ଦିଗପହଣ୍ଡି: ଗଞ୍ଜାମଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତା ଗଣିଆନାଳ ଛକ ନିକଟ ମା’କୁରେଇଶୁଣୀ ମନ୍ଦିର ସମ୍ମୁଖରେ ଏକ ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କା ପରେ ସ୍କୁଟିରେ ଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ସାନଖେମୁଣ୍ଡି ବ୍ଳକ୍ ଗଙ୍ଗାପୁର ପଞ୍ଚାୟତ ଢେପାଗୁଡ଼ା ଗ୍ରାମର ପ୍ରତାପ ମଲ୍ଲିକ (୩୫) ଓ ତାଙ୍କ ପତ୍ନୀ ଲଳିତା ମଲ୍ଲିକ (୩୦)। ସେମାନଙ୍କ ୨ ବର୍ଷର ଶିଶୁପୁତ୍ର ଆହତ ହୋଇଥିବା ବେଳେ ଗଜପତି ଜିଲ୍ଲା ଆର୍.ଉଦୟଗିରି ଅଞ୍ଚଳର ବାଇକ୍ ଚାଳକ ସୁନୀଲ ଦଳାଇ (୩୬) ଆହତ ହୋଇଥିବା ଜଣାପଡ଼ିଛି।
ଖବରନୁଯାୟୀ, ଲଳିତା ୮ ମାସର ଗର୍ଭବତୀ ଥିଲେ। ମଧ୍ୟାହ୍ନରେ ସ୍ବାମୀ ଓ ଶିଶୁ ସହ ସ୍କୁଟି ଯୋଗେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ସ୍ବାସ୍ଥ୍ୟପରୀକ୍ଷା କରି ସନ୍ଧ୍ୟାରେ ସ୍କୁଟି ଯୋଗେ ଗ୍ରାମକୁ ଫେରୁଥିଲେ। ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଆସୁଥିବା ସୁନୀଲଙ୍କ ବାଇକ୍ ସହ ମୁହାଁମୁହିଁ ଧକ୍କା ହେବାରୁ ସମସ୍ତେ ରାସ୍ତାର ଉଭୟ ପାର୍ଶ୍ଵରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହଯୋଗରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉପସ୍ଥିତ ଡାକ୍ତର ପ୍ରତାପ ଓ ଲଳିତାଙ୍କୁ ମୃତ ଘୋଷଣା କରିଥିଲେ।
ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି
ସେହିପରି ଗୁରୁତର ସୁନୀଲଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମେଡିକାଲ ପରିସର ପରିବାର ଲୋକଙ୍କ କ୍ରନ୍ଦନରେ ଫାଟି ପଡୁଥିଲା। ଖବରପାଇ ଦିଗପହଣ୍ଡି ପୁଲିସ ମେଡିକାଲରେ ପହଞ୍ଚି ଦୁଇ ମୃତଦେହ ଜବତ କରି ତଦନ୍ତ ଚଳାଇବା ସହ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଥାନାକୁ ଆଣିଛି। ଆସନ୍ତାକାଲି ସକାଳୁ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଯିବ ବୋଲି ଥାନା ଅଧିକାରୀ ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Flight Fare Hike in India: ମଥାରେ ହାତ ଦେଲେ ଯାତ୍ରୀ: ଦିଲ୍ଲୀରୁ ଲଣ୍ଡନ ୨୫ ହଜାର କିନ୍ତୁ ବେଙ୍ଗାଲୁରୁକୁ ପଡ଼ୁଛି ୭୦ ହଜାର ଟଙ୍କା…
ଚଢ଼ିଗଲା ଆମବସ୍, ଯୁବକ ମୃତ
ଭୁବନେଶ୍ବରରେ ଆମବସ୍ ଜଣେ ଯୁବକଙ୍କ ଜୀବନ ନେଇଛି। କ୍ରୁଟ ଦ୍ବାରା ପରିଚାଳିତ ଆମ୍ ବସ୍ ପୁଣି ଦୁର୍ଘଟଣା ଘଟାଇଛି। ଭୁବନେଶ୍ବର ସତ୍ସଙ୍ଗ୍ ବିହାର ନିକଟରେ ଏହି ଅଘଟଣ ଘଟାଇଛି। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଯାଇଛି। ଘଟଣାସ୍ଥଳରେ ବାଣୀବିହାର ପୁଲିସ ପହଞ୍ଚି ବସ୍କୁ ଜବତ କରିବା ସହିତ ଚାଳକଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଦୁର୍ଘଟଣା ପରେ ରାସ୍ତାରେ ଶତାଧିକ ଯାନବାହନ ପ୍ରଭାବିତ ହୋଇଛି।
ଆହୁରି ପଢ଼ନ୍ତୁ: Examination: ଏଏନ୍ଏନ୍ଏମ୍, ଜିଏନ୍ଏମ୍ ପରୀକ୍ଷା ବାତିଲ, ଗୃହରେ ବିବୃତ୍ତି ରଖିଲେ ମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/05/accident-2025-12-05-21-25-31.jpg)