକ୍ରେତା ଓ ରପ୍ତାନିକାରୀଙ୍କୁ ଲାଇସେନ୍ସ ଦେବା, ବଜାରରେ ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଚଢ଼ାଉ କରି ସଠିକ ମାପ ଓ ଓଜନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏହି ବିଭାଗ ସାଧାରଣ ଖାଉଟିମାନଙ୍କୁ ଓଜନରେ କ୍ଷତିରୁ ରକ୍ଷା କରିବା ହେଉଛି ବିଭାଗର ମୁଖ୍ୟ କାର୍ଯ୍ୟ କିନ୍ତୁ ତାହା ଏଠାରେ ତାହା କାର୍ଯ୍ୟକାରୀ କରାଯାଉନାହିଁ। ବିଭାଗର ନିୟମକୁ କାର୍ଯ୍ୟକାରୀ କରିବା ତ ଦୂରର କଥା କିଛି ପ୍ରତିଷ୍ଠିତ ବ୍ୟବସାୟୀ ଓ ଦୋକାନୀଙ୍କ ବିରୁଦ୍ଧରେ ଅଭିଯୋଗ ଥାଇ ମଧ୍ୟ ଯାଞ୍ଚ କରାଯାଉ ନାହିଁ। ଅନେକାଂଶ ବ୍ୟବସାୟୀକ ପ୍ରତିଷ୍ଠାନରେ ବର୍ତ୍ତମାନ ଓଜନ କ୍ଷେତ୍ରରେ ଡିଜିଟାଲ ମେସିନର ବହୁଳ ଭାବରେ ବ୍ୟବହାର ହେଉଛି। ଯେଉଁଥିରେ ସୁକ୍ଷ୍ମ ଟେକ୍ନୋଲୋଜି ଉପଯୋଗ କରି ଅନିୟମିତତା ହେଉଥିବା ଅଭିଯୋଗ ହୋଇ ଆସୁଛି କିନ୍ତୁ ଏଥିରେ ନିୟନ୍ତ୍ରଣ ରଖିବା ସହ ଗ୍ରାହକଙ୍କୁ ଉଚିତ ସହାୟତା ଯୋଗାଇ ଦେବାକୁ ବିଫଳ ହେଉଛି ବିଭାଗ।

ଆହୁରି ପଢ଼ନ୍ତୁ: Supreme Court: ଅନିଲ ଅମ୍ବାନୀକୁ ସୁପ୍ରିମକୋର୍ଟଙ୍କ ସାନି ନୋଟିସ

ସଚେତନତା ସୃଷ୍ଟି କରିବାରେ ବିଭାଗ ବିଫଳ 

ଅପରପକ୍ଷରେ ଲୋକଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରିବାରେ ମଧ୍ୟ ବିଫଳ ହେଉଛି ବିଭାଗ। ଫଳରେ ସମସ୍ୟା ସୃଷ୍ଟି ହେଲେ ଲୋକେ ଏହି କାର୍ଯ୍ୟାଳୟର ସହାୟତା ନେବା ମଧ୍ୟ ଜାଣି ନାହାନ୍ତି। ତେବେ ଏନେଇ ବିଭାଗୀୟ ଅଧିକାରୀ କଲ୍ୟାଣ କୁମାର ସେନାପତି ଙ୍କ କହିବା ହେଲା ନିୟମିତ ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଭିଯୋଗ ପ୍ରକାରେ ଚଢ଼ାଉ କରାଯାଉଛି। ଗତ ଏକମାସ ମଧ୍ୟରେ ଏନେଇ ୧୮ ମାମଲା ରୁଜୁ କରି ୨୪ ହଜାର ଜରିମାନା ଆଦାୟ କରାଯାଇଛି। ନିର୍ଦ୍ଧିଷ୍ଟ ଅଭିଯୋଗ ଆସିଲେ ଚଢ଼ାଉ କରାଯିବ । ସମ୍ପୃକ୍ତ କାର୍ଯ୍ୟାଳୟର ତଥ୍ୟକୁ ଦେଖିଲେ ଜିଲ୍ଲାର ଅସଂଖ୍ୟ ବ୍ୟବସାୟୀକ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା ମାପ ଓ ଓଜନ ଯନ୍ତ୍ର ତୁଳନାରେ ସମୁଦ୍ର କୁ ଶଙ୍ଖେ ଭଳି ମନେ ହେଉଛି। ଜିଲ୍ଲାରେ ମାପ ଓ ଓଜନ ଅନିୟମିତତା ନିୟନ୍ତ୍ରଣ ବିହିନ ରହିଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: Uttar Pradesh: ଭାଗ ଭାଗ ହୋଇଯିବ ଉତ୍ତରପ୍ରଦେଶ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe